ନୂଆଦିଲ୍ଲୀ: ଅକ୍ଟୋବର 23 ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ ପିଏମସି ବ୍ୟାଙ୍କ ଦୁର୍ନୀତିର 3 ଅଭିଯୁକ୍ତ । ସେପଟେ ଆନ୍ଦୋଳନକାରୀଙ୍କୁ ଅର୍ଥନୈତିକ ଅପରାଧ ଶାଖା ଡିସିପିଙ୍କ ଆଶ୍ବାସନା ଦେଇଛନ୍ତି ଯେ, ‘ଅଭିଯୁକ୍ତ ଛାଡ ପାଇବେନି ଆପଣଙ୍କ ଟଙ୍କା ସୁରକ୍ଷିତ ରହିଛି ।’
ଏତେ ବଡ ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ହାଉସିଂ ଡେଭଲପମେଣ୍ଟ ଇନଫ୍ରାଷ୍ଟ୍ରଚର ଲିମିଟେଡ(ଏଚଡିଇଏଲ)ର ଅଧ୍ୟକ୍ଷ ଓ ପ୍ରବନ୍ଧ ନିର୍ଦ୍ଦେଶତ ରାକେଶ ୱଦ୍ଧବାନ Wadhawan ଏବଂ ପିଏମସି ବ୍ୟାଙ୍କର ପୂର୍ବ ଅଧ୍ୟକ୍ଷ ୱାରିୟମ ସିଂହଙ୍କୁ ମାଜିଷ୍ଟେଟଙ୍କ ସାମ୍ନାରେ ହାଜିର କରାଯାଇଥିଲା । ଆଜି ସେମାନଙ୍କ ରିମାଣ୍ଡ ଅବଧି ଶେଷ ହୋଇଛି । ଏ ସମସ୍ତଙ୍କୁ ମାଜିଷ୍ଟେଟ ଆସନ୍ତା 23 ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । Wadhawanଙ୍କୁ ଅକ୍ଟୋବର 3ରେ ଓ ସିଂହଙ୍କୁ 5ରେ ଗିରଫ କରାଯାଇଥିଲା ।