ହାଇଦ୍ରାବାଦ:ଗତବର୍ଷ ଅର୍ଥାତ୍ 2020 ମସିହା ବିଭିନ୍ନ କାରଣ ପାଇଁ ସମସ୍ତଙ୍କର ସ୍ମରଣୀୟ ହୋଇ ରହିବ । ତେବେ ତାହା ସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ହେଉ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ହେଉ । ଅର୍ଥନୀତି ଦିଗରେ ଦେଖିଲେ କୋରୋନା ମହାମାରୀ ଏକ ବୃହତ ଆର୍ଥିକ ସଙ୍କଟ ସୃଷ୍ଟି କରିଥିଲା ଯାହା ପ୍ରାୟ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇଥିଲା । ସଞ୍ଚୟ ପଦ୍ଧତି ସହିତ ସର୍ବଦା ଭାରତୀୟମାନେ ଜଡିତ ରହିଥିଲେ ମଧ୍ୟ ଖରାପ ଆର୍ଥିକ ଯୋଜନା ହେତୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତେବେ ଭବିଷ୍ୟତରେ ଏଭଳି ଆର୍ଥିତ ସଙ୍କଟରୁ ରକ୍ଷା ପାଇବାକୁ ହେଲେ ଏହି 3ଟି ଶିକ୍ଷାକୁ ଗ୍ରହଣ କରିବା ନିତାନ୍ତ ଆବଶ୍ୟକ ।
1. ଜରୁରୀକାଳୀନ ପାଣ୍ଠି ସୃଷ୍ଟି କରିବା ଆବଶ୍ୟକ:-
- କୌଣସି ଡାକ୍ତରୀ କିମ୍ବା ଆର୍ଥିକ ଜରୁରୀକାଳୀନ ପରିସ୍ଥିତି ପାଇଁ ଏହି ଅର୍ଥକୁ ସଞ୍ଚୟ କରିବା ଆବଶ୍ୟକ । କିନ୍ତୁ ଏହାର ଅର୍ଥ ନୁହେଁ ସଞ୍ଚୟ ଆକାଉଣ୍ଟରେ ଅଲଗା ଭାବରେ ଅର୍ଥକୁ ସଞ୍ଚୟ କରିବା । ଏହାର ଅର୍ଥ ଏପରି ଭାବରେ ଅର୍ଥ ବିନିଯୋଗ କରିବା ଉଚିତ ଯାହା ଦ୍ବାରା ଏକ ଭଲ ରିଟର୍ଣ୍ଣ ସୃଷ୍ଟି କରିହେବ । ସ୍ବଳ୍ପ ସମୟ ଅବଧି ମଧ୍ୟରେ ଟଙ୍କା ସଞ୍ଚୟ କଲେ ଜରୁରୀକାଳୀନ ପରିସ୍ଥିତିରେ ଏହାକୁ ବିନିଯୋଗ କରାଯାଇପାରିବ ବୋଲି ଅର୍ଥନୈତିକ ବିଶେଷଜ୍ଞ ଭାଇରାଲ ଭଟ୍ଟ କହିଛନ୍ତି ।
- ତେବେ ଜରୁରୀକାଳୀନ ପାଣ୍ଠି ପାଇଁ କେତେ ପରିମାଣ ଯଥେଷ୍ଟ ତାହା ଜାଣିବା ମଧ୍ୟ ଜରୁରୀ । ଜରୁରୀକାଳୀନ ପାଣ୍ଠି ଭାବରେ ମାସିକ ଆୟର 3-5 ଗୁଣ ଅର୍ଥକୁ ଏହି ପାଣ୍ଠିରେ ସଞ୍ଚୟ କରି ରଖିବା ପାଇଁ ଭଟ୍ଟ ପରାମର୍ଶ ଦେଇଛନ୍ତି । ଅଧିକ ରୋଜଗାର ଥିବା ଲୋକ ମାସିକ ଆୟର 5-6 ଗୁଣ କିମ୍ବା ବାର୍ଷିକ ଆୟର 2-3 ଗୁଣ ଅର୍ଥକୁ ସଞ୍ଚୟ କରିପାରିବେ । ତେବେ ହଠାତ୍ ଚାକିରି ହରାଇଲେ ଏହି ପାଣ୍ଠି କିଛି ମାସ ପାଇଁ ଭଡା, EMI, ଶିକ୍ଷା ସମ୍ବନ୍ଧୀୟ ଫି, ସ୍ବାସ୍ଥ୍ୟ ବିଲ୍ ଇତ୍ୟାଦି ପରିଚାଳନା କରିପାରିବାରେ ସହାୟକ ହେବ ।