ଓଡିଶା

odisha

ETV Bharat / business

6 ମାସ ବଢିଲା ପାନ୍‌ ଓ ଆଧାର ଲିଙ୍କ ଅବଧି

ପୁଣି 6 ମାସ ବଢିଲା ପାନ୍‌-ଆଧାର ସଂଯୋଗ ଅବଧି। ଏହା ଦ୍ବାରା କରଦାତା ସେପ୍ଟେମ୍ବର 30 ପର୍ଯ୍ୟନ୍ତ ପାନ କାର୍ଡକୁ ଆଧାର କାର୍ଡ ସହ ଯୋଡିପାରିବେ।

ପ୍ରତିକାତ୍ମକ ଫଟୋ

By

Published : Apr 1, 2019, 3:05 PM IST

ନୂଆଦିଲ୍ଲୀ: ଆପଣ ପାନ୍‌ କାର୍ଡ ସହ ଆଧାର କାର୍ଡର ଲିଙ୍କ କରିନାହାଁନ୍ତି କି ? ତେବେ ଟେନସନ ନିଅନ୍ତୁ ନାହିଁ। ପୁଣି 6 ମାସ ବଢିଲା ପାନ୍‌-ଆଧାର ସଂଯୋଗ ଅବଧି। ଏହା ଦ୍ବାରା କରଦାତା ନିଜ ସୁବିଧା ଅନୁଯାୟୀ ସେପ୍ଟେମ୍ବର 30 ପର୍ଯ୍ୟନ୍ତ ପାନକୁ ଆଧାର ସହ ଯୋଡିପାରିବେ। କେନ୍ଦ୍ରୀୟ ପ୍ରତ୍ୟକ୍ଷ ବୋର୍ଡ (ସିବିଡିଟି) ପକ୍ଷରୁ ଏ ନେଇ ବିବୃତ୍ତି ପ୍ରକାଶ ପାଇଛି ।

ଏହା ପୂର୍ବରୁ ମାର୍ଚ୍ଚ31 ଥିଲା ଶେଷ ତାରିଖ। ତେବେ କରଦାତାଙ୍କ ସୁବିଧାକୁ ନଜରରେ ରଖି ବୋର୍ଡ ଏ ନେଇ ନିଷ୍ପତ୍ତି ନେଇଛି । ଏଥିସହ ସରକାର ଲଗାତାର 6 ଥର ଧରି ପାନ୍‌- ଆଧାର ଲିଙ୍କ ଡେଡଲାଇନକୁ ବଢାଇଦେଇଛନ୍ତି ।

ତେବେ ଏପ୍ରିଲ ପହିଲାରୁ ଆୟକର ରିଟର୍ଣ୍ଣ ଭରିବାକୁ ହେଲେ ଆଧାର ନମ୍ବର ଓ ଲିଙ୍କ ଅନିବାର୍ଯ୍ୟ ରହିବ।ପ୍ରକାଶ ଥାଉ ଯେ, ମାର୍ଚ୍ଚ 31 ସୁଦ୍ଧା ପାନକୁ ଆଧାର ସହ ଲିଙ୍କ ନ କରାଇଲେ ପାନ୍‌କାର୍ଡ ରଦ୍ଦ ହୋଇଯିବ ବୋଲି ଘୋଷଣା ହୋଇଥିଲା। ତାହା ପୂର୍ବରୁ ୨୦୧୮ ଜୁନ ୩୦ ତାହା ପାନ କାର୍ଡକୁ ଆଧାର ସହ ଲିଙ୍କ କରାଇବା ନେଇ ଶେଷ ତାରିଖ ରହିଥିଲା।


For All Latest Updates

ABOUT THE AUTHOR

...view details