ଓଡିଶା

odisha

ETV Bharat / business

ଭାଙ୍ଗିବ ପାକିସ୍ତାନ ଆର୍ଥିକ ମେରୁଦଣ୍ଡ ! - economic

ପାକ୍‌ରେ ମୁଦ୍ରାସ୍ପୀତି ହାର ଗତ 5 ବର୍ଷ ମଧ୍ୟରେ ସର୍ବକାଳାନ ବୃଦ୍ଧି ପାଇଁ 9.41ରେ ପହଞ୍ଚିଛି । ଏପଟେ ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ଲୋକ ସଂଖ୍ୟା 40 ଲକ୍ଷ ଟପିଲାଣି।

ପ୍ରତିକାତ୍ମକ ଫଟୋ

By

Published : Apr 3, 2019, 7:55 PM IST

ନୂଆଦିଲ୍ଲୀ: ଭାରତ ଆର୍ଥିକ ଷ୍ଟ୍ରାଇକରେ ପାକିସ୍ତାନ କାରବାର ଟଳମଳ । ବଢିଚାଲିଛି ଦର ବୃଦ୍ଧି । ବିଶ୍ବର ବୃହତ୍ତମ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ଭେନଜୁଆଲା ଭଳି ହେବାକୁ ଯାଉଛି ପାକିସ୍ତାନ ସ୍ଥିତି । ଏପରିକି ପାକିସ୍ତାନରେ ମୁଦ୍ରାସ୍ପୀତି ଯେଉଁ ହାରରେ ବଢୁଛି ଗରିବୀମଧ୍ୟ ସେହି ପରିମାଣରେ ବୃଦ୍ଧି ପାଇଚାଲିଛି। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ବାଟବଣା ହୋଇ ଚିନ୍ତାରେ ପଡିଛନ୍ତି ପାକ ପ୍ରଧାନମନ୍ତ୍ରୀ ଇମରାନ ଖାନ।

ପ୍ରକାଶ ଥାଉ ଯେ, ପୁଲୱାମା ଆକ୍ରମଣ ପରେ ଭାରତ ପାକିସ୍ତାନ ସହ ସମସ୍ତ ବାଣିଜ୍ୟିକ ସମ୍ପର୍କ ଛିନ୍ନ କରିଦେଇଛି । ଖାଲିସେତିକି ନୁହେଁ ପାକିସ୍ତାନରୁ ଆସୁଥିବା ସାମଗ୍ରୀରଆମଦାନୀ ଶୁକ୍ଲ ମଧ୍ୟ ବୃଦ୍ଧି ପାଇଛି । ଫଳରେ ପାକ ବଜାରରେ ମହଙ୍ଗା ନିଆଁ ବ୍ୟାପିଲାଗିଛି । ଏହି ନିଆଁ ଏତେ ମାଡିଛି ଯେ, ଦେଶ ଅର୍ଥନୀତିର ମେରୁଦଣ୍ଡଏବେ ଭାଙ୍ଗିବା ଉପରେ ।

ଗତ ମାସରେ ପାକ୍‌ରେ ମୁଦ୍ରାସ୍ପୀତି ହାର 9.41ରେ ପହଞ୍ଚିଥିଲା । ଯାହାକି 5 ବର୍ଷରସର୍ବୋଚ୍ଚ ରେକର୍ଡ କରିଛି । ସେହିପରି ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ଲୋକ ସଂଖ୍ୟା ଅଧିକ 40 ଲକ୍ଷ ଟପିଲାଣି ।

ଫେବୃଆରୀରେ ମୁଦ୍ରାସ୍ପୀତି 8.21 ପ୍ରତିଶତ ରହିଥିବା ବେଳେ ମାତ୍ର ଗୋଟିଏ ମାସରେ ଏହା 1.20 ପ୍ରତିଶତ ବଢିଛି । ଯାହାକି 2014 ଏପ୍ରିଲ ଠାରୁ ସର୍ବୋଚ୍ଚ । ଇନ୍ଧନ ଓ ଖାଦ୍ୟସାମଗ୍ରୀ ଦର ବଢୁଥିବାରୁ ମୁଦ୍ରାସ୍ପୀତି ବଢୁଛି ।

ଶୁକ୍ରବାର ପାକିସ୍ତାନ ସେୟାର ବଜାର 50 ବେସିସ୍‌ ପଏଣ୍ଟ ବଢି 10.75 ପ୍ରତିଶତରେ ପହଞ୍ଚିଛି । ସେହିପରି ପେଟ୍ରୋଲ ଲିଟର ପାଛା 98 ଟଙ୍କା ଓ ଡିଜେଲ 117 ଟଙ୍କା ରହିଛି। ଯଦି ଏପରି ଧାରା ଲାଗି ରହେ ତେବେ ପାକ ଅର୍ଥନୀତି ଭୁଶୁଡିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।


For All Latest Updates

ABOUT THE AUTHOR

...view details