ଓଡିଶା

odisha

ETV Bharat / business

ବେଲଗାମ ବ୍ୟାଙ୍କିଂ ବ୍ୟବସ୍ଥା, 5 ବର୍ଷରେ 3400 ଶାଖା ପ୍ରଭାବିତ - 5 ବର୍ଷରେ କେତେ ବ୍ୟାଙ୍କ ବନ୍ଦ

ସଙ୍କଟ ଭିତରେ ଟଳମଳ ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥା । ସମସ୍ୟାରୁ ମୁକୁଳିବା ପାଇଁ ସରକାରଙ୍କ ମିଶ୍ରଣ ପର୍ବ ବିକଳ୍ପ । ଆରଟିଆଇ ତଥ୍ୟ ଅନୁଯାୟୀ, ଗତ 5 ବର୍ଷରେ 26 ରାଷ୍ଟ୍ରାୟତ ବ୍ୟାଙ୍କର 3,400ରୁ ଉର୍ଦ୍ଧ୍ବ ଶାଖା ବନ୍ଦ ହୋଇଛି ଅଥବା ଅନ୍ୟ ଶାଖା ସହ ମିଶିଛି ।

ପ୍ରତିକାତ୍ମକ ଫଟୋ

By

Published : Nov 4, 2019, 3:15 PM IST

ନୂଆଦିଲ୍ଲୀ: ଏନପିଏ ବୃଦ୍ଧି, ସଙ୍କୁଚିତ ଋଣ କ୍ଷମତା, ଆୟ ଠାରୁ ବ୍ୟୟ ଅଧିକ, ସ୍ବଚ୍ଛତାରେ ତ୍ରୁଟି ଓ ଅବହେଳା ଯୋଗୁଁ ସଙ୍କଟରେ ବ୍ୟାଙ୍କିଙ୍ଗ ସେକ୍ଟର । ଆଉ ଏ ସବୁ ସମସ୍ୟାରୁ ମୁକୁଳିବା ପାଇଁ ସରକାରଙ୍କ ବିକଳ୍ପ ହେଉଛି ମିଶ୍ରଣ ଓ ବ୍ୟାଙ୍କ ବନ୍ଦ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଗତ 5 ବର୍ଷରେ 26 ରାଷ୍ଟ୍ରାୟତ ବ୍ୟାଙ୍କର 3,400ରୁ ଉର୍ଦ୍ଧ୍ବ ଶାଖା ବନ୍ଦ ହୋଇଛି ଅଥବା ମିଶିଛି ।

ଏହି ବନ୍ଦ ଶାଖା ମଧ୍ୟରୁ 75 ପ୍ରତିଶତ ଦେଶର ବୃହତ୍ତ ବ୍ୟାଙ୍କ ଭାରତୀୟ ଷ୍ଟେଟବ୍ୟାଙ୍କ ବୋଲି ସୂଚନା ଅଧିକାର ଆଇନ (ଆରଟିଆଇ) ଅଧିନରେ ମିଳିଥିବା ତଥ୍ୟରୁ ଜଣାପଡିଛି । ଏକ ପ୍ରଶ୍ନର ଉତ୍ତରରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସୂଚନା ଦେଇଛି କି, ଦେଶର 26 ପିଏସବି ବ୍ୟାଙ୍କ ମଧ୍ୟରୁ 2014-15ରେ 126 ଶାଖା, 2015-16ରେ 90 ଶାଖା , 2016-17ରେ 253 ଶାଖା, 2017-18ରେ 2083 ଶାଖା ଓ 2018-19ରେ 875 ଶାଖାକୁ ବନ୍ଦ କରାଯାଇଛି । ବିଶେଷ କରି ଏସବିଆଇର ସର୍ବାଧିକ 2,568 ଶାଖା ଅଧିକ ପ୍ରଭାବିତ ହୋଇଥିବା ଜଣାପଡିଛି ।

ଭାରତୀୟ ମହିଳା ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ ବିକାନୀର ଆଣ୍ଡ ଜୟପୁର, ଷ୍ଟେଟ ବ୍ୟାଙ୍କ ଅଫ ହାଇଦ୍ରାବାଦ, ଷ୍ଟେଟ ବ୍ୟାଙ୍କ ଅଫ ମୈସୁର, ଷ୍ଟେଟ ବ୍ୟାଙ୍କ ଅଫ ପଟିଆଲା ଓ ଷ୍ଟେଟ ବ୍ୟାଙ୍କ ଅଫ ତ୍ରାବଣକୋରକୁ 2017 ଏପ୍ରିଲ ପହିଲାରେ ଏସବିଆଇ ସହ ମିଶାଯାଇଥିବା ନେଇ ଆରବିଆଇ ସୂଚନା ଦେଇଛି । ସେହିପରି ଏହି ବର୍ଷ ଏପ୍ରିଲରେ ବ୍ୟାଙ୍କ ଅଫ ବରୋଦା ସହ ବିଜୟା ଓ ଦେନା ବ୍ୟାଙ୍କର ମିଶ୍ରଣ କରାଯାଇଛି ।

ଏବେ ପୁଣି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧୦ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଶ୍ରଣ କରି ୪ଟି ବଡ଼ ବ୍ୟାଙ୍କରେ ପରିଣତ କରିବାକୁ ଘୋଷଣା କରିଛନ୍ତି । ଏଥିଯୋଗୁ ଦେଶ ଆର୍ଥିକ ଫାଇଦା ହେବେ ବୋଲି କେନ୍ଦ୍ର ସରକାର ଦାବି କରୁଥିବା ବେଳେ ବ୍ୟାଙ୍କ କର୍ମଚାରୀ ସଂଘ କିନ୍ତୁ ତୀବ୍ର ବିରୋଧ କରିଛି। ଅଖିଳ ଭାରତୀୟ କର୍ମଚାରୀ ସଂଘର ମହାସଚିବଙ୍କ କହିବା ଅନୁଯାୟୀ ଯଦି ସରକାର ଏହି ନିଷ୍ପତ୍ତିକୁ ଲାଗୁ କରନ୍ତି ତେବେ ଏ ସବୁ ବ୍ୟାଙ୍କର ପାଖାପାଖି 7000 ଶାଖା ପ୍ରଭାବିତ ହେବା ନେଇ ସମ୍ଭାବନା ରହିଛି ।

ABOUT THE AUTHOR

...view details