ନୂଆଦିଲ୍ଲୀ: ଟଳମଳ ଭାରତୀୟ ଅର୍ଥବ୍ୟବସ୍ଥା । ସ୍ଥିତି ସୁଧରିବ କି ନାହିଁ ସେ ନେଇ କୌଣସି ପ୍ରମାଣ ନାହିଁ । ନୋବେଲ ଜିତିବା ପରେ ଭାରତୀୟ ବଂଶୋଦ୍ଭବ ଅଭିଜିତ ବାନାର୍ଜୀ ଦେଶ ଅର୍ଥନୀତି ପାଇଁ ଚିନ୍ତା ଦର୍ଶାଇ ଏନେଇ ପ୍ରତିକ୍ରିୟା ଦେଇଛନ୍ତି ।
ନୋବେଲ ବିଜେତା ଅଭିଜିତଙ୍କ ଚିନ୍ତା, କହିଲେ ‘ଟଳମଳ ଅର୍ଥବ୍ୟବସ୍ଥା’ - Nobel awardee abhijit banerjee
ଦେଶର ଧୀମା ଅର୍ଥନୀତିକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ନୋବେଲ ବିଜେତା ଭାରତୀୟ ବଂଶୋଦ୍ଭବ ଅଭିଜିତ ବାନାର୍ଜୀ। ନୀତିକୁ ତିଆରି ପୂର୍ବରୁ ସରକାର ତାହାର ମୂଲ୍ୟାଙ୍କନ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।
ଏକ ପ୍ରମୁଖ ଗଣାମାଧ୍ୟମକୁ ସାକ୍ଷାତକାର ଦେଇ ସେ ମତ ଦେଇଛନ୍ତି ଯେ, ‘ଅର୍ଥବ୍ୟବସ୍ଥା ଅସ୍ଥିର ହୋଇପଡିଛି । ବର୍ତ୍ତମାନ ତଥ୍ୟକୁ ଦେଖିବାକୁ ଗଲେ ଆଗାମୀ ଭବିଷ୍ୟତର ଭରସା ପାଉନି । ଗତ 5ରୁ 6 ବର୍ଷ ମଧ୍ୟରେ ଅର୍ଥନୀତି ଗତିଶୀଳ ନେଇ କିଛିଟା ଆଶ୍ବସ୍ତି ମିଳିଥିଲା। ହେଲେ ଏବେ ଆଉ ନାହିଁ । ଏଣୁ ନୀତି ତିଆରି ପୂର୍ବରୁ ସରକାରଙ୍କୁ ଏହାର ମୂଲ୍ୟାଙ୍କନ କରିବା ଦରକାର । ଏହାକୁ ବୁଝିବା ଆବଶ୍ୟକ । ଏବେ ବି ଲାଗୁ ଥିବା ନୀତିକୁ ଠିକ ଢଙ୍ଗରେ ପରଖାଯାଇନି । ଏସବୁକୁ କେବଳ ଏକ ବିକଳ୍ପ ଭାବେ ବ୍ୟବହାର କରାଯାଉଛି।’
ବିତର୍କର ବିଷୟ ଯେ, ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଜିଏସଟିରେ ତ୍ରୁଟି ରହିଥିବା ନେଇ ମାନିଛନ୍ତି। ଏହା ଯୋଗୁଁ ସମସ୍ୟା ହେଉଛି , ହେଲେ ଏନେଇ ସେ କିଛି କରିପାରିବେ ନାହିଁ , ଏହା ଦେଶର ଆଇନ ବୋଲି କହି ସେ ହାତ ଯୋଡିଦେଇଥିଲେ। ଏପଟେ ଅଭିଜିତ ମଧ୍ୟ ସମାନ ଭାବେ ସରକାରଙ୍କ ନୀତି ଉପରେ ପ୍ରଶ୍ନ କରିଛନ୍ତି।