ନୂଆଦିଲ୍ଲୀ:ମହାମାରୀ କୋରୋନା ସଙ୍କଟ ମଧ୍ୟରେ ଭାରତୀୟ ଅର୍ଥବ୍ୟବସ୍ଥାକୁ ନେଇ ପୁନର୍ବାର ଆକଳନ ଜାରି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ(RBI) । ଯେଭଳି ଭାବରେ ଅର୍ଥବ୍ୟବସ୍ଥାରେ ଅଭିବୃଦ୍ଧି ଦେଖିବାକୁ ମିଳୁଛି, ଏଥିରୁ ମୋଟ ଘରୋଇ ଉତ୍ପାଦ(GDP) ଅଭିବୃଦ୍ଧି ଅନୁମାନ ହ୍ରାସରେ କୌଣସି କାରଣ ନାହିଁ ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।
ଏପ୍ରିଲରେ ମନିଟାରୀ ପଲିସି ସମୟରେ ଚଳିତ ଆର୍ଥିକ ବର୍ଷ ଜିଡିପିରେ 10.5 ପ୍ରତିଶତ ବିକାଶ ଦର ରହିବା ନେଇ ଅନୁମାନ କରିଥିଲା ଆରବିଆଇ । ହେଲେ କୋରୋନାର ଦ୍ବିତୀୟ ଲହରୀକୁ ଦୃଷ୍ଟିରେ ରଖି ଆରବିଆଇ ଗତ ମାସ ଚଳିତ ଆର୍ଥିତ ବର୍ଷର ଜିଡିପି ବିକାଶ ହାର ଅନୁମାନ 10.5ରୁ ହ୍ରାସ କରି 9.5 ପ୍ରତିଶତ କରିଦେଇଥିଲା ।