ଓଡିଶା

odisha

ETV Bharat / business

ଭାରତର ନୂଆ ଏଫଡିଆ ନୀତି, ‘କୌଣସି ଦେଶ ଚିନ୍ତିତ ହେବା ଜରୁରୀ ନୁହେଁ’ - india new fdi policy

ଭାରତର ନୂଆ ଏଫଡିଆଇ ନୀତିକୁ ଚୀନ ବିରୋଧ କରୁଛି । ଭାରତରେ ଚୀନର ଦୂତବାସ ପ୍ରବକ୍ତା କହିଥିଲେ ଯେ, ନୂଆ ନିୟମ ବିଶ୍ବ ବାଣିଜ୍ୟ ସଙ୍ଗଠନର ସିଦ୍ଧାନ୍ତ ଓ ମୁକ୍ତ ବ୍ୟାପରର ବିରୋଧୀ । ତେବେ ଏହାକୁ ଖଣ୍ଡନ କରି ଭାରତୀୟ ବିଷେଶଜ୍ଞ ଏହାର ଜବାବ ରଖିଥିଲେ । ଅଧିକ ପଢନ୍ତୁ...

no country needs to be worried about indias new fdi policy government sources
ଭାରତର ନୂଆ ଏଫଡିଆ ନୀତି, ‘କୌଣସି ଦେଶ ଚିନ୍ତିତ ହେବା ଜରୁରୀ ନୁହେଁ’

By

Published : Apr 24, 2020, 10:25 PM IST

ନୂଆଦିଲ୍ଲୀ: ଭାରତର ସଂଶୋଧିତ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ(ଏଫଡିଆଇ) ନୀତିକୁ ନେଇ କୌଣସି ରାଷ୍ଟ୍ର ଚିନ୍ତିତ ହେବା ଦରକାର ନୁହେଁ । ସରକାରୀ ସୂତ୍ରରୁ ଏଭଳି ଦର୍ଶାଯାଇଛି । ସ୍ପଷ୍ଟ ରୂପେ ଏହି ଇସାରା ଚୀନ ଆଡକୁ ରହିଛି ।

ଭାରତର ନୂଆ ଏଫଡିଆଇ ନୀତିକୁ ଚୀନ ବିରୋଧ କରୁଛି । ଭାରତରେ ଚୀନର ଦୂତାବାସ ପ୍ରବକ୍ତା କହିଥିଲେ ଯେ, ନୂଆ ନିୟମ ବିଶ୍ବ ବାଣିଜ୍ୟ ସଙ୍ଗଠନର ସିଦ୍ଧାନ୍ତ ଓ ମୁକ୍ତ ବ୍ୟାପରର ବିରୋଧୀ । ତେବେ ଏହାକୁ ଖଣ୍ଡନ କରି ଭାରତୀୟ ବିଷେଶଜ୍ଞ ଏହାର ଜବାବ ରଖିଥିଲେ ।

ପ୍ରାୟ ସପ୍ତାହେ ତଳେ କୋରୋନା ସଙ୍କଟ ମଧ୍ୟରେ ଦୁର୍ବଳ ପଡିଥିବା କମ୍ପାନୀଙ୍କ ଫାଇଦା ନେଇ କୌଣସି ପଡୋଶୀ ଯେପରି ଏହାକୁ ଅଧିଗ୍ରହଣ ପାଇଁ ଚେଷ୍ଟା ନ କରନ୍ତୁ, ସେଥିପାଇଁ ବିଦେଶୀ ପ୍ରତ୍ୟକ୍ଷ ନିବେଶ ନିୟମରେ ସଂଶୋଧନ ସରକାର କରିଥିଲେ । ଏହା ଅନୁଯାୟୀ ଭାରତର ପଡୋଶୀ ଦେଶର କୌଣସି କମ୍ପାନୀ ବା ବ୍ୟକ୍ତି ବିଶେଷ ବିନା ସରକାରୀ ଅନୁମତିରେ ଭାରତରେ ନିବେଶ କରିପାରିବ ନାହିଁ ।

ତେବେ ଭାରତ ଏଭଳି ସମୟରେ ଏଫଡିଆଇ ନିୟମକୁ କଡା କରିଛି, ଯେତେବେଳେ କୋଭିଡ-19 ସଙ୍କଟ ମଧ୍ୟରେ ଚୀନର ନଜର ଶସ୍ତା ବଜାରର ଫାଇଦା ଉଠାଇବା ପାଇଁ କିଛି ଭାରତୀୟ ଅଂଶଧନ ହାସଲ ପାଇଁ ରହିଛି ବୋଲି ଖବର ରହିଛି ।

ନୂତନ ନୀତି ପାଇଁ ଚୀନ ଭାରତକୁ ସମାଲୋଚନା କରି ଏହାକୁ ପକ୍ଷପାତିତା ବୋଲି କହିଛି । ଏପରିକି ପଡୋଶୀ ଦେଶଙ୍କୁ ଭାରତର ଏହି ନୀତିର ସମୀକ୍ଷା କରିବାକୁ ବି କହିଥିଲା ।

ABOUT THE AUTHOR

...view details