ETV Bharat Odisha

ଓଡିଶା

odisha

ETV Bharat / business

ଆଶ୍ବସ୍ତି! ଏଣିକି 2୪ ଘଣ୍ଟିଆ ଏନଇଏଫଟି ଟ୍ରାଞ୍ଜକ୍ସନ - NEFT

ଅନଲାଇନ ଟ୍ରାଞ୍ଜାକ୍ସନ କରୁଥିବା ଲୋକଙ୍କୁ ଆରବିଆଇର ଆଶ୍ବସ୍ତି। ଏଣିକି ଏନଇଏଫଟି(ନ୍ୟାସନାଲ ଇଲେକ୍ଟ୍ରୋନିକ ଫଣ୍ଡ ଟ୍ରାନ୍ସଫର) ଜରିଆରେ ଆପଣ 24x7 ଗୋଟଏ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଟଙ୍କା ପଠାଇ ପାରିବେ।

ଆଶ୍ବସ୍ତି! ଏଣିକି 2୪ ଘଣ୍ଟିଆ ଏନଇଏଫଟି ଟ୍ରାଞ୍ଜକ୍ସନ
NEFT transactions to be available 24x7 from December 16
author img

By

Published : Dec 7, 2019, 5:08 PM IST

ଲକ୍ଷ୍ନୌ: ଅନଲାଇନ ଟ୍ରାଞ୍ଜାକ୍ସନ କରୁଥିବା ଲୋକଙ୍କୁ ଆରବିଆଇର ଆଶ୍ବସ୍ତି। ଏଣିକି ଏନଇଏଫଟି(ନ୍ୟାସନାଲ ଇଲେକ୍ଟ୍ରୋନିକ ଫଣ୍ଡ ଟ୍ରାନ୍ସଫର) ଜରିଆରେ ଆପଣ 24x7 ଗୋଟଏ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଟଙ୍କା ପଠାଇପାରିବେ। ଆସନ୍ତା 16ରୁ ଏହି ନୂଆ ନିୟମ ଲାଗୁ ହେବ।

ବର୍ତ୍ତମାନ ଏହା କେବଳ ବ୍ୟାଙ୍କ କାର୍ଯ୍ୟକାଳ ଅବଧି ଅର୍ଥାତ ସକାଳ 8ଟାରୁ ସନ୍ଧ୍ୟା 7 ପର୍ଯ୍ୟନ୍ତ ଉପଲବ୍ଧ ରହିଛି। ଏହାସହ ରବିବାର ସମେତ ସମସ୍ତ ବ୍ୟାଙ୍କ ଛୁଟିରେ ମଧ୍ୟ ଏନଇଏଫଟି ଟ୍ରାଞ୍ଜକ୍ସନ ଉପଲବ୍ଧ ରହୁନାହିଁ।

ଦେଶରେ ଅନଲାଇନ ଟ୍ରାଞ୍ଜାକ୍ସନକୁ ପ୍ରୋତ୍ସାହିତ କରିବା ପାଇଁ ଆରବିଆଇ 24 ପ୍ରହର ଏହାକୁ କାର୍ଯ୍ୟକାରୀ ପାଇଁ ନିର୍ଣ୍ଣୟ ନେଇଛି । ଏଥପାଇଁ ଆପଣ ଚାଲୁ ଖାତା(Current account)ରେ ପ୍ରତି ସମୟରେ ପର୍ଯ୍ୟାପ୍ତ ଟଙ୍କା ଉପଲବ୍ଧ ରଖିବେ। ଏପଟେ ଏହି ନିୟମକୁ ସୁବୁ ବ୍ୟାଙ୍କ ସଠିକ ଢଙ୍ଗରେ ପାଳନ ପାଇଁ ଆରବିଆଇ ନିର୍ଦ୍ଦେଶ ଦେଇଛି।

କଣ NEFT ?

ଏହା ଏକ ଅନଲାଇନ ଟ୍ରାଞ୍ଜାକ୍ସନର ପ୍ରଣାଳୀ। ଏହା ଜରିଆରେ ଆପଣ ସମୟରେ 2 ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଟ୍ରାନ୍ସଫର କରିପାରିବେ। ଏହି ଟ୍ରାଞ୍ଜାକ୍ସନକୁ ବ୍ୟାଙ୍କ ବ୍ରାଞ୍ଚ, ଇଣ୍ଟରନେଟ, କିମ୍ବା ମୋବାଇଲ ବ୍ୟାଙ୍କିଂ ଜରିଆରେ କରିପାରିବେ।

ଆରବିଆଇ ଗତ ଜୁଲାଇ ପହିଲାରୁ ଏନଇଏଫଟି ଓ ଆରଟିଜିଏସ ଟ୍ରାଞ୍ଜକ୍ସନକୁ ଚାର୍ଜ ଫ୍ରି କରିଥିଲା । 2018 ଅକ୍ଟୋବରରୁ 2019 ସେପ୍ଟମ୍ବର ମଧ୍ୟରେ NEFT ଜରିଆରେ 252 କୋଟି ଟଙ୍କା ନେଣଦେଣ ହୋଇଛି ।

ABOUT THE AUTHOR

...view details