ନୂଆଦିଲ୍ଲୀ:ତୈଳ ଦଲ କମିବା ପାଇଁକେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ସମନ୍ବୟର ଆବଶ୍ୟକତା ରହିଛି । କାରଣ ଉଭୟଙ୍କ ଦ୍ୱାରା ଅଲଗା ଅଲଗା ଟିକସ ଆଦାୟ ହେଉଛି । ତେଣୁ ପେଟ୍ରୋଲ ଏବଂ ଡିଜେଲ ଦର ଉପରେ ଟିକସ ହ୍ରାସ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟର ଆବଶ୍ୟକତା ରହିଛି ବୋଲି ଗୁରୁବାର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ମୁଖ୍ୟ ଶକ୍ତିକାନ୍ତ ଦାସ କହିଛନ୍ତି।
ଉଭୟ କେନ୍ଦ୍ର-ରାଜ୍ୟ ସ୍ବତନ୍ତ୍ର ଟିକସ ଆଦାୟ କରୁଛନ୍ତି । ତେଣୁ ଉଭୟଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାର ଆବଶ୍ୟକତା ରହିଛି । ବମ୍ବେ ଚାମ୍ବର ଅଫ୍ କମର୍ସ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆରବିଆଇ ମୁଖ୍ୟ ଏହା କହିଛନ୍ତି ।
ସେ ଏହା ମଧ୍ୟ କହିଛନ୍ତି ଯେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଉପରେ ରାଜସ୍ୱ ଚାପ ରହିଛି । କୋଭିଡ-19 ମହାମାରୀ ଚାପରୁ ଅର୍ଥନୀତିକୁ ଟ୍ରାକକୁ ଆଣିବା ପାଇଁ ସେମାନଙ୍କୁ ଅଧିକ ପରିମାଣର ଅର୍ଥ ଖର୍ଚ୍ଚ କରିବାକୁ ପଡିବ । ତେଣୁ ରାଜସ୍ୱର ଆବଶ୍ୟକତା ଏବଂ ସରକାରଙ୍କ ବାଧ୍ୟତାମୂଳକତାକୁ ସମ୍ପୂର୍ଣ୍ଣ ଭାବେ ବୁଝିବାକୁ ପଡିବ । ଏହାଦ୍ବାରା ମୁଦ୍ରାସ୍ଫୀତି ଉପରେ ମଧ୍ୟ ଏହାର ପ୍ରଭାବ ପଡିଥାଏ ଯାହା ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଉତ୍ପାଦନ ଉପରେ ପ୍ରଭାବ ପକାଇଥାଏ ବୋଲି ସେ କହିଛନ୍ତି ।
କେନ୍ଦ୍ରୀୟ ବ୍ୟାଙ୍କର ଡିଜିଟାଲ ମୁଦ୍ରାସ୍ଫୀତି ଉପରେ ଆର୍ବିଆଇ ମୁଖ୍ୟ କହିଛନ୍ତି ଯେ, ଆରବିଆଇରେ ଆଭ୍ୟନ୍ତରୀଣ ସ୍ତରରେ ଅନେକ କାର୍ଯ୍ୟ ଜାରି ରହିଛି । ଏହା ସମ୍ପୂର୍ଣ୍ଣ ହେବା ପରେ ଖୁବଶୀଘ୍ର ଏହା ଉପରେ କିଛି ବ୍ୟାପକ ନିର୍ଦ୍ଦେଶାବଳୀ ପ୍ରକାଶ ପାଇବ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ