ଓଡିଶା

odisha

ETV Bharat / business

ଆସନ୍ତା ଆର୍ଥିକ ବର୍ଷ ବହୁତ ଭଲ ରହିବ ଅର୍ଥନୀତି: ଅର୍ଥ ମନ୍ତ୍ରାଳୟ - ଅର୍ଥ ମନ୍ତ୍ରାଳୟ ରିପୋର୍ଟ

ଅଭିବୃଦ୍ଧି ଏବଂ ମୁଦ୍ରାସ୍ପୀତି ଦୃଷ୍ଟିକୋଣ 2021-22 ରେ ପୁନରୁଦ୍ଧାର ଠାରୁ ଅଧିକ ଆଶା ଦେଖାଇଛି । କୋରୋନା ମହାମାରୀ ଯୋଗୁଁ ଚଳିତ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥବ୍ୟବସ୍ଥାରେ 7.7 ପ୍ରତିଶତର ହ୍ରାସ ଆସିବା ଆଶଙ୍କା ରହିଛି । ଅଧିକ ପଢନ୍ତୁ..

ଆସନ୍ତା ଆର୍ଥିକ ବର୍ଷ ବହୁତ ଭଲ  ରହିବ ଅର୍ଥନୀତି: ଅର୍ଥ ମନ୍ତ୍ରାଳୟ
ଆସନ୍ତା ଆର୍ଥିକ ବର୍ଷ ବହୁତ ଭଲ ରହିବ ଅର୍ଥନୀତି: ଅର୍ଥ ମନ୍ତ୍ରାଳୟ

By

Published : Feb 10, 2021, 5:41 PM IST

ନୂଆଦିଲ୍ଲୀ: ଦେଶର ଅଭିବୃଦ୍ଧି ଓ ମୁଦ୍ରାସ୍ପୀତିର ଦୃଷ୍ଟିକୋଣ 2021-22ରେ ସୁଧୁରିବ । କୋରୋନା ପ୍ରଭାବିତ ଅର୍ଥବ୍ୟବସ୍ଥା ପୁର୍ନପୁନରୁଦ୍ଧାର ଠାରୁ ମଧ୍ୟ ଅଧିକ ଭଲ ପ୍ରଦର୍ଶନ କରିପାରିବ ବୋଲି ଆଶା ରହିଛି । ଅର୍ଥ ମନ୍ତ୍ରାଳୟ ଏକ ସଦ୍ୟ ରିପୋର୍ଟରେ ଏ ନେଇ ଦାବି କରିଛି ।

ଅର୍ଥମନ୍ତ୍ରାଳ ଜାରି କରିଥିବା ମାସିକ ଆର୍ଥିକ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି କି ଭାରତ ଦୁନିଆ ପାଇଁ କୋଭିଡ-19 ଟୀକାର ହବ ପାଲଟିଛି । ରିପୋର୍ଟରେ କୁହାଯାଇଛି କି, ‘‘ କେନ୍ଦ୍ରୀୟ ବଜେଟ 2021-22 ରେ ଘୋଷିତ ଉପାୟ ସହ ସଂରଞ୍ଚନାତ୍ମକ ସୁଧାର ଓ ଆତ୍ମନିର୍ଭର ଭାରତ ମିଶନ ଅଧିନରେ

ନୀତି ସମର୍ଥନ ବ୍ୟାପକ-ଆଧାରିତ ଅନ୍ତର୍ଭୂକ୍ତ ଅଭିବୃଦ୍ଧିକୁ ମଜବୁତ କରିବ । ଏହା ଦ୍ବାରା ଦେଶର ଆଗାମୀ ଆସନ୍ତା ଆର୍ଥିକ ବର୍ଷରେ ସୁଦୃଢ ଓ ସ୍ଥାୟୀ ବୃଦ୍ଧି ଦର ଟ୍ରାକକୁ ଫେରିବ । ’’

ରିପୋର୍ଟରେ ଆହୁରୀ ମଧ୍ୟ ଦର୍ଶାଯାଇଛି କି , ବୃଦ୍ଧି ଏବଂ ମୁଦ୍ରାସ୍ପୀତି ଦୃଷ୍ଟିକୋଣ 2021-22 ରେ ପୁନରୁଦ୍ଧାର ଠାରୁ ଅଧିକ ଆଶା ଦେଖାଇଛି । କୋରୋନା ମହାମାରୀ ଯୋଗୁଁ ଚଳିତ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥବ୍ୟବସ୍ଥାରେ 7.7 ପ୍ରତିଶତର ହ୍ରାସ ଆସିବା ଆଶଙ୍କା ରହିଛି ।

ପୂର୍ବରୁ ସଂସଦରେ ଉପସ୍ଥାପିତ ବାର୍ଷିକ ଅର୍ଥନୈତିକ ସର୍ଭେରେ 2021-22 ରେ ବୃଦ୍ଧି ଦର 11 ପ୍ରତିଶତରେ ପହଞ୍ଚିବା ଆକଳନ କରାଯାଇଛି । ବଜେଟରେ ମଧ୍ୟ ବାସ୍ତବିକ ଜିଡିପିରେ 10ରୁ ସାଢେ ଦଶ ପ୍ରତିଶତ ବୃଦ୍ଧିର ଅନୁମାନ ପ୍ରକାଶ କରାଯାଇଛି । ଆର୍ଥିକ ବର୍ଷ 2021-22 ପାଇଁ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ (ଆଇଏମଏଫ) 11.5 ପ୍ରତିଶତ ବୃଦ୍ଧି , ଅର୍ଥନୈତିକ ସର୍ଭେକ୍ଷଣରେ 11 ପ୍ରତିଶତ ଆର୍ଥିକ ବୃଦ୍ଧି ଓ ଆରବିଆଇର ମୁଦ୍ରା ନୀତି ସମିତି 10.5 ପ୍ରତିଶତ ଜିଡିପିର ଆକଳନ ପ୍ରକାଶ କରିଛି । ଏଭଳି ସ୍ଥିତିର ଏହି ଆର୍ଥିକ ବର୍ଷ ପୁନନିର୍ମାଣର ରହିପାରେ । ଆଇଏମଏଫ 2022-23ରେ ଭାରତର ଆର୍ଥିକ ବୃଦ୍ଧି ଦର 6.8 ପ୍ରତିଶତ ରହିପାରେ । ଏଭଳି ଭାରତ ପୁନଃ ସବୁଠୁ ତୀବ୍ର ବୃଦ୍ଧି ହେଉଥିବା ପ୍ରମୁଖ ଅର୍ଥବ୍ୟବସ୍ଥା ଭାବେ ଉଭା ହେଉଛି ବୋଲି ରିପୋର୍ଟରେ କୁହାଯାଇଛି ।

ABOUT THE AUTHOR

...view details