ଓଡିଶା

odisha

ETV Bharat / business

କୋରୋନା ପ୍ରହାର, ଜି-20 ଦେଶରେ ମାନ୍ଦାବସ୍ଥା ଜଳଜଳ: ମୁଡିସ - coronavirus news

ମାରାତ୍ମକ କୋରୋନା ଭାଇରସ ପ୍ରକୋପରେ ଭାରତ , ଆମେରିକ ଓ ଚୀନ ସମେତ ଦେଶର ବହୁ ପ୍ରମୁଖ ରାଷ୍ଟ୍ରର ଅଭିବୃଦ୍ଧି ହାର ହ୍ରାସ ପାଇବ । ଗ୍ଲୋବାଲ ରେଟିଙ୍ଗ ଏଜେନ୍ସି ମୁଡିସ ଏ ନେଇ ଆକଳନ କରିଛି ।

Moody's forecasts recession for G20 countries in 2020 due to coronavirus
କୋରୋନା ପ୍ରହାର, ଜି-20 ଦେଶରେ ମାନ୍ଦାବସ୍ଥା ଜଳଜଳ: ମୁଡିସ

By

Published : Mar 26, 2020, 5:11 PM IST

ନୂଆଦିଲ୍ଲୀ: କୋରୋନା ଭାଇରସର ପ୍ରକୋପ ବୃଦ୍ଧି ଯୋଗୁଁ ଅଣାୟତ ଅର୍ଥବ୍ୟବସ୍ଥା । ବିଶେଷ କରି ଜି-20 ଦେଶଗୁଡିରେ ଏ ବର୍ଷ ମାନ୍ଦାବସ୍ଥା ଜଳ ଜଳ । 2020ରେ ଏ ସମସ୍ତ ଦେଶର ମୋଟ ଘରୋଇ ଉତ୍ପାଦ 0.5 ପ୍ରତିଶତ ଖସିପାରେ । ଏ ନେଇ ଅନୁମାନ କରିଛି ଗ୍ଲୋବାଲ ରେଟିଙ୍ଗ ଏଜେନ୍ସି ମୁଡିସ ।

ଏହି ଦେଶ ଗୁଡିକ ମଧ୍ୟରେ ଆମେରିକାର 2 ପ୍ରତିଶତ ଓ ୟୁରୋଜୋନ (ୟୁରୋ ମୁଦ୍ରା ଆପଣାଇଥିବା ଦେଶ)ର ଅର୍ଥବ୍ୟବସ୍ଥାରେ 2.2 ପ୍ରତିଶତ ହ୍ରାସ ପାଇପାରେ ।

ଜି -20 ରେ କେଉଁ ଦେଶ ଗୁଡିକ ସାମିଲ ..

ଜି -20 ଗ୍ରୁପରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚୀନ୍, ୟୁରୋପୀୟ ୟୁନିଅନ, ଫ୍ରାନ୍ସ,, ଜର୍ମାନୀ, ଭାରତ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ମେକ୍ସିକୋ, ଋଷ,, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ଦକ୍ଷିଣ କୋରିଆ, ତୁର୍କୀ, ବ୍ରିଟେନ ଏବଂ ଆମେରିକା ଅନ୍ତର୍ଭୁକ୍ତ।

ଏହି ସମସ୍ତ ଦେଶ ମିଳିତ ଭାବେ ବିଶ୍ୱ ଜିଡିପିରେ 85 ପ୍ରତିଶତ ଯୋଗଦାନ ଦିଅନ୍ତି | ଏହା ବ୍ୟତୀତ ବିଶ୍ବ ବାଣିଜ୍ୟରେ ମଧ୍ୟ ଏହି ଦେଶଗୁଡିକର ଅଂଶ 80 ପ୍ରତିଶତ ରହିଥାଏ । ସେହିପରି ବିଶ୍ବ ଜନସଂଖ୍ୟାର ଦୁଇ ତୃତୀୟାଂଶ ଏଠାରେ ବସବାସ କରିଥାନ୍ତି ।

ପିଟିଆଇ

ABOUT THE AUTHOR

...view details