ନୂଆଦିଲ୍ଲୀ:କେନ୍ଦ୍ର କ୍ୟାବିନେଟ ବୈଠକରେ ଚାଷୀଙ୍କ ପାଇଁ ବଡ ଘୋଷଣା । କୃଷି ପାଇଁ ଲକ୍ଷେ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ସରକାର । ମଣ୍ଡି ଜରିଆରେ ଚାଷୀଙ୍କୁ ମିଳିବ ଲକ୍ଷେ କୋଟି ଟଙ୍କା ।
ମୋଦି ମନ୍ତ୍ରୀମଣ୍ଡଳର ବିସ୍ତାର ପରେ ବସିଥିଲା ପ୍ରଥମ କ୍ୟାବିନେଟ ବୈଠକ । ଏହି ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ସରକାର ମଣ୍ଡିଗୁଡିକର ସଶକ୍ତିକରଣ ଚାହୁଁଛନ୍ତି । ଏଥିପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସରକାର । ଏହା ଅନ୍ତର୍ଗତ ଚାଷୀଙ୍କ ପାଖରେ ପହଞ୍ଚିବ ଲକ୍ଷେ କୋଟି ଟଙ୍କାର ପ୍ୟାକେଜ ।