ଓଡିଶା

odisha

ETV Bharat / business

ବଢିବ ସର୍ବନିମ୍ନ ମଜୁରୀ: ଜାଣନ୍ତୁ ଏଥର କଣ ରହିବ ଖାସ ?

ଏଥର ଶ୍ରମିକଙ୍କ ପାଇଁ ସରକାରଙ୍କ ବଡ ବ୍ୟବସ୍ଥା । ପିଲାଙ୍କ ଶିକ୍ଷା, ପରିବାର ପ୍ରତିପୋଷଣ, ଔଷଧ, ଜରୁରୀ ଆବଶ୍ୟକତା ଆଦିକୁ ନଜରରେ ରଖି ଧାର୍ଯ୍ୟ ହେବ ସର୍ବନିମ୍ନ ମଜୁରୀ ।

By

Published : Nov 4, 2019, 1:26 PM IST

ପ୍ରତିକାତ୍ମକ ଫଟୋ


ନୂଆଦିଲ୍ଲୀ: ଆସନ୍ତା 3 ମାସ ଭିତରେ ବଢିବ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ । ସପ୍ତମ ବେତନ କମିଶନ ସମୟରେ କର୍ମଚାରୀଙ୍କ ସର୍ବନିମ୍ନ ବେତନ ନିୟମ ଆଧାରରେ କେନ୍ଦ୍ର ସରକାର ଏ ନେଇ ପ୍ରସ୍ତାବ ଦେଇଛନ୍ତି । ଏହା ଅନୁଯାୟୀ ତୁରନ୍ତ ଶ୍ରମିକଙ୍କ ମଜୁରୀରେ ବଡ ଧରଣର ସଂଶୋଧନ ନେଇ ଆଶା କରାଯାଉଛି ।

ଶ୍ରମିକ ପରିବାର, ପିଲାଙ୍କ ପାଠପଢା, ଔଷଧ , ଆବଶ୍ୟକତା ଆଦିକୁ ନଜରରେ ରଖି ପ୍ରଥମଥର ମନ୍ତ୍ରାଣଳୟ ପକ୍ଷରୁ ସର୍ବନିମ୍ନ ମଜୁରୀ ସ୍ଥିର କରାଯିବ । ଏଥପାଇଁ ଶ୍ରମ ମନ୍ତ୍ରାଣଳୟ ସାଧାରଣଙ୍କ ମତାମତ ନେବା ସହ ମଜୁରୀ ନିୟମ 2019 ଚିଠା କୋଡ ଆଧାରରେ ଏହାକୁ ପ୍ରସ୍ତୁତ କରିଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।


ଅଗଷ୍ଟରେ ସଂସଦରେ ପାରିତ ମଜୁରୀ କୋଡର କେତେକ ସେଟରେ ଶିଳ୍ପ ସେକ୍ଟର ବ୍ୟତୀତ ସମସ୍ତ ଶ୍ରମିକଙ୍କୁ ସର୍ବନିମ୍ନ ମଜୁରୀ ଦେବାକୁ ପ୍ରସ୍ତାବ ଦିଆଯାଇଛି । 1992 ସମିହାରେ ସୁପ୍ରିମକୋର୍ଟର ଏକ ରାୟର ପରାମର୍ଶ ଅନୁଯାୟୀ କେନ୍ଦ୍ର ସରକାର ଏହି ମଜୁରୀ ପାଇଁ ବିଚାର କରୁଛନ୍ତି ।


ତେବେ ଏହି ଶ୍ରେଣୀରେ ରେଳପଥ, ଖଣି, ବିମାନ, ଟେଲିକମ, ବ୍ୟାଙ୍କିଙ୍ଗ, ବୀମା , ସରକାରୀ ବନ୍ଦର , କେନ୍ଦ୍ର ସଂସ୍ଥାରେ ନିୟୋଜିତ ଘରୋଇ ଠିକାଦାର ଆଦି ରହିଛନ୍ତି । ସେହିପରି ଶ୍ରମ ଆଇନ 2019 କୋଡ ଅନୁଯାୟୀ ରାଜ୍ୟ ସରକାର ମଧ୍ୟ ସମସ୍ତ ଶିଳ୍ପ ପାଇଁ ଏହାକୁ ଲାଗୁ କରିପାରିବେ ।

ABOUT THE AUTHOR

...view details