ନୂଆଦିଲ୍ଲୀ: ନିର୍ବାଚନୀ ମୁହୁର୍ତ୍ତରେ ଶ୍ରମିକଙ୍କୁ ବଡ ଭେଟି । ବଢିଲା ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) ମଜୁରୀ । ଓଡିଶା ସମେତ ବିଭିନ୍ନ ରାଜ୍ୟରେ 1ରୁ 17 ଟଙ୍କା ପର୍ଯ୍ୟନ୍ତ ବଢିଛି ମନରେଗା ମଜୁରି । କେନ୍ଦ୍ରୀୟ ବିକାଶ ଗ୍ରାମୀଣ ମନ୍ତ୍ରାଳୟ ପକ୍ଷରୁ ଏହାକୁ ବୃଦ୍ଧି କରାଯାଇଛି ।
ଆଚରଣ ବିଧି ଲାଗୁ ପରେ ବି ନୂଆ ନିୟମ, ମନରେଗା ମଜୁରି ବୃଦ୍ଧି - rupee
ଓଡିଶା ସମେତ ବିଭିନ୍ନ ରାଜ୍ୟରେ 1ରୁ 17 ଟଙ୍କା ପର୍ଯ୍ୟନ୍ତ ବଢିଛି ମନରେଗା ମଜୁରି । କେନ୍ଦ୍ରୀୟ ବିକାଶ ଗ୍ରାମୀଣ ମନ୍ତ୍ରାଳୟ ପକ୍ଷରୁ ଏହାକୁ ବୃଦ୍ଧି କରାଯାଇଛି ।
ପ୍ରତିକାତ୍ମକ ଫଟୋ
ପଶ୍ଚିମବଙ୍ଗ, କର୍ଣ୍ଣାଟକ, କେରଳ ଓ ଗୋଆ ଆଦି କିଛି ରାଜ୍ୟକୁ ଛାଡିଲେ ପ୍ରାୟ ରାଜ୍ୟ ଗୁଡିକରେ ମଜୁରି ବୃଦ୍ଧି ପାଇଛି । ଖାସ କରି ଉତ୍ତର ପୂର୍ବାଞ୍ଚଳର ମିଜୋରାମ, ନାଗାଲାଣ୍ଡ ଓ ମଣିପୁର ଆଦି ରାଜ୍ୟରେ ମଜୁରି ଅଧିକା ବଢିଛି । ମିଜୋରାମରେ 17 ଟଙ୍କା ବଢିଥିବା ବେଳେ ଓଡିଶାରେ 6 ଟଙ୍କା ଅଧିକା ବୃଦ୍ଧି ପାଇଛି ।
ତେବେ ଆଗକୁ ଲୋକସଭା ନିର୍ବାଚନ ରହିଥିବା ବେଳେ ଏପରି ସମୟରେ ମଜୁରି ବୃଦ୍ଧି ଏକ ବଡ ବିବାଦ ସୃଷ୍ଟି କରୁଛି । ନିର୍ବାଚନ ଆଚରଣ ବିଧି ଲାଗିଥିଲେ ସୁଦ୍ଧା ନୂଆ ନିୟମ ଲାଗୁ କରିବାକୁ ନେଇ ବିରୋଧୀ ଦର ସ୍ୱର ଉଠାଇଛନ୍ତି ।