ଓଡିଶା

odisha

By

Published : Apr 19, 2020, 6:52 AM IST

ETV Bharat / business

କୋରୋନା କଟକଣା: ‘ସ୍ଥିତି ଗମ୍ଭୀର, ଯୋଗାଣ ଶୃଙ୍ଖଳା ଗୁରୁତର’

ଅମିତାଭ କହିଛନ୍ତି ଯେ, ‘‘ଆମେ ଏବେ ଅତ୍ୟନ୍ତ ଖରାପ ସମୟ ଦେଇ ଗତି କରୁଛେ । ଆମର ଯୋଗାଣ ଶୃଙ୍ଖଳା ଗଭୀର ଭାବେ ପ୍ରଭାବିତ ।

lockdown has severely disrupted supply chains niti ceo
କୋରୋନା କଟକଣା: ‘ସ୍ଥିତି ଗମ୍ଭୀର, ଯୋଗାଣ ଶୃଙ୍ଖଳା ଗୁରୁତର’

ନୂଆଦିଲ୍ଲୀ. ଦେଶରେ ଜାରି ରହିଥିବା କୋରୋନା କଟକଣା ଯୋଗୁଁ ଯୋଗାଣ ଶୃଙ୍ଖଳା ଅତ୍ୟନ୍ତ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି । ଶନିବାର ‘କୋଭି -19 ଓ ଭବିଷ୍ୟତ କାର୍ଯ୍ୟ‘ ବିଷୟରେ ଚାଲିଥିବା ଏକ ଭିଡିଓ କନଫ୍ରେନ୍ସିରେ ନୀତି ଆୟୋଗ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ(ସିଇଓ) ଅମିତାଭ କାନ୍ତ ଏନେଇ କହିଛନ୍ତି ।

ଏହି ମହାମାରୀ ଏକ ବଡ ଧରଣର ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଯାହାକି ବହୁତ ଜଟିଳ ଓ ଅପ୍ରତ୍ୟାଶିତ । ଅମିତାଭ କହିଛନ୍ତି ଯେ, ‘‘ଆମେ ଏବେ ଅତ୍ୟନ୍ତ ଖରାପ ସମୟ ଦେଇ ଗତି କରୁଛେ । ଆମର ଯୋଗାଣ ଶୃଙ୍ଖଳା ଗଭୀର ଭାବେ ପ୍ରଭାବିତ ।

କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ଦେଶବ୍ୟାପି 40 ଦିନ ଲକଡାଉନ ରହିଛି । ଏହି ଆଲୋଚନାରେ ବିଶ୍ୱ ବ୍ୟାଙ୍କର ନିର୍ଦ୍ଦେଶକ ଜୁନେଦା କମାଲ ଅହମ୍ମଦ ବିକାଶଶୀଳ ଦେଶମାନଙ୍କୁ କାର୍ଯ୍ୟ ଶୈଳୀ ବଦଳେଇବାକୁ କହିଛନ୍ତି । ଏଥିସହ ସେ କହିଛନ୍ତି ଯେ, ଆୟୁଷ୍ମାନ ଭାରତ ଏକ ବଡ ଯୋଜନା, । କିନ୍ତୁ ଆଗାମୀ ବର୍ଷରେ ଭାରତ ଏହାଠାରୁ ଆଗକୁ ବଢିବା ଜରୁରୀ ରହିଛି ।

ABOUT THE AUTHOR

...view details