ଓଡିଶା

odisha

ଦେଶର ଆର୍ଥିକ ସ୍ଥିତି ଫେରାଇ ଆଣିବାକୁ ମୋଦିଙ୍କ ଆହ୍ବାନ

By

Published : Jun 2, 2020, 2:33 PM IST

ଭାରତୀୟ ଶିଳ୍ପ ମହାସଂଘ(CII)ର ବାର୍ଷିକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ଅବସରରେ ଦେଶର ଆର୍ଥିକ ସ୍ଥିତିକୁ ଫେରାଇ ଆଣିବାକୁ ଆହ୍ବାନ କରିଛନ୍ତି । ଅଧିକ ପଢନ୍ତୁ...

ଦେଶର ଆର୍ଥିକ ସ୍ଥିତି ଫେରାଇ ଆଣିବାକୁ ମୋଦିଙ୍କ ଆହ୍ବାନ
ଦେଶର ଆର୍ଥିକ ସ୍ଥିତି ଫେରାଇ ଆଣିବାକୁ ମୋଦିଙ୍କ ଆହ୍ବାନ

ନୂଆଦିଲ୍ଲୀ: କୋରୋନା ଦୋହଲାଇ ଦେଇଛି ଦେଶର ଆର୍ଥିକ ସ୍ଥିତି । ଏହାକୁ ସଳଖିବାକୁ ହେଲେ ବହୁ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିବ । ତେଣୁ କେନ୍ଦ୍ର ସରକାର ‘ଆତ୍ମ ନିର୍ଭର ଭାରତ’ ଅଭିଯାନ ମାଧ୍ୟମରେ ଗୁଡାଏ ଯୋଜନା କରିଛନ୍ତି । ଆଜି ଦେଶର ଅର୍ଥନୀତିକୁ ଫେରାଇ ଆଣିବାକୁ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଦ୍ବିତୀୟ ପାଳିର ପ୍ରଥମ ବର୍ଷ ପୂରଣ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ଥର ଭାରତୀୟ ଶିଳ୍ପ ମହାସଂଘ(CII)ର ବାର୍ଷିକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । CII ର ବାର୍ଷିକ ଅଧିବେଶନ ଅବସରରେ ଭର୍ଚୁଆଲ୍ ମାଧ୍ୟମରେ ମୋଦି ମହାମାରୀ ପରବର୍ତ୍ତୀ ଦେଶରେ ଅର୍ଥନୀତିକୁ ଫେରାଇ ଆଣିବାକୁ ଆହ୍ବାନ କରିଛନ୍ତି । ଭାରତକୁ ଉଚ୍ଚ ଅଭିବୃଦ୍ଧିର ପଥରେ ଫେରାଇ ଆଣିବାକୁ ହେଲେ ଇଚ୍ଛାଶକ୍ତି, ପୁଞ୍ଜି ବିନିଯୋଗ, ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେବାକୁ ପଡିବ ।

ଆଜି CIIକୁ125 ବର୍ଷ ପୂରଣ କରିଛି । ଭାରତର ବିକାଶ, ସହଭାଗୀ ଶିଳ୍ପ, ସରକାରୀ ଏବଂ ନାଗରିକ ସମାଜ ପାଇଁ ଏକ ପରିବେଶ ସୃଷ୍ଟି ତଥା ବଞ୍ଚାଇବା ପାଇଁ କାର୍ଯ୍ୟ କରିଆସୁଛି ।

For All Latest Updates

ABOUT THE AUTHOR

...view details