ନୂଆଦିଲ୍ଲୀ: ଆପଣ ଫାଇନାନ୍ସ ଉପରେ ଅଧିକ ଜାଣିବାକୁ ଚାହାନ୍ତି କି ? ତେବେ ଡାଉନଲୋଡ କରନ୍ତୁ ‘ନ୍ୟାସନାଲ ଟେଷ୍ଟ ଅଭ୍ୟାସ ଆପ’ । ଏହି ଆପ ମାଧ୍ୟମରେ ଆପଣ ଘରେ ବସି ଉଚ୍ଚ ଶିକ୍ଷା ସହ ଜଡିତ ଏହି କୋର୍ସ, ବ୍ୟାଙ୍କିଙ୍ଗ, ରିଜର୍ଭ ବ୍ୟଙ୍କ ଓ ମନି ସପ୍ଲାଏ ଭଳି ଗୁରୁତ୍ବପୂର୍ଣ୍ଣ ବିଷୟ ସମ୍ବନ୍ଧରେ ଜାଣିପାରିବେ । ଏହାକୁ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଉପଲବ୍ଧ କରାଯାଇଛି ।
ଏହି କୋର୍ସ ମୁଖ୍ୟତଃ ପୋଷ୍ଟ ଗ୍ରାଜୁଏଟ ଛାତ୍ରଛାତ୍ରୀଙ୍କୁ ସହାୟକ ହେବ । ଏହି ପାଠ୍ୟକ୍ରମ ମାଧ୍ୟମରେ ଅର୍ଥ ବଜାରରେ ଆରବିଆଇର ଭୂମିକା ଏବଂ ଏହାର ଗୁରୁତ୍ୱ ବିଷୟରେ ଅବଗତ ହୋଇପାରିବେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ କି, , ବିଶେଷଜ୍ଞ ଓ ଅର୍ଥନୀତିଜ୍ଞଙ୍କ ମାନେ ଅନଲାଇନରେ ଛାତ୍ରଛାତ୍ରୀଙ୍କୁ ମନି ବ୍ୟାଙ୍କିଙ୍ଗ ପାଠ ପଢାଇବେ ।
ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଯୁବବର୍ଗଙ୍କ ରୋଜଗାର ସହ ଯୋଡାଯାଇ ଏହି ପାଠ୍ୟକ୍ରମର ଡିଜାଇନ କରାଯାଇଛି । ଉପଲବ୍ଧ ଏହି କୋର୍ସ ମାଧ୍ୟମରେ ମନି ବ୍ୟାଙ୍କିଙ୍ଗ ବ୍ୟତୀତ ଅର୍ଥ ଯୋଗାଣ ଏବଂ ଏହାର ପରିଚାଳନା ସମେତ ଅର୍ଥନୀତିରେ ଆରବିଆଇର ଭୁମିକା ମଧ୍ୟ ଅତି ସରଳର ସହ ବୁଝାଯିବ ।