ଓଡିଶା

odisha

ବିବାହ ସିଜନରେ ବମ୍ପର ଅଫର, ଶସ୍ତାରେ ଗହଣା ଓ କାର

By

Published : Mar 11, 2019, 7:45 PM IST

ଏଣିକି କାର ଓ ମୁଲ୍ୟବାନ ଧାତୁ କ୍ରୟ ଉପରେ ଦେବାକୁ ପଡିବନି ଟିସିଏସ( ଟ୍ୟାକ୍ସ କଲେକ୍ଟିଭ ସୋର୍ସ) । କେନ୍ଦ୍ରୀୟ ପରୋକ୍ଷ ବୋର୍ଡ ଓ ସୀମା ଶୁକ୍ଲ ବୋର୍ଡ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଚାଲିଛି ବିବାହ ସିଜନ । ଯଦି ଆପଣ ଗହଣା କିମ୍ବା କାର କିଣିବାକୁ ଇଚ୍ଛୁକ, ତେବେ ରହିଛି ଏକ ବମ୍ପର ଅଫର । ଏଣିକି କାର ଓ ମୁଲ୍ୟବାନ ଧାତୁ କ୍ରୟ ଉପରେ ଦେବାକୁ ପଡିବନି ଟିସିଏସ( ଟ୍ୟାକ୍ସ କଲେକ୍ଟିଭ ସୋର୍ସ) । କେନ୍ଦ୍ରୀୟ ପରୋକ୍ଷ ବୋର୍ଡ ଓ ସୀମା ଶୁକ୍ଲ ବୋର୍ଡ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି ।

ନିର୍ବାଚନ ତାରିଖ ଘୋଷଣା ହେବା ପରେ ମିଳିଛି ଖୁସି ଖବର । ଶସ୍ତାରେ ମିଳିବ ଆପଣଙ୍କ ମନ ପସନ୍ଦର କାର ଓ ଗହଣା । ଜିଏସଟି ଦେୟ ଗଣନାରେ ଟିସିଏସରୁ ଆଦାୟ କରାଯାଉଥିବା ଟିକସକୁ ଉକ୍ତ ସାମଗ୍ରୀ ମୁଲ୍ୟରୁ ବାଦ ଦିଆଯିବ । ଅର୍ଥାତ ଦ୍ରବ୍ୟ ଓ ସାମଗ୍ରୀ ଉପରେ ଜିଏସଟି ବ୍ୟତୀତ ଅତିରିକ୍ତ କର(ଟିସିଏସ)କୁ ଆଉ ଦେବାକୁ ପଡିବନି ।

ଆୟକର ଆଇନ ଅନୁଯାୟୀ, ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଯାନବାହନ, 5 ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଗହଣା ଓ 2 ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନାରୁପା କିଣିବା ଉପରେ ପାଖାପାଖି 1 ପ୍ରତିଶତ ଟିସିଏସ ଦେବାକୁ ପଡିଥାଏ । ସେହିପରି ଅନ୍ୟ ସବୁ ଦ୍ରବ୍ୟ ଓ ସାମଗ୍ରୀ କ୍ରୟ କରିବାକୁ ଅଲଗା ଅଲଗା ଟିସିଏସ ଗଣିବାକୁ ପଡିଥାଏ ।

ସିବିଆଇ ଜାରି କରିଥିବା ସର୍କୁଲାରରେ କୁହାଯାଇଛି ଯେ, ଜିଏସଟି ହିସାବ ସମୟରେ ଟିସିଏସକୁ ବାଦ ଦିଆଯିବ । ଆୟକର ଅଧିନିୟମ ଅନୁଯାୟୀ, ଯେଉଁସବୁ ଉତ୍ପାଦ ଉପରେ ଟ୍ୟାକ୍ସ ଦେବାକୁ ପଡୁଛି, ସେସବୁ ଉପରେ ଜିଏସଟି ଗଣନା ସମୟରେ ଟିସିଏସ ରାଶିକୁ ସାମିଲ କରାଯିବ ବୋଲି ବୋର୍ଡ ପକ୍ଷରୁ ଡିସେମ୍ବରରେ କୁହାଯାଇଛି ।

For All Latest Updates

ABOUT THE AUTHOR

...view details