ନୂଆଦିଲ୍ଲୀ: କେବେ ଖାଇଛନ୍ତି ଲକ୍ଷେ ଟଙ୍କାର ଚକୋଲେଟ। ଆଜ୍ଞା ହଁ ଏପରି ଏକ ଚକୋଲେଟ ଯାହା ଏବେ ଦୁନିଆର ଦାମୀ ଚକୋଲେଟ ଭାବେ ଗିନିଜ ୱାର୍ଲ୍ଡ ରେକର୍ଡରେ ସାମିଲ ହୋଇଛି । ମଙ୍ଗଳବାର ଆଇଟିସି ପକ୍ଷରୁ ଏହାକୁ ଲଞ୍ଚ କରାଯାଇଛି । ତେବେ କାହିଁକି ଏହା ଏତେ ମହଙ୍ଗା ?
ଦୁନିଆର ଦାମୀ ଚକୋଲେଟ, ଦାମ ଶୁଣିଲେ ଉଡିଯିବ ହୋସ - ଚକୋଲେଟ ଦାମ ଲକ୍ଷେ
ଦୁନିଆ ସବୁଠୁ ମହଙ୍ଗା ଚକୋଲେଟ। ଏହି ଚକୋଲେଟକୁ ଲଞ୍ଚ କରିଛି ଆଇଟିସି । ଜାଣନ୍ତୁ ଏହାର ଦାମ କେତେ ଓ ଏହା କେଉଁଥିରେ ଉପଲବ୍ଧ?

ଦୁନିଆର ଦାମୀ ଚକୋଲେଟ
ଆଇଟିସି ଏହି ଚକୋଲେଟକୁ ନିଜ ଫେବେଲ ବ୍ରାଣ୍ଡ ଅଧିନରେ ଉପସ୍ଥାପନ କରିଛି । ଏକ ଦାମୀ ବାକ୍ସରେ ଉପଲବ୍ଧ ଏହି ଚକୋଲେଟ ପ୍ୟାକେଟ ଦାମ ସମସ୍ତ କର ସହ ଲକ୍ଷେ ଟଙ୍କା ରହିଛି । ସେହିପରି କିଲୋ ପିଛା ଏହାର ଦାମ 4.3 ଲକ୍ଷ ଟଙ୍କା ।
ଏହି ଚକୋରେଟଟି କାଠର ବାକ୍ସରେ ଉପଲବ୍ଧ ହେବ । ଏଥିରେ 15 ଗ୍ରାମର 15 ଟ୍ରଫଲ୍ସ ରହିଛି । ଆଇଟିସିର ମୁଖ୍ୟ ପରିଚାଳନା ଅଧିକାରୀ ଅନୁଜ ରୁସ୍ତଗୀ କହିଛନ୍ତି ୟେ, ‘ଫେବେଲରେ ଆମେ ନୂଆ ବେଞ୍ଚମାର୍କ ସ୍ଥାପିତ କରି ବହୁତ ଖୁସି । ଆମେ କେବଳ ଭାରତୀୟ ବଜାର ନୁହେଁ ବରଂ ଏହି ପ୍ରଡକ୍ଟଟି ବିଶ୍ବ ସ୍ତରରେ ସଫଳତା ହାସଲ କରିଛି।