ଓଡିଶା

odisha

By

Published : Apr 16, 2020, 2:04 AM IST

ETV Bharat / business

ସପ୍ତାହରେ 4,250 ରିଫଣ୍ଡ ଜାରି କଲା ଆୟକର ବିଭାଗ

ସିବିଡିଟି 5ରୁ 7 କାର୍ଯ୍ୟଦିବସରେ 10.2 ଲକ୍ଷ ଆୟକରଦାତାଙ୍କ ଆକାଉଣ୍ଟକୁ ମୋଟ 4,250 କୋଟି ଟଙ୍କା ରିଫଣ୍ଡ କରିବ । ଅଧିକ ପଢନ୍ତୁ..

it refunds worth rs 4250 cr issued in a week cbdt
ସପ୍ତାହରେ 4,250 ରିଫଣ୍ଡ ଜାରି କଲା ଆୟକର ବିଭାଗ

ନୂଆଦିଲ୍ଲୀ: ଆୟକର ବିଭାଗ 1 ସପ୍ତାହରେ 10.2 ଲକ୍ଷ କରଦାତାଙ୍କୁ ମୋଟ 4,250 କୋଟି ଟଙ୍କା ରିଫଣ୍ଡ ଜାରି କରିଛି । ବୁଧବାର କେନ୍ଦ୍ରୀୟ ପ୍ରତ୍ୟକ୍ଷ ବୋର୍ଡ(ସିବିଡିଟି) ଏନେଇ ସୂଚନା ଦେଇଛି ।

ଗତ ସପ୍ତାହରେ ଅର୍ଥମନ୍ତ୍ରଣାଳୟ କହିଥିଲା ଯେ, ଶୀଘ୍ର ସେ 5 ଲକ୍ଷ କୋଟି ପର୍ଯ୍ୟନ୍ତ କର ରିଫଣ୍ଡ ଜାରି କରିବ । ଏହା ଦ୍ବାରା କୋଭିଡ-19 ସଙ୍କଟରେ ଜୁଝୁଥିବା ପାଖାପାଖି 14 ଲକ୍ଷ ବ୍ୟକ୍ତିଗତ ଓ କାରବାରୀ ଆୟକରଦାତାଙ୍କୁ ଆଶ୍ବସ୍ତି ମିଳିବ ।

ଜଣେ ଅଧିକାରୀ ନିଜ ବିବୃତ୍ତିରେ କହିଛନ୍ତି ଯେ, ସିବିଡିଟି 5ରୁ 7 କାର୍ଯ୍ୟଦିବସରେ ଏହି 10.2 ଲକ୍ଷ ଆୟକରଦାତାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବ ।

ସିବିଡିଟି ହେଉଛି ବ୍ୟକ୍ତିଗତ ଆୟକର ଓ କମ୍ପାନୀ କର ମାମଲା ସହ ଜଡିତ ପ୍ରତ୍ୟକ୍ଷ କର କ୍ଷେତ୍ରରେ ଶୀର୍ଷ ସରକାରୀ ସଂସ୍ଥା । ଗତ ଆର୍ଥିକ ବର୍ଷରେ ସିବିଡିଟି ମୋଟ 1.84 ଲକ୍ଷ କୋଟି ଟଙ୍କା ରିଫଣ୍ଡ ଜାରି କରିଥିଲା ।

ତେବେ ବିଭାଗ ପକ୍ଷରୁ କୁହାଯାଇଛି ଯେ, ପାଖାପାଖି 1.74 ଲକ୍ଷ କ୍ଷେତ୍ରରେ କରଦାତାଙ୍କୁ ପଠାଯାଇଥିବା ଇମେଲର ଜବାବ ଆସିବ ବାକି ରହିଛି ।

ABOUT THE AUTHOR

...view details