ଓଡିଶା

odisha

ETV Bharat / business

ପକୁଡି ବିକିବା ବି ରୋଜଗାର, ହେଲେ.. - ନୋବେଲ ବିଜେତା ଅଭିଜିତ ବାନାର୍ଜୀଙ୍କ ସାକ୍ଷାତକାର

ଭାରତ ଅର୍ଥ ବ୍ୟବସ୍ଥାରେ ରହିଥିବା ତ୍ରୁଟିକୁ ଗୋଟି ଗୋଟି ଗଣେଇଲେ ନୋବେଲ ବିଜେତା ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ । କହିଲେ ରୋଜଗାର ପାଇଁ ପକୁଡି ବିକିବା କେତେ ଦୂର ଯୁକ୍ତିଯୁକ୍ତ ?

ଅଭିଜିତ ବାନାର୍ଜୀ

By

Published : Oct 20, 2019, 4:47 AM IST

ନୂଆଦିଲ୍ଲୀ: ‘ପକୁଡି ବିକ୍ରି କରିବା ଖରାପ କାମ ନୁହେଁ । ହେଲେ ବିକ୍ରେତାଙ୍କ ସଂଖ୍ୟା ବଢିଲେ, ଦାମ କମିବ ।’ ଏକ ପ୍ରମୁଖ ଇଂରାଜୀ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଏଭଳି ଉତ୍ତର ରଖି ଅର୍ଥନୀତିକୁ ନୂଆ ବାଟ ଦେଖାଇଛନ୍ତି ନୋବେଲ ବିଜେତା ଅଭିଜିତ ବାନାର୍ଜୀ ।


ଏଥିସହ ସେ କହିଛନ୍ତି ଯେ, ବିନିର୍ମାଣ ସେକ୍ଟରରେ ମାନ୍ଦାବସ୍ଥା ଯୋଗୁଁ ଆଜି ଭାରତ ଚୀନଠାରୁ ପଛେଇଯାଇଛି । ଏହି କ୍ଷେତ୍ରରେ ଆମେ (ଭାରତ) ଯାହା କରିପାରିଲୁନି ତାହା ବାଂଲାଦେଶ କରି ଦେଖାଇଛି । ଏପଟେ ସୁଧହାରରେ ରିହାତି ଓ କର୍ପୋରେଟ ଟିକସ ହ୍ରାସ ଯୋଗୁଁ ଅଭିବୃଦ୍ଧି ଧିମେଇ ପଡିଛି ।

ଏକ ମୁଖ୍ୟ ପ୍ରସଙ୍ଗ ଯେଉଁଥିରେ ଚୀନର ଦୂରଦୃଷ୍ଟି ଭାରତଠାରୁ ଭଲ ରହିଛି । ଆଉ ତାହା ହେଉଛି ଶ୍ରମ ଆଧାରିତ ବିନିର୍ମାଣ । ଭାରତ ତାର ରିଲୟଇଷ୍ଟେଟ, ସର୍ଭିସ ସେକ୍ଟରରେ ନିଯୁକ୍ତି ସୃଷ୍ଟି କଲା । କିନ୍ତୁ ବିନିର୍ମାଣ କ୍ଷେତ୍ରରେ ନୁହେଁ । ଏହି ସେକ୍ଟରରେ ଲକ୍ଷାଧିକ ଲୋକ ରୋଜଗାରକ୍ଷମ ହୋଇପାରିଥାନ୍ତେ । ହେଲେ ଏଥିରେ ଖସିଗଲା ଭାରତ, ଆଉ ବାଜିମାତ ମାରିଲା ବାଂଲାଦେଶ ।

ସେହିପରି କର୍ପୋରେଟ ଟିକସ ହ୍ରାସ ଯୋଗୁଁ ସୁଧ ଦର ଅଭିବୃଦ୍ଧି ଉପରେ କୌଣସି ପ୍ରଭାବ ପଡିବ ନାହିଁ । ବିକାଶର ମୁଖ୍ୟ ରାସ୍ତା ହେଉଛି ଗରିବକଙ୍କ ହାତରେ ଟଙ୍କା ଦେବା । ଏହା ଦ୍ବାରା ଅର୍ଥବ୍ୟବସ୍ଥା ପୁଣି ଥରେ ସୁଦୃଢ ହେବ ବୋଲି ଅଭିଜିତ ମତ ଦେଇଛନ୍ତି ।

ଅଭିଜିତ ଅଧିକ ଦରମା ସପକ୍ଷରେ ଆଦୌ ନାହାଁନ୍ତି । ସେ କୁହନ୍ତି କି, ‘ ମୋ ମତରେ ଦରମାର କୌଣସି ସୀମା ରହିବା କଥା ନୁହେଁ , କିନ୍ତୁ ଏହାକୁ ଲାଗୁ କରିବା କଷ୍ଟକର । ଅଧିକ ଆମଦାନୀ ଉପରେ ଅଧିକ ଟିକସ ସପକ୍ଷରେ ମୁଁ । ଅସମାନତା ଦୂର କରିବା ପାଇଁ ଟିକସ ବ୍ୟବସ୍ଥାକୁ ବ୍ୟବହାର କରାଯାଉ ।’

ABOUT THE AUTHOR

...view details