ନୂଆଦିଲ୍ଲୀ: ବିଶ୍ବରେ ଅର୍ଥନୈତିକ ଅଭିବୃଦ୍ଧି ବେଶ ଧୀମା ପରିଲକ୍ଷିତ ହୋଇଛି। ଅର୍ଥନୈତିକ ତାରତମ୍ୟ ଓ ଏଥିରେ ଥିବା ବୃହତ ବ୍ୟବଧାନ ସାରା ବିଶ୍ବ ପାଇଁ ଏକ ନୂତନ ଚ୍ୟାଲେଞ୍ଜ ସୃଷ୍ଟି କରିଛି। 2030 ସୁଦ୍ଧା ବିକାଶର ଶୀର୍ଷରେ ପହଞ୍ଚିବା ପାଇଁ ମାନବ ବିକାଶ ସୂଚକାଙ୍କ ବିଶ୍ବର ବିଭିନ୍ନ ରାଷ୍ଟ୍ର ପାଇଁ ସମସ୍ୟା ସୃଷ୍ଟି କରିବ।
ଯେତେବେଳେ ଅର୍ଥନୈତିକ ପ୍ରବୃତ୍ତିରେ ପରିବର୍ତ୍ତନ ଦ୍ବାରା ସାମାଜିକ, ଅର୍ଥନୈତିକ ଓ ପାରିବେଶିକ ସ୍ଥିତିରେ ପରିବର୍ତ୍ତନ ଦେଖାଯାଏ। ଏହା ଦ୍ବାରା ଏକ ପ୍ରଭାବଶାଳୀ ନୀତି ତିଆରି କରିହୁଏ ବୋଲି ଗତ ମାର୍ଚ୍ଚ ମାସରେ ମାନବ ବିକାଶ ସୂଚକାଙ୍କ ନିର୍ଦ୍ଦେଶକ ପ୍ରକାଶ କରିଥିଲେ। ଏହା ସହ ନିର୍ଦ୍ଦେଶକ ମାନବ ସୂଚକାଙ୍କର ଅନ୍ୟ ଏକ ଦିଗକୁ ପ୍ରକାଶ କରିଥିଲେ। ଯେଉଁଥିରେ ଅନିଚ୍ଛାକୃତ ଭାବରେ ଶିକ୍ଷା, ସ୍ବାସ୍ଥ୍ୟ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ଓ ବିତ୍ତୀୟ ଅସମାନତା ଗୁଡିକ ଜାଣିବା ସହ ବିତ୍ତୀୟ ଓ ପାରିବେଶିକ ସମସ୍ୟାକୁ ଧ୍ୟାନ ଦେଇଥିଲେ । ସେହି ପ୍ରସଙ୍ଗରେ ଭାରତ ଦଶନ୍ଧିର ନିମ୍ନ ଓ ମଧ୍ୟ ଆୟକାରୀ ରାଷ୍ଟ୍ର ହୋଇଥିବାରୁ ଏହି ରିପୋର୍ଟ ଭାରତର ମୂଳ କାରଣ ଗୁଡିକର ଖୁଲାସା କରିଥାଏ।
ଭାରତ ମାନବ ବିକାଶ ସୂଚକାଙ୍କରେ ସୂଚୀରେ 129 ତମ ସ୍ଥାନରେ ରହିଛି । ଏହା ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଭଲ ପ୍ରଦର୍ଶନ କରିଛି। ଏହି ସୂଚୀରେ ନରୱେ ପ୍ରଥମ ସ୍ଥାନରେ ରହିଥିବା ବେଳେ ସ୍ବିଜରଲାଣ୍ଡ ଦ୍ବିତୀୟ ଓ ଆୟାର୍ଲାଣ୍ଡ ତୃତୀୟ ସ୍ଥାନରେ ରହିଛି। ସେହିପରି ଭାରତର ପଡୋଶୀ ରାଷ୍ଟ୍ରଙ୍କ ମଧ୍ୟରେ ଶ୍ରୀଲଙ୍କା 71ତମ ସ୍ଥାନରେ ରହିଥିବା ବେଳେ ଚୀନ 85, ଭୂଟାନ 134, ବାଂଲାଦେଶ 135, ନେପାଳ 147 ଓ ପାକିସ୍ତାନ 152 ତମ ସ୍ଥାନରେ ରହିଛନ୍ତି । ଜୀବନ କାଳ, ଶିକ୍ଷା ଓ ମୁଣ୍ଡପିଛା ଆୟରେ ହାରାହାରି ପ୍ରଗତିକୁ ଭିତ୍ତି କରି ଏହି ସୂଚକାଙ୍କ ପ୍ରକାଶ କରାଯାଏ। 1990-2018 ମସିହା ମଧ୍ୟରେ ଭାରତ ଦକ୍ଷିଣ ଏସିଆରୁ 46 ପ୍ରତିଶତ ଅଭିବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ଅସମାନତା ଓ ଖରାପ ରେକର୍ଡର ପ୍ରଭାବ ପ୍ରଗତିର ଫଳାଫଳ ଉପରେ ପଡିଥିବା ଦେଖିବାକୁ ମିଳିଛି। ଯାହାକୁ କେନ୍ଦ୍ର ଓ ରାଜ୍ୟ ସରକାର ଅଗ୍ରାହ୍ୟ କରିପାରିବେ ନାହିଁ।