ଓଡିଶା

odisha

By

Published : Nov 13, 2019, 1:50 AM IST

ETV Bharat / business

ଅଟକିଲା ଅର୍ଥନୀତିର ଇଞ୍ଜିନ, 8 ବର୍ଷର ସର୍ବନିମ୍ନରେ ଶିଳ୍ପ ଉତ୍ପାଦନ

ଯାନବାହାନ ଠାରୁ ଆରମ୍ଭ କରି ଖାଦ୍ୟସାମଗ୍ରୀ , ସବୁର ବିକ୍ରି କମିଛି । ସେପଟେ ବିଦ୍ୟୁତ, ଇନ୍ଧନ ଚାହିଦା କମିଥିବାବେଳେ ବଡ ବଡ ସେକ୍ଟରରେ ନିବେଶ ହ୍ରାସ ପାଇଛି । ସେହିପରି ନିର୍ମାଣ କ୍ଷେତ୍ରରେ ମଧ୍ୟ ଦୁର୍ବଳ ପ୍ରଦର୍ଶନ ଯୋଗୁଁ 8 ବର୍ଷର ସର୍ବନିମ୍ନରେ ପହଞ୍ଚିଛି ଶିଳ୍ପ ଉତ୍ପାଦନ ।

8 ବର୍ଷର ସର୍ବନିମ୍ନରେ ଶିଳ୍ପ ଉତ୍ପାଦନ

ନୂଆଦିଲ୍ଲୀ: ଲଗାତାର ଦ୍ବିତୀୟ ମାସ ଧରି କମିଛି ଶିଳ୍ପ ଅଭିବୃଦ୍ଧି । ସେପ୍ଟେମ୍ବରରେ ଇଣ୍ଡଷ୍ଟ୍ରିଆଲ ପ୍ରଡକ୍ସନ 4.3 ପ୍ରତିଶତକୁ ଖସିଛି । ଯାହାକି 8 ବର୍ଷର ସର୍ବନିମ୍ନ ପତନ । କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଏନେଇ ପ୍ରକାଶ ପାଇଛି ।

ବିନିର୍ମାଣ କ୍ଷେତ୍ରରେ ଦୁର୍ବଳ ପ୍ରଦର୍ଶନ ଯୋଗୁଁ ଏହା ହ୍ରାସ ପାଇଥିବା ଜଣାପଡିଛି । 2018 ଅକ୍ଟୋବରରେ ଶିଳ୍ପ ଅଭିବୃଦ୍ଧି 4.6 ପ୍ରତିଶତ ବୃଦ୍ଧି ପାଇଥିଲା । ହେଲେ ପରେ 26 ମାସ ବ୍ୟବଧାନରେ ଅର୍ଥାତ ଚଳିତବର୍ଷ ଅଗଷ୍ଟରେ ଏହା 1.1 ପ୍ରତିଶତ କମିଥିଲା । ସେପଟେ 6 ବର୍ଷର ସର୍ବନିମ୍ନରେ ଦେଶର ଅଭିବୃଦ୍ଧି ହାର ରହିଥିବା ବେଳେ ଶିଳ୍ପ ସୂଚକାଙ୍କର ଏହି ରିପୋର୍ଟ ଚିନ୍ତା ବଢାଇ ଦେଇଛି ।

ସ୍ଥିତି ଆହୁରୀ ଜଟିଳ ହେଉଥିବା ସଙ୍କେତ ଭିତରେ ଆସନ୍ତାମାସ ଆରବିଆଇର ମୁଦ୍ରାନୀତି ନରମ ହେବା ନେଇ ଅନୁମାନ ରହିଛି । ଅର୍ଥାତ ସୁଧହାର କମାଇବା ପାଇଁ ଆରବିଆଇ ରେପୋରେଟ ଦର ଆହୁରୀ ହ୍ରାସ କରିପାରେ ।

ଏପଟେ ଭାରତ ଭିତ୍ତିଭୂମି ଅଭିବୃଦ୍ଧି ମଧ୍ୟ ଦୁର୍ବଳ ରହିଛି । ଗତ ସେପ୍ଟେମ୍ବରରେ ଏହା 5.2 ପ୍ରତିଶତ ହ୍ରାସ ପାଇ 14 ବର୍ଷର ରେକର୍ଡ ଭାଙ୍ଗି ଦୁର୍ବଳ ହୋଇଛି । ସେହିପରି ନିକଟରେ ପ୍ରକାଶିତ ରିପୋର୍ଟ ମୁତାବକ ଦେଶରେ ବିଦ୍ୟୁତ ଓ ଇନ୍ଧନ ଚାହିଦା ମଧ୍ୟ କମିଛି । ଚାହିଦା ଓ ନିବେଶ କମ୍ରଶଃ ହ୍ରାସ ପାଉଥିବାକୁ ଜିଡିପି ମଧ୍ୟ କମିବ ବୋଲି ଅର୍ଥନୀତିଜ୍ଞ ଆଶଙ୍କା କରୁଛନ୍ତି । ଚଳିତବର୍ଷ ଅଭିବୃଦ୍ଧି 6.1ପ୍ରତିଶତକୁ ଖସିପାରେ ବୋଲି ଆକଳନ କରାଯାଉଛି ।

ABOUT THE AUTHOR

...view details