ନୂଆଦିଲ୍ଲୀ: ଭାରତର 63 ଅରବପତିଙ୍କ ସମ୍ପତ୍ତି 2028-19ର ବଜେଟ( 24,42,200 କୋଟି)ଠାରୁ ଅଧିକ । ଏଥିସହ ଏହି 1 ପ୍ରତିଶତ କୁବେରଙ୍କ ଧନକୁ ମିଶାଇଲେ ତାହା ଦେଶର ମୋଟ ଜନସଂଖ୍ୟାର 70 ପ୍ରତିଶତ( 95.3 କୋଟି) ଗରିବଙ୍କ ସମ୍ପତ୍ତି ଠାରୁ ବି 4 ଗୁଣା ଅଧିକା । ଦେଶରେ ଆର୍ଥିକ ଅସମାନତାର ଏଥିରୁ ସ୍ପଷ୍ଟ ପ୍ରତିଫଳିତ ହେଉଛି ।
ଅକ୍ସଫାମ ପକ୍ଷରୁ ବିଶ୍ବ ଅର୍ଥନୈତିକ ଫୋରମ(ଡବ୍ଲ୍ୟୁଇଏଫ)ର 50 ତମ ବାର୍ଷିକ ବୈଠକରେ ଜାରି ‘ଟାଇମ ଟୁ କେୟାର ’ ରିପୋର୍ଟରେ ଏ ନେଇ ପ୍ରକାଶ କରାଯାଇଛି । ଏହା ଅନୁଯାୟୀ ଦେଶର ସମସ୍ତ ଅରବପତିଙ୍କ ସମ୍ପତ୍ତି ଦେଶର ବାର୍ଷିକ ବଜେଟ ଠାରୁ ମଧ୍ୟ ଅଧିକ ।