ଓଡିଶା

odisha

ETV Bharat / business

ବୁଡାଇଲା କୋରୋନା ବିତ୍ପାତ, 1.6 ପ୍ରତିଶତକୁ ଖସିପାରେ ଜିଡିପି - india gdp

କୋରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ଜାରି ରହିଥିବା ଲକଡାଉନ ଯୋଗୁଁ ଆର୍ଥିକ ବର୍ଷ 2020-21ରେ ଭାରତ ଅଭିବୃଦ୍ଧି ହାର 1.6 ପ୍ରତିଶତକୁ ଖସିପାରେ । ଅଧିକ ପଢନ୍ତୁ..

indias gdp may plummet to multi decade low of 1.6 pc in fy21
ବୁଡାଇଲା କୋରୋନା ବିତ୍ପାତରେ , 1.6 ପ୍ରତିଶତକୁ ଖସିପାରେ ଜିଡିପି

By

Published : Apr 8, 2020, 11:33 PM IST

ମୁମ୍ବାଇ: ଦେଶକୁ ବହୁ ଦଶକ ପଛକୁ ଫେରାଇନେଇପାରେ କୋରୋନା ସଙ୍କଟ । ଅଭିବୃଦ୍ଧି ହାର ହ୍ରାସ ସହ ଚଳିତ ବର୍ଷ ବିଗତ ବହୁ ବର୍ଷର ରେକର୍ଡ ଭାଙ୍ଗି ସର୍ବନିମ୍ନ ସ୍ତରକୁ ଖସିବା ଆଶଙ୍କା ରହିଛି ।

କୋରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ଜାରି ରହିଥିବା ଲକଡାଉନ ଯୋଗୁଁ ଆର୍ଥିକ ବର୍ଷ 2020-21ରେ ଭାରତ ଅଭିବୃଦ୍ଧି ହାର 1.6 ପ୍ରତିଶତକୁ ଖସିପାରେ । ଗୋଲ୍ଡମ୍ୟାନ୍ ସାକ୍ସ ଏହା ପୂର୍ବାନୁମାନ କରିଛନ୍ତି ।

କୋରୋନା ସଙ୍କଟ ପୂର୍ବରୁ ଅର୍ଥାତ ଗତ ବର୍ଷ ଧିମା ଅର୍ଥନୀତି ସତ୍ତ୍ବେ 2019-20 ରେ ଜିଡିପି ଅନୁମାନ 5 ପ୍ରତିଶତ ହ୍ରାସ ନେଇ ଆକଳନ କରାଯାଇଥିଲା । ହେଲେ ଏବେ ମହାମାରୀ ପରେ ଆର୍ଥିକ ସ୍ଥିତି ଆହୁରୀ ବିଗିଡି ଯାଇଛି ।

ବହୁ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, କୋରୋନା ବିତ୍ପାଦ ମଧ୍ୟରେ ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଛି । ଏଥିପାଇଁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈୟମାସରେ ଅଭିବୃଦ୍ଧି ହାର ହ୍ରାସ ନେଇ ଆଶଙ୍କା ଜାହିର କରାଯାଉଛି । ଗୋଲ୍ଡମ୍ୟାନଙ୍କ ଅର୍ଥଶାସ୍ତ୍ରୀ କହିଛନ୍ତି ଯେ, ଭାରତ ସରକାର ଏବେ ସୁଦ୍ଧା ଏହି ସଙ୍କଟକୁ ନେଇ ଆକ୍ରମଣାତ୍ମକ ମନୋଭାବ ଦେଖାଇ ନାହାନ୍ତି । ପ୍ରୟାସକୁ ତୀବ୍ର କରିବା ଆବଶ୍ୟକ ।

ସେ କହିଛନ୍ତି ଯେ, ‘‘ଏବେ ସୁଦ୍ଧା ଆର୍ଥିକ ସହାୟତା ତଥା ଆଗାମୀ ସମୟରେ ଏହାକୁ ବଢାଯିବାକୁ ଅନୁମାନ ସହ ଆମେ ଚନ୍ତା କରୁଛୁ ଯେ, ଲକଡାଉନ ଓ ଲୋକ ଆତଙ୍କିତ ହେବା ଯୋଗୁଁ ଆର୍ଥିକ ଗତିବିଧି ତୀବ୍ର ହ୍ରାସ ନେଇ ଅନୁମାନ ରହିଛି ।’’

ABOUT THE AUTHOR

...view details