ଓଡିଶା

odisha

By

Published : May 26, 2020, 8:07 PM IST

ETV Bharat / business

ଚତୁର୍ଥ ତ୍ରୟମାସରେ ଜିଡିପି ବୃଦ୍ଧି ଦର 1.2 ପ୍ରତିଶତ ରହିପାରେ: SBI ରିପୋର୍ଟ

ମେ 29ରେ ଜାତୀୟ ପରିସଖ୍ୟାନ କାର୍ଯ୍ୟାଳୟ (NSO) ଆର୍ଥକ ବର୍ଷ2020ର ଚତୁର୍ଥ ତ୍ରୟମାସ ଜିଡିପି ବୃଦ୍ଧି ହାର ଘୋଷଣା କରିବ । ତେବେ କୋରୋନା ପ୍ରଭାବିତ ଅର୍ଥନୀତିରେ ବୃଦ୍ଧି ଦର 1.2 ପ୍ରତିଶତ ରହିବା ନେଇ ଏସବିଆଇ ରିପୋର୍ଟରେ ପ୍ରକାଶ ପାଇଛି । ଅଧିକ ପଢନ୍ତୁ..

GDP growth
ଜିଡିପି ବୃଦ୍ଧି ଦର

ନୂଆଦିଲ୍ଲୀ: ଗତ ଆର୍ଥିକ ବର୍ଷର ଚତୁର୍ଥ ତଥା ଶେଷ ତ୍ରୟମାସରେ ଦେଶର ଜିଡିପି ବୃଦ୍ଧି ଦର 1.2 ପ୍ରତିଶତ ରହିବା ଅନୁମାନ ରହିଛି । ଏକ ରିପୋର୍ଟ ଅନୁସାରେ କୋରୋନା ଭାଇରସ ପ୍ରକୋପକୁ ରୋକିବା ପାଇଁ ଦେଶବ୍ୟାପି ଜାରି ଲକଡାଉନ ଯୋଗୁଁ ଆର୍ଥିକ ଗତିବିଧି ଠପ ହୋଇପଡିଛି । ଆଉ ଏହାର ପ୍ରଭାବ ଆର୍ଥିକ ବୃଦ୍ଧି ଉପରେ ଦେଖିବାକୁ ମିଳିଛି ।

ଏସବିଆଇର ରିସର୍ଚ୍ଚ ରିପୋର୍ଟ Ecowrap ଅନୁସାରେ ମୋଟ ଘରୋଇ ଉତ୍ପାଦ(ଜଡିପି) ବୃଦ୍ଧି ଗତ ଆର୍ଥିକ ବର୍ଷ(2019-20)ରେ 4.2 ପ୍ରତିଶତ ଓ ଆର୍ଥିକ ବର୍ଷ 2020-21ରେ ନେଗେଟିଭ (-) 6.8 ପ୍ରତିଶତ ରହିବା ଅନୁମାନ ରହିଛି ।

ଜାତୀୟ ପରିସଖ୍ୟାନ କାର୍ଯ୍ୟାଳୟ (NSO)ମେ 29 ରେ ଆର୍ଥକ ବର୍ଷ2020ର ଚତୁର୍ଥ ତ୍ରୟମାସ ଜିଡିପି ବୃଦ୍ଧି ହାର ଘୋଷଣା କରିବ । ଗତ ଆର୍ଥିକ ବର୍ଷର ତୃତୀୟ ତ୍ରୈୟମାସରେ ଜିଡିପି ବୃଦ୍ଧି ଦର ହ୍ରାସ ପାଇଁ 7 ବର୍ଷର ସର୍ବନିମ୍ନ ସ୍ତର 4.7 ପ୍ରତିଶତରେ ପହଞ୍ଚିଥିଲା । ସେହିପରି ପ୍ରଥମ ଓ ଦ୍ବିତୀୟ ତ୍ରୟମାସରେ ଜିଡିପି ବୃଦ୍ଧି ଦର କ୍ରମଶଃ 5.1 ପ୍ରତିଶତ ଓ 5.6 ପ୍ରତିଶତ ଥିଲା ।

ରିପୋର୍ଟରେ ଦର୍ଶାଯାଇଛି କି, ‘‘ ଆମର ଆକଳନ ଅନୁଯାୟୀ ଚତୁର୍ଥ ତୈୟମାସରେ ଜିଡିପି ବୃଦ୍ଧି ଦର 1.2 ପ୍ରତିଶତ ପାଖାପାଖୀ ରହିବ । କାରଣ ମାର୍ଚ୍ଚ ମାସର ଶେଷ 7 ଦିନରେ ଦେଶବ୍ୟାପି ଲକଡାଉନ ଯୋଗୁଁ ଅର୍ଥନୀତିକୁ ପ୍ରବଳ କ୍ଷତି ସହିବାକୁ ପଡିଛି ।’’

ରିପୋର୍ଟ ମୁତାବକ ଲକଡାଉନର ଏହି 7 ଦିନରେ ପାଖାପାଖୀ 1.4 ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ଏପରି ସ୍ଥିତିରେ 2019-20 ଆର୍ଥିକ ବର୍ଷର ବୃଦ୍ଧି ଦର ପାଖାପାଖୀ 4.2 ପ୍ରତିଶତ ରହିବ । ଯାହାକି ଆଗରୁ 5 ପ୍ରତିଶତ ରହିବା ନେଇ ଅନୁମାନ ରହିଥିଲା ।

ରିପୋର୍ଟରେ କୁହାଯାଇଛି ଯେ, ସବୁଠୁ ଅଧିକ କ୍ଷତି ରେଡ ଜୋନରେ ହୋଇଛି । ଯେଉଁଥିରେ କି ଦେଶର ସବୁ ବଡ ବଡ ଜିଲ୍ଲା ସାମିଲ ରହିଛି । ଦେଖିବାକୁ ଗଲେ ମୋଟ କ୍ଷତିରେ ରେଡ ଓ ଅରେଞ୍ଜ ଜୋନର ଯୋଗଦାନ ପ୍ରାୟ 90 ପ୍ରତିଶତ ରହିଛି ।

ସେହିପରି ଜିଡିପି କ୍ଷତିରେ ଦେଶର ଟପ 10 ରାଜ୍ୟର ଯୋଗଦାନ 75 ପ୍ରତିଶତ ଯୋଗଦାନ ଅନୁମାନ ରହିଛି । ଏଥିରେ କେବଳ ମହାରାଷ୍ଟ୍ରର ଅଂଶ 15.6 ପ୍ରତିଶତ ହେବ । ଏହା ପଛକୁ ତାମିଲନାଡୁ(9.4 ପ୍ରତିଶତ ) ଓ ଗୁଜୁରାଟ (8.6 ପ୍ରତିଶତ) ରହିବ ।

ABOUT THE AUTHOR

...view details