ଓଡିଶା

odisha

ETV Bharat / business

ଅର୍ଥନୀତିକୁ ଆଶ୍ବସ୍ତି, ସର୍ବୋଚ୍ଚ ରେକର୍ଡରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର - forex reserves jump

ପ୍ରଥମଥର ପାଇଁ 500 ଅରବ ଡଲାର ପାର କରିଛି ଭାରତର ବିଦେଶୀ ମୁଦ୍ରା ଭଣ୍ଡାର । ଏହି ବୃଦ୍ଧି ସହ ଭାରତ ଏବେ ଚୀନ ଓ ଜାପାନ ପରେ ଦୁନିଆର ସବୁଠୁ ସମୃଦ୍ଧ ବିଦେଶୀ ମୁଦ୍ରା ଭଣ୍ଡାର ଥିବା ଦେଶ ପାଲଟିଛି । ଅଧିକ ପଢନ୍ତୁ..

forex reserves
ସର୍ବୋଚ୍ଚ ରେକର୍ଡରେ ଭାରତ ବିଦେଶୀ ମୁଦ୍ରା ଭଣ୍ଡାର

By

Published : Jun 13, 2020, 1:19 PM IST

ନୂଆଦିଲ୍ଲୀ: କୋରୋନା ସଙ୍କଟ କାଳରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ଲଗାତାର ରେକର୍ଡ ସ୍ତରରେ ରହିଆସୁଛି । ରିଜର୍ଭ ବ୍ୟାଙ୍କର ସଦ୍ୟ ରିପୋର୍ଟ ଅନୁଯାୟୀ, ଜୁନ 5 ଶେଷ ସପ୍ତାହରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର 500 ଅରବ ଡଲାର ପାର କରିଛି ।

ଏହି ବୃଦ୍ଧି ସହ ଭାରତ ଏବେ ଚୀନ ଓ ଜାପାନ ପରେ ଦୁନିଆର ସବୁଠୁ ସମୃଦ୍ଧ ବିଦେଶୀ ମୁଦ୍ରା ଭଣ୍ଡାର ଥିବା ଦେଶ ପାଲଟିଛି । ଭାରତ ବିଦେଶୀ ମୁଦ୍ରା ଭଣ୍ଡାରକୁ ନେଇ 3 ଦଶକରେ ଶୂନ୍ୟରୁ ଶୀର୍ଷରେ ପହଞ୍ଚି ଇତିହାସ ରଚିଛି ।

ତଥ୍ୟ ଅନୁସାରେ ଜୁନ 5 ଶେଷ ସପ୍ତାହରେ 8.22 ଅରବ ଡଲାର ବୃଦ୍ଧି ହୋଇ 501.70 ଅରବ ଡଲାରରେ ପହଞ୍ଚିଛି । ବିଦେଶୀ ମୁଦ୍ରା ଭଣ୍ଡାରର ଏହି ଧନରାଶି ଏକ ବର୍ଷର ଆମଦାନୀ ଖର୍ଚ୍ଚ ସହିତ ସମାନ । ଏହା ପୂର୍ବରୁ ମେ 29 ଶେଷ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାରରେ 3.44 ଅରବ ଡଲାର ବୃଦ୍ଧି ପାଇଁ 463.48 ଅରବ ଡଲାରରେ ପହଞ୍ଚିଥିଲା ।

ବିଦେଶୀ ମୁଦ୍ରା ଭଣ୍ଡାର ବୃଦ୍ଧିର ବହୁତ କାରଣ ରହିଛି । ତେବେ ସବୁଠୁ ବଡ କାରଣ ହେଉଛି ଅଶୋଧିତ ତୈଳ ଚାହିଦା ହ୍ରାସ । ଲକଡାଉନ ଯୋଗୁଁ ଭାରତରେ ମାର୍ଚ୍ଚ ମାସରେ ଇନ୍ଧନ ଚାହିଦା ହ୍ରାସ ହୋଇଥିଲା । ଏହା ବ୍ୟତିତ ଅଶୋଧିତ ତୈଳରେ ମଧ୍ୟ ପ୍ରବଳ ହ୍ରାସ ଦେଖିବାକୁ ମିଳିଥିଲା । ଯାହା ଫଳରେ ବିଦେଶୀ ମୁଦ୍ରା ଭଣ୍ଡାରରେ ଧନରାଶି ବୃଦ୍ଧି ହେବାରେ ସହଯୋଗ ମିଳିଛି । ଅର୍ଥାତ ଅଶୋଧିତ ତୈଳ ଶସ୍ତା ଓ କମ କ୍ରୟ ଯୋଗୁଁ ଭାରତ ସରକାରଙ୍କୁ କମ ଡଲାର ଖର୍ଚ୍ଚ କରିବାକୁ ପଡିଛି । ଯେଉଁଥିପାଇଁ ଭଣ୍ଡାରରେ ପୁଞ୍ଜି ବଢିଛି ।

ABOUT THE AUTHOR

...view details