ନୂଆଦିଲ୍ଲୀ: କୋରୋନା ଲଢେଇରେ ଦେଶର ବିଭିନ୍ନ କ୍ଷେତ୍ର ଅନେକ କ୍ଷତି ସହୁଛି । ଭାରତୀୟ ରେଳ ବିଭାଗ ମାତ୍ରାଧିକ ପ୍ରଭାବିତ ହୋଇଛି । ଯାତ୍ରୀବାହୀ ଟ୍ରେନ ଚଳାଚଳ ଉପରେ ଲାଗି ରହିଥିବା ସସପେନ୍ସ ଯୋଗୁଁ ଭାରତୀୟ ରେଳକୁ 35 ହଜାର କୋଟିର ରାଜସ୍ବ ହରାଇବାକୁ ପଡିଛି ।
ରେଲୱେ ବୋର୍ଡର ଅଧ୍ୟକ୍ଷ ବିନୋଦ କୁମାର ଯାଦବ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଗତ ବର୍ଷ 50 ହଜାର କୋଟି ତୁଳନାରେ ଚଳିତ ବର୍ଷ ଯାତ୍ରୀ ବିଭାଗର ରାଜସ୍ବ 10-15 ପ୍ରତିଶତ ରଖାଯାଇଛି । ଯାହାର ଅର୍ଥ ଯାତ୍ରୀ ବିଭାଗରୁ 30-35,000 କୋଟି ରାଜସ୍ବ ହ୍ରାସ ପାଇବ ।
ସେ ପୁଣି କହିଛନ୍ତି, ଯାତ୍ରୀ ବିଭାଗରୁ ଯାହା କ୍ଷତି ତାହା ମାଲ ପରିବହନ ମାଧ୍ୟମରେ ଭରଣ କରିବାକୁ ଚେଷ୍ଟା କରାଯିବ । ତେଣୁ, ମାଲ ପରିବହନ ପାଇଁ ଏପରି ଏକ ଲକ୍ଷ୍ୟ ସ୍ଥିର କରାଯାଇଛି ଯାହା ଯାତ୍ରୀ ଯାତାୟାରୁ ହେଉଥିବା କ୍ଷତିକୁ, ଏହାକୁ ମାଲ ପରିବହନ ଟ୍ରାଫିକ୍ କରିହେବ। ମହାମାରୀ କୋରୋନା ପାଇଁ 231 ଯାତ୍ରୀବାହୀ ଟ୍ରେନ ଚଳାଚଳ କରୁଛି । ଯେଉଁଥିରେ ହାରାହାରି 75 ପ୍ରତିଶତ କାମ କରୁଛନ୍ତି ।