ଓଡିଶା

odisha

ETV Bharat / business

ଆସନ୍ତା ଦଶନ୍ଧିରେ ଭାରତର ରାଜୁତି, ଚୀନକୁ ଟପିବ !

ଆସନ୍ତା 10 ବର୍ଷ (2019-28)ମଧ୍ୟରେ ବିକାଶ ଦୌଡରେ ଚୀନକୁ ମାତ ଦେବ ଭାରତ । ଗ୍ଲୋବାଲ ଇକୋନମିକ ରିସର୍ଚ୍ଚ ରିପୋର୍ଟରେ ଏ ନେଇ ରିପୋର୍ଟ ପ୍ରକାଶ ପାଇଛି ।

By

Published : Feb 21, 2019, 4:33 PM IST

ପ୍ରତିକାତ୍ମକ ଫଟୋ


ନୂଆଦିଲ୍ଲୀ: ଆସନ୍ତା 10 ବର୍ଷ (2019-28)ମଧ୍ୟରେ ବିକାଶ ଦୌଡରେ ଚୀନକୁ ମାତ ଦେବ ଭାରତ । ଗ୍ଲୋବାଲ ଇକୋନମିକ ରିସର୍ଚ୍ଚ ରିପୋର୍ଟରେ ଏ ନେଇ ରିପୋର୍ଟ ପ୍ରକାଶ ପାଇଛି ।

ବିଶ୍ବ ସ୍ତରରେ ଅଭିବୃଦ୍ଧି ସ୍ତରକୁ ନଜରରେ ରଖି ବିଶ୍ଲେଷଣ ସଂସ୍ଥାନ ଅକ୍ସପୋର୍ଟ ଇକୋନୋମିକ୍ସ ଦ୍ବାରା ଏହି ରିପୋର୍ଟ ପ୍ରକାଶ ପାଇଛି । 2019-28 ମଧ୍ୟରେ ଭାରତର ବାର୍ଷିକ ଆର୍ଥିକ ବୃଦ୍ଧି ଦର(ଜିଡିପି) 6.5 ପ୍ରତିଶତରୁ ଉର୍ଦ୍ଧ୍ବ ରହିବ । ଯହାକି ଏକ ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ର ପାଇଁ ସର୍ବାଧିକ ।

ରିପୋର୍ଟ ମୁତାବକ, ଆର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଭାରତ ପରେ ଫିଲିପାଇନ ତଥା ଇଣ୍ଡୋନେସିଆ 5.1 ପ୍ରତିଶତ ହାର ସହ ରହିବ । ସେହିଭଳି ଟେକନୋଲୋଜିର ରାଷ୍ଟ୍ର ଚାଇନା ଏହି ଅବିବୃଦ୍ଧି ତାଲିକାରେ ଚତୁର୍ଥ ସ୍ଥାନରେ ରହିବା ନେଇ ଆଶା ରହିଛି ।

2019ରେ ଭାରତ ଅଭିବୃଦ୍ଧି ଦର 7.5 ପ୍ରତିଶତ ଓ 2020ରେ 7.7 ପ୍ରତିଶତ ରହିବା ନେଇ ଆଇଏମଏଫ(ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ )ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

For All Latest Updates

ABOUT THE AUTHOR

...view details