ଓଡିଶା

odisha

ETV Bharat / business

5 ଟ୍ରିଲିୟନ ଡଲାର ଅର୍ଥନୀତି ପାଇଁ ଦରକାର ଗ୍ଲୋବାଲ ଆକାର ବ୍ୟାଙ୍କ - ଭାରତରେ ଗ୍ଲୋବାଲ ଆକାର ବ୍ୟାଙ୍କ

100 ବୈଶ୍ବିକ ବ୍ୟାଙ୍କ ସୂଚୀରେ ଭାରତର ଏକ ମାତ୍ର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ( ଏସବିଆଇ) 55 ନମ୍ବରରେ ରହିଛି । ଏହି ସୂଚୀରେ ଚୀନର 18 ବ୍ୟାଙ୍କ ଓ ଆମେରିକାର 12 ବ୍ୟାଙ୍କ ରହିଛି । ଅଧିକ ପଢନ୍ତୁ..

India needs more global sized banks to help country achieve USD 5 tn economy: CEA
India needs more global sized banks to help country achieve USD 5 tn economy: CEA

By

Published : Aug 24, 2020, 2:40 PM IST

କୋଲକତା: ଭାରତକୁ 2024-25 ସୁଦ୍ଧା 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥାର ଲକ୍ଷ୍ୟ ହାସଲ କରିବାକୁ ଅଧିକ ସଂଖ୍ୟକ ବୈଶ୍ବିକ ଆକାର ବ୍ୟାଙ୍କର ଆବଶ୍ୟକ ରହିଛି। ମୁଖ୍ୟ ଆର୍ଥିକ ପରାମର୍ଶଦାତା କେ. ଭି ସୁବ୍ରମଣ୍ୟମ ଏହା କହିଛନ୍ତି ।

ଶ୍ରେଷ୍ଠ 100 ବୈଶ୍ବିକ ବ୍ୟାଙ୍କ ଲିଷ୍ଟରେ ଭାରତର ମାତ୍ର ଗୋଟିଏ ବ୍ୟାଙ୍କ ରହିଥିବାବେଳେ ଆକାରରେ କ୍ଷୁଦ୍ର ଦେଶରେ ଅନେକ ବୈଶ୍ବିକ ବ୍ୟାଙ୍କ ରହିଛି । ଏନେଇ ସୁବ୍ରମଣ୍ୟମ ଦୁଃଖ ପ୍ରକାଶ କରିଛନ୍ତି ।

100 ବୈଶ୍ବିକ ବ୍ୟାଙ୍କ ସୂଚୀରେ ଭାରତର ଏକ ମାତ୍ର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ( ଏସବିଆଇ) 55 ନମ୍ବରରେ ରହିଛି । ଏହି ସୂଚୀରେ ଚୀନର 18 ବ୍ୟାଙ୍କ ଓ ଆମେରିକାର 12 ବ୍ୟାଙ୍କ ରହିଛି ।

ସେ କହିଛନ୍ତି ଯେ, ‘‘ଭାରତ ହେଉଛି ବିଶ୍ବର ପଞ୍ଚମ ବୃହତ୍ତମ ଅର୍ଥନୀତି। ତେଣୁ ଯଦି ଭାରତୀୟ ବ୍ୟାଙ୍କିଙ୍ଗ କ୍ଷେତ୍ର ଏହାର ଅର୍ଥନୀତିର ଆକାର ଅନୁପାତରେ ଥାଆନ୍ତା, ତେବେ ଦକ୍ଷିଣ କୋରିଆ ସ୍ଥାନରେ ଏବେ ଭାରତ ରହିପାରିଥାନ୍ତା । ଶ୍ରେଷ୍ଠ 100ଟି ବୈଶ୍ବିକ ବ୍ୟାଙ୍କ ତାଲିକାରେ ଦକ୍ଷିଣ କୋରିଆର 6ଟି ବ୍ୟାଙ୍କ ଅଛି। କିନ୍ତୁ ଅପରପକ୍ଷେ ଶ୍ରେଷ୍ଠ 100 ବିଶ୍ବ ବ୍ୟାଙ୍କ ମଧ୍ୟରେ ଭାରତର କେବଳ ଗୋଟିଏ ବ୍ୟାଙ୍କ ଅଛି ।

ବନ୍ଧନ ବ୍ୟାଙ୍କର ପଞ୍ଚମ ବାର୍ଷିକୀ ଅବସରରେ ସେ ତାଙ୍କ ଅଭିଭାଷଣରେ କହିଛନ୍ତି କି ଫିନଲ୍ୟାଣ୍ଡ, ଡେନମାର୍କ, ବେଲଜିୟମ, ଅଷ୍ଟ୍ରିୟା , ନରେୱେ ଭଳି ଦେଶ , ଯାହା ଆକାରରେ ଭାରତଠୁ ମଧ୍ୟ ଛୋଟ, ସେମାନଙ୍କ ମଧ୍ୟ ଶ୍ରେଷ୍ଠ 100 ତାଲିକାରେ ଅତି କମରେ ଗୋଟିଏ ବ୍ୟାଙ୍କ ଅଛି ।

ସେ କହିଛନ୍ତି ଯେ ସ୍ୱିଡେନର ଅର୍ଥନୀତିର ଆକାର ଭାରତର ଷଷ୍ଠାଂଶ ହୋଇଥିବାବେଳେ ସିଙ୍ଗାପୁରର ଅର୍ଥନୀତିର ଆକାର ଅଷ୍ଟମ, କିନ୍ତୁ ଶ୍ରେଷ୍ଠ 100 ବୈଶ୍ବିକ ବ୍ୟାଙ୍କ ମଧ୍ୟରେ ତାହାର ତିନୋଟି ବ୍ୟାଙ୍କ ଅଛି।

ABOUT THE AUTHOR

...view details