ଓଡିଶା

odisha

ETV Bharat / business

ଅର୍ଥନୀତିରେ ଢାଙ୍କି ହୋଇଛି କଳାବାଦଲ, ଭାରତକୁ ଲୋଡା ଅଧିକ ବୁଷ୍ଟର: ଆଇଏମଏଫ - ଆଇଏମଏଫ

ଦେଶର ସ୍ବାସ୍ଥ୍ୟ, ଖାଦ୍ୟ ଓ ନିଯୁକ୍ତି, ପରିବାରର ଆୟ ବୃଦ୍ଧି ପାଇଁ ଅଧିକ ବ୍ୟୟ କରିବାକୁ ହେବ । ଖାସ କରି କମ୍ପାନୀ, ଉଦ୍ୟୋଗକୁ ସରକାର ସହାୟତା ଯୋଗାଇବା ଆବଶ୍ୟକ ବୋଲି ଆଇଏମଏଫର ଯୋଗାଯୋଗ ବିଭାଗର ନିର୍ଦ୍ଦେଶ ଗେରି ରାଇସ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ..

ଅର୍ଥନୀତିରେ ଢାଙ୍କି ହୋଇଛି କଳାବାଦଲ, ଭାରତକୁ ଲୋଡା ଅଧିକ ବୁଷ୍ଟର : ଆଇଏମଏଫ
ଅର୍ଥନୀତିରେ ଢାଙ୍କି ହୋଇଛି କଳାବାଦଲ, ଭାରତକୁ ଲୋଡା ଅଧିକ ବୁଷ୍ଟର : ଆଇଏମଏଫ

By

Published : Sep 12, 2020, 1:31 PM IST

ନୂଆଦିଲ୍ଲୀ: କୋଭିଡ-19ରେ ପ୍ରଭାବିତ ଭାରତୀୟ ଅର୍ଥବ୍ୟବସ୍ଥା । ଏହାକୁ ଟ୍ରାକକୁ ଆଣିବା ପାଇଁ ସରକାର ଗୋଟିଏ ଆର୍ଥିକ ପ୍ୟାକେଜର ଘୋଷଣା କରିସାରିଛନ୍ତି । ହେଲେ ଏହା ପର୍ଯ୍ୟାପ୍ତ ନୁହେଁ । ଭାରତକୁ ଆଉ ଏକ ପ୍ୟାକେଜର ଆବଶ୍ୟକତା ରହିଛି । ଏ ନେଇ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଦର୍ଶାଇଛି ।

ଦେଶର ସ୍ବାସ୍ଥ୍ୟ, ଖାଦ୍ୟ ଓ ନିଯୁକ୍ତି, ପରିବାରର ଆୟ ବୃଦ୍ଧି ପାଇଁ ଅଧିକ ବ୍ୟୟ କରିବାକୁ ହେବ । ଖାସ କରି କମ୍ପାନୀ, ଉଦ୍ୟୋଗକୁ ସରକାର ସହାୟତା ଯୋଗାଇବା ଆବଶ୍ୟକ ବୋଲି ଆଇଏମଏଫର ଯୋଗାଯୋଗ ବିଭାଗର ନିର୍ଦ୍ଦେଶ ଗେରି ରାଇସ ପ୍ରକାଶ କରିଛନ୍ତି । ସେ କହିଛନ୍ତି କି ସ୍ବଳ୍ପ ଆୟ ବର୍ଗ ଥିବା କର୍ମଚାରୀ ଓ ପରିବାରକୁ ଭାରତ ସରକାର ସହାୟତା ଦେବା ଆବଶ୍ୟକ । ଏକ ବିସ୍ତୁତ , ଜରୁରୀ ମଧ୍ୟବର୍ତ୍ତୀକାଳୀନ ଆର୍ଥିକ ପ୍ୟାକେଜ ବର୍ତ୍ତମାନ ସ୍ଥିତିରେ ଅଧିକ ଜରୁରୀ ହୋଇଛି । ଏଥସହ ଅର୍ଥନୀତିକୁ ସୁଦୃଢ ପାଇଁ ଆର୍ଥିକ ବ୍ୟବସ୍ଥାରେ ପାରିଦର୍ଶିତା ଆଣିବା ସହ ସ୍ବଚ୍ଛତା ବଢାଇବା ଆବଶ୍ୟକ ଅଛି ।

କୋରୋନା କଟକଣା ଓ ଲକଡାଉନ ଭାରତର ଅର୍ଥନୀତିକୁ ବଡ ଝଟକା ଦେଇଛି । ତେବେ ଉପଯୁକ୍ତ ନୀତି ଓ ସହାୟତା ଜରିଆରେ ଏହାକୁ ଟ୍ରାକକୁ ଅଣାଯାଇପାରିବ ବୋଲି ଗେରି କହିଛନ୍ତି । ପ୍ରକାଶ ଯେ, ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଭାରତର ଜିଡିପି 23.9 ପ୍ରତିଶତ ସଙ୍କୁଚିତ ହୋଇଛି । ଏବେ ବି ସବୁ ସେକ୍ଟର ସ୍ବାଭାବିକ ହୋଇନି । ଏପରି ସ୍ଥିତିରେ ଦ୍ବିତୀୟ ତ୍ରୟମାସରେ ମଧ୍ଯ ଜିଡିପିରେ ସୁଧାର ଆସିବା ଆଶା କମ ରହିଛି । ବିନିର୍ମାଣ, ହୋଟେଲ, ନିର୍ମାଣ, ପରିବହନ କ୍ଷେତ୍ର ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି । ଯେଉଁଥିପାଇଁ ଅଭିବୃଦ୍ଧି ହାର କରିଛି ।

ଆଇଏମଏଫ ତାର ୱାର୍ଲ୍ଡ ଇକୋନୋମିକ ଆଉଟଲୁକ ଅପଡେଟରେ ଅନୁମାନ କରିଛି କି , 2020-21 ଓ 2021-22ରେ ଭାରତର ବିକାଶ ହାର କ୍ରମଶଃ -4.5 ଓ 6 ପ୍ରତିଶତ ରହିପାରେ । କୋରୋନା ମହାମାରୀ ଅନିଶ୍ଚିତତା ଓ ଘରୋଇ ମନ୍ଥରତା ଯୋଗୁଁ ଭାରତର ଅର୍ଥନୀତିରେ କଳବାଦଲ ଘୋଟି ହୋଇଯାଇଛି । କେବଳ ଭାରତ ନୁହେଁ ବିଶ୍ବର ଅନେକ ଦେଶରେ ଏଭଳି ସଙ୍କଟ ଉପୁଜିଛି ବୋଲି ଗେରି କହିଛନ୍ତି ।

ABOUT THE AUTHOR

...view details