ଓଡିଶା

odisha

By

Published : Jul 13, 2020, 6:38 PM IST

ETV Bharat / business

ଭାରତ ବିଫଳ ରାଷ୍ଟ୍ରଙ୍କ ଭଳି ଭୁଲ ନ କରୁ: କୌଶିକ ବସୁ

ବିଶ୍ବବ୍ୟାଙ୍କର ପୂର୍ବତନ ମୁଖ୍ୟ ଅର୍ଥନୀତିଜ୍ଞ ପ୍ରଫେସର କୌଶିକ ବସୁ ଇନାଡୁର ଆସୋସିଏଟ ଏଡିଟର ଏନ.ବିଶ୍ବ ପ୍ରସାଦଙ୍କୁ ଦେଇଥିବା ଏକ ସ୍ବତନ୍ତ୍ର ସାକ୍ଷାତକାରରେ ବିଭିନ୍ନ ପ୍ରସଙ୍ଗ ଉପରେ ମତ ରଖିଛନ୍ତି। ଦେଶରେ ଅର୍ଥନୀତିର ସ୍ଥିତି, ଲକଡାଉନର ପ୍ରଭାବ, ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ, ଚୀନର ଆକ୍ରମଣାତ୍ମକ ସାମରିକ ଆଭିମୁଖ୍ୟର ଭାରତୀୟ ଜବାବ ଓ ୫ ଟ୍ରିଲିଅନ ଆମରିକୀୟ ଡଲାର ବିଶିଷ୍ଟ ଜିଡିପି ସ୍ବପ୍ନ ଭଳି ପ୍ରସଙ୍ଗରେ ପ୍ରଫେସର ବସୁ ନିଜର ମତ ରଖିଛନ୍ତି ।

india-must-not-make-the-mistake-most-failed-nations-have-made-kaushik-basu
ଭାରତ ବିଫଳ ରାଷ୍ଟ୍ରଙ୍କ ଭଳି ଭୁଲ୍ ନ କରୁ: କୌଶିକ ବସୁ

ହାଇଦ୍ରାବାଦ: ୨୦୨୦ରେ ଭାରତର ଜିଡିପି ଅଭିବୃଦ୍ଧି ହାର ମାଇନସ ୫.୨ ପ୍ରତିଶତରୁ କମ୍ ରହିବ, ଯାହା କି ୧୯୭୯ ମସିହାରେ ଥିଲା । ସ୍ବାଧୀନତା ପରଠାରୁ ଏହା ହେବ ସବୁଠାରୁ ଧୀମା ଅଭିବୃଦ୍ଧି ହାର । ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର କୌଶିକ ବସୁ ଏହି ମତ ଦେଇଛନ୍ତି ।

ଭାରତ ବିଫଳ ରାଷ୍ଟ୍ରଙ୍କ ଭଳି ଭୁଲ୍ ନ କରୁ: କୌଶିକ ବସୁ

ଭାରତରେ ବିଭାଜନକାରୀ ରାଜନୀତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପ୍ରଫେସର ବସୁ । ବିଜ୍ଞାନସମ୍ମତ ମତକୁ ଏଡାଇଦେବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ପ୍ରଫେସର ବସୁଙ୍କ ମତରେ ବିଶ୍ବର ଅଧିକାଂଶ ବିଫଳ ରାଷ୍ଟ୍ରଙ୍କ ଭୁଲ୍ ଭାରତ କରିବା ଅନୁଚିତ । ସମାଲୋଚନାକୁ ଏକ ପ୍ରକାର ଷଡଯନ୍ତ୍ର କହି ଖାରଜ କରିଦେବା ଭଳି ଭୁଲ ଭାରତ ନ କରୁ ବୋଲି ପ୍ରଫେସର ବସୁ କହିଛନ୍ତି ।

ଭାରତ ବିଫଳ ରାଷ୍ଟ୍ରଙ୍କ ଭଳି ଭୁଲ୍ ନ କରୁ: କୌଶିକ ବସୁ

ପ୍ରଫେସର କୌଶିକ ବସୁ ୨୦୧୨ରୁ ୨୦୧୬ରୁ ବିଶ୍ବବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ଥିଲେ । ସେ ମଧ୍ୟ କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ରହିଥିଲେ । ବର୍ତମାନ ସେ ଆମେରିକାର କର୍ନେଲ ବିଶ୍ବବିଦ୍ୟାଳୟରେ ଇକୋନୋମିକ୍ସ ପ୍ରଫେସର ଅଛନ୍ତି ।

ସାକ୍ଷାତକାର

ପ୍ରଶ୍ନ-୧

୨୦୧୯-୨୦ରେ ଭାରତର ଜିଡିପି ଅଭିବୃଦ୍ଧି ହାର ୪ ଦଶମିକ ୨ ପ୍ରତିଶତକୁ ଖସିଆସିଛି । ୧୧ ବର୍ଷରେ ଏହା ସବୁଠାରୁ ମନ୍ଥର । ଚଳିତ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତି ୩ରୁ ୫ ପ୍ରତିଶତ ମଧ୍ୟରେ ହ୍ରାସ ହେବ ବୋଲି ବିଭିନ୍ନ ରେଟିଂ ଏଜେନସୀ ଅନୁମାନ କରିଛନ୍ତି । ଅନ୍ୟପଟେ ଆଗ ଅପେକ୍ଷା କୋଭିଡ-୧୯ ସଂକ୍ରମଣ ଦ୍ରୁତଗତିରେ ବଢିବାରେ ଲାଗିଛି । ଆମେ ସମ୍ମୁଖୀନ ହୋଇଥିବା ଅର୍ଥନୈତିକ ସଂକଟକୁ ଆପଣ କେମିତି ମୂଲ୍ୟାଙ୍କନ କରିବେ ? ପରିସ୍ଥିତି କେତେ ଖରାପ ?

ଭାରତର ଆର୍ଥିକ ସ୍ଥିତି ଭାରି ଚିନ୍ତାଜନକ । କୋଭିଡ-୧୯ ମହାମାରୀ ଯୋଗୁଁ ସାରା ବିଶ୍ୱରେ ମାନ୍ଦାବସ୍ଥା ସୃଷ୍ଟି ହୋଇଛି । ଆଂଶିକ ମାନ୍ଦାବସ୍ଥା ତ ଠିକ୍ । କିନ୍ତୁ ସାଧାରଣ ମାନ୍ଦାବସ୍ଥା ଯୋଗୁଁ ଗୋଟିଏ ଦେଶର ମାନ୍ୟତା ବଦଳିବା କଥା ନୁହେଁ । କିନ୍ତୁ ଗଲା ବେଶ୍ କିଛି ଦିନ ହେଲା ଆମେ ଦେଖିଆସୁଛୁ ଯେ, ପ୍ରାୟ ସବୁ ଗ୍ଲୋବାଲ ରାକିଂରେ ଭାରତର ସ୍ଥାନ ଖସିବାରେ ଲାଗିଛି । ୪୩ଟି ପ୍ରମୁଖ ଅର୍ଥନୀତିକୁ ନେଇ ଦି ଇକୋନୋମିଷ୍ଟ ମାଗାଜିନର ଇକୋନୋମିଷ୍ଟ ଇଂଟେଲିଜେଂଟ୍ ୟୁନିଟ ପକ୍ଷରୁ କରାଯାଉଥିବା ସାପ୍ତାହିକ ରାକିଂରେ ଦ୍ରୁତ ଅଭିବୃଦ୍ଧି କରୁଥିବା ଅର୍ଥନୀତି ମଧ୍ୟରେ ଭାରତ ଶ୍ରେଷ୍ଠ ତିନି ଦେଶ ମଧ୍ୟରେ ରହୁଥିଲା । କିନ୍ତୁ ଏବେ ଭାରତ ୨୩ତମ ସ୍ଥାନକୁ ଖସିଆସିଛି । ମହାମାରୀର ଦୁଇ ବର୍ଷ ଆଗରୁ ଭାରତରେ ମାନ୍ଦାବସ୍ଥା ଆରମ୍ଭ ହୋଇଯାଇଥିଲା । ଆଉ ଏବେ ଯେମିତି ଲକଡାଉନ କାଯ୍ୟ ର୍କାରୀ କରାଗଲା ନା, ତାହା ଭାରତୀୟ ଅର୍ଥନୀତିକୁ ତଳକୁ ଖସାଇବା ପାଇଁ ଆଉ ଏକ ଝଟକା । ଲକଡାଉନ ପରେ ଭାରତର ବେକାରୀ ହାର ୨୦ ପ୍ରତିଶତରୁ ଅଧିକ ହୋଇଛି, ଯାହା କି ବିଶ୍ବରେ ଯେକୌଣସି ଦେଶରେ ସର୍ବାଧିକ । ଭାରତର ସଫଳତା କାମନା କରୁଥିବା ଜଣେ ଭାରତୀୟ ନାଗରିକ ଭାବେ ମୁଁ ଏଥିରେ ନିରାଶା ଅନୁଭବ କରୁଛି । ରାଜନୈତିକ ବ୍ୟାପାରରେ ସରକାରଙ୍କ ସହ ମୋର ମତଭେଦ ରହିଛି । ଏହା ସତ୍ବେ ଏହି ସରକାର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବ ବୋଲି ମୋର ଆଶା ଥିଲା । କିନ୍ତୁ ଭାରତର ପ୍ରଦର୍ଶନ ମୋତେ ଅତି ନିରାଶ କରିଛି । ଢଞ୍ଚା ଓ ପ୍ରତିଭା ଦୃଷ୍ଟିରୁ ବିଶ୍ବର ଦ୍ରୁତତମ ଅଭିବୃଦ୍ଧି କରିପାରୁଥିବା ଦେଶ ହେବା ପାଇଁ ଭାରତର ସାମର୍ଥ୍ୟ ରହିଛି । କିନ୍ତୁ ଏବେ ଆବେ ବୀପରିତ ଦିଗରେ ଯାଉଛେ । କିନ୍ତୁ ଏବେ ଯାହା ଦେଖାଗଲାଣି, ୨୦୨୦ରେ ଭାରତର ଅଭିବୃଦ୍ଧି ହାର ମାଇନସ୍ ୫ ଦଶମିକ ୨ ପ୍ରତିଶତରୁ ବି କମ୍ ରହିବ, ଯାହା କି ୧୯୭୯ରେ ହୋଇଥିଲା । ଫଳରେ ସ୍ବାଧୀନତା ପରଠାରୁ ଭାରତରେ ଅଭିବୃଦ୍ଧି ହାର ଅଧିକ ମନ୍ଥର ରହିବ ।

ଭାରତ ବିଫଳ ରାଷ୍ଟ୍ରଙ୍କ ଭଳି ଭୁଲ୍ ନ କରୁ: କୌଶିକ ବସୁ

ପ୍ରଶ୍ନ-୨ କେନ୍ଦ୍ର ସରକାରଙ୍କ ୨୦ ଲକ୍ଷ କୋଟି ଅର୍ଥନୈତିକ ପ୍ୟାକେଜକୁ ଆପଣ କିଭିଳ ଭାବେ ଦେଖୁଛନ୍ତି ? ଏହା ଅର୍ଥନୀତି ପାଇଁ ଆବଶ୍ୟକୀୟ ପ୍ରୋତ୍ସାହନ ହୋଇପାରିବ କି ?

ଆକାର ଦୃଷ୍ଟିରୁ ୨୦ ଲକ୍ଷ କୋଟିର ରକମ ନିହାତି ବଡ । ଏହା ଘୋଷଣା କରାଗଲା ପରେ ମୁଁ ଖୁସି ହୋଇଥିଲି । ଠିକ୍ ସଦୁପଯୋଗ ହେଲେ ହିଁ ଫାଇଦା ହେବ ।

ପ୍ରଶ୍ନ-୩ ପ୍ୟାକେଜରେ ଅଭାବୀ ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ଓ ସିଧାସଳଖ ଇନକମ୍ ସପୋର୍ଟ ନାହିଁ ବୋଲି ସମାଲୋଚନା ହେଉଛି । ଆପଣଙ୍କ ମତ କଣ ?

ଏହା ଏକ ବୈଧ ସମାଲୋଚନା । ଏହି ସଂକଟ ମଧ୍ୟରେ ତୁରନ୍ତ ଗରିବଙ୍କ ହାତକୁ ପଇସା ଯିବା ଦରକାର । ଏହାର ଯୁଦ୍ଧକାଳିନ ଭିତ୍ତିରେ ହେବା ଉଚିତ । କିନ୍ତୁ ଦୁର୍ଭାଗ୍ୟର କଥା ଯେ, ଏଭଳି ନୀତି କ୍ରିୟାନୁଷ୍ଠାନ ଦେଖିବାକୁ ମିଳୁନାହିଁ । ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣାରେ ମୁଁ ଖୁସି ହୋଇଥିଲେ ମଧ୍ୟ ମୁଁ କହିବାକୁ ଚାହେଁ ଯେ, ଏ ଦିଗରେ ପର୍ଯ୍ୟାପ୍ତ ଫଲୋଅପ୍ ଆକସନ ବିନା ଏହା କେବଳ ହେଡଲାଇନ ହୋଇ ହିଁ ରହିଯିବ । ଆମେ ଭଲ ହେଡଲାଇନ୍ ବନେଇପାରୁଛେ । କିନ୍ତୁ ପରବର୍ତ୍ତୀ କାର୍ଯ୍ୟପନ୍ଥା ପ୍ରତି ଧ୍ୟାନ ଦେଉନାହୁଁ । ଆମ ଅର୍ଥନୀତି ଖରାପ ହେବାର ଏହା ଏକ କାରଣ ।

ପ୍ରଶ୍ନ-4 ଆପଣଙ୍କ ମତରେ ଅର୍ଥନୀତିର ସୁରକ୍ଷା ପାଇଁ ସରକାର କଣ କରିବାର ଥିଲା? ଅର୍ଥନୀତିରେ କୋଭିଡ-୧୯ର ପ୍ରଭାବ କେତେ ଦିନ ରହିବ ବୋଲି ଆପଣ ଭାବୁଛନ୍ତି ?

ମୋର ପ୍ରତିକ୍ରିୟା ହେଲା ଯେ, ଅତି ଖରାପ ଭାବେ ଲକଡାଉନ

କାର୍ଯ୍ୟକାରୀ କରାଗଲା ଓ ଏହା ଅର୍ଥନୀତିର ଗତିକୁ ଆହୁରି ମନ୍ଥର କରିଦେଲା । ଏହା ଦ୍ବାରା ଭାଇରସ ବିସ୍ତାର ବି ହେଲା । କଠୋର ଲକ୍‌ଡାଉନ ଜାରି କରିଥିବା ବିଶ୍ୱର କିଛି ଦେଶ ମଧ୍ୟରେ ଭାରତ ବି ଥିଲା ଅନ୍ୟତମ। ଯେତେବେଳେ ଲକଡାଉନ କରାଗଲା, ମୁଁ ବେଶ୍ ଖୁସି ହୋଇଥିଲି । ଲକଡାଉନ ସ୍ଥିତି ହ୍ୟାଣ୍ଡଲ୍ ପାଇଁ ସରକାରଙ୍କ ପାଖରେ ବିସ୍ତୃତ ଯୋଜନା ସହ ନୀତି ରହିଥିବ ବୋଲି ମୁଁ ନିଶ୍ଚିତ ଥିଲି। କାମ ନ ଥିବା ଶ୍ରମିକଙ୍କ ପାଇଁ କଣ ବ୍ୟବସ୍ଥା କରାଯିବ, ସେ ନେଇ ସଠିକ ଯୋଜନା ରହିବା କଥା । ସପ୍ଲାଏ ଚେନ୍ ଯେପରି ଭାଙ୍ଗି ନ ଯାଏ, ସେଥିପ୍ରତି ବି କିଛି ନୀତି ରହିବା କଥା। ଏହାଛଡା ହସପିଟାଲ ଓ ମେଡିକାଲ ଟେଷ୍ଟିଂ ସେଂଟର ବି ଶୀଘ୍ର ସ୍ଥାପନ କରିବା କଥା। ଏସବୁ ନହେଲେ ଲକଡାଉନ ପରେ ବହୁତ କମ୍ ସଫଳତା ହିଁ ହାସଲ କରିହେବ । ଭାରତରେ ତାହା ହିଁ ହୋଇଛି ।

ଖୁବ ଶୀଘ୍ର ସ୍ପଷ୍ଟ ହୋଇଗଲା ଯେ, ସପୋର୍ଟିଂ ପଲିସିର କୌଣସି ପ୍ରମାଣ ନ ଥିଲା । ଶ୍ରମିକମାନଙ୍କୁ କାମ ମିଳିଲା ନାହିଁ । ସେମାନେ ବସିରହିଲେ । ଆଉ ଯେତେବଳେ ସେମାନେ ଘରକୁ ଫେରିବା ଆରମ୍ଭ କଲେ, ସେତେବେଳେ ଭାଇରସ ବିସ୍ତାର ହେବାରେ ଲାଗିଲା ।

ସମଗ୍ର ଏସିଆ ଓ ଆଫ୍ରିକାରେ ମହାମାରୀ ଅପେକ୍ଷାକୃତ କମ୍ ଗମ୍ଭୀର । କିନ୍ତୁ ଏହି ଅଂଚଳ ଭିତରେ କୋରନା ସଂକ୍ରମଣ ଦୃଷ୍ଟିରୁ ଭାରତର ସ୍ଥିତି ସବୁଠାରୁ ଖରାପ ରହିଛି । ଲକଡାଉନଠାରୁ ଭାରତରେ କୋରନା ସଂକ୍ରମଣ ହାର ଦ୍ରୁତ ଗତିରେ ବଢିବାରେ ଲାଗିଛି । ଏହାକୁ ଏଡାଇ ହୁଅନ୍ତା । ଏଭଳି ସ୍ଥିତି କେତେ ଦିନ ଯାଏଁ ରହିବ, ତାହା ମହାମାରୀର ଉପରେ ନିର୍ଭର କରେ । ଏ ନେଇ କିନ୍ତୁ ମୋର ସ୍ବତନ୍ତ୍ର ଜ୍ଞାନ ନାହିଁ ।

ଅର୍ଥନୌତିକ ପ୍ରଭାବ ଦୃଷ୍ଟିରୁ ଦେଖିବାକୁ ଗଲେ ଭାରତ ଦୋ ଛକିରେ ରହିଛି । ମୌଲିକତା ଦୃଷ୍ଟିରୁ ଭାରତର ଦୃଢତା ରହିଛି । ଭଲ ଉଚ୍ଚ ଶିକ୍ଷା, ବଳିଷ୍ଠ ହେଉଥିବା ରିସର୍ଚ୍ଚ ସେକ୍ଟର ଓ ସୁଦୃଢ ସୂଚନା ପ୍ରଯୁକ୍ତି କ୍ଷେତ୍ର ଯୋଗୁଁ ଭାରତର ବୁନିଆଦି ଢାଂଚା ଶକ୍ତ ରହିଛି । କିନ୍ତୁ ଆମେ ଏକାଧିକ ନୀତିଗତ ଭୁଲ କରୁଥିବାରୁ ଏସବୁ ଦୃଢତା ସତ୍ବେ ଆମ ଅର୍ଥନୀତି ଦୁର୍ବଳ ହେବାର ପ୍ରକୃତ ବିପଦ ରହିଛି । ମହାମାରୀ ଯୋଗୁଁ ଅର୍ଥନୀତି ଓ ବ୍ୟକ୍ତିଗତ ଆଚରଣ ଉପରେ ଅଧିକରୁ ଅଧିକ ନିୟନ୍ତ୍ରଣ ପାଇଁ ସରକାର ଉଦ୍ୟମ କରୁଛନ୍ତି । ଏହା ମୋତେ ଚିନ୍ତାରେ ପକାଇଛି ।

ଭାରତରେ ଲାଇସେନ୍ସ ପରମିଟ ରାଜ୍‌ର ସୁଦୀର୍ଘ ଇତିହାସ ରହିଛି । ଅନୁମତି ଓ ଅତ୍ୟଧିକ ଅମଲାତାନ୍ତ୍ରିକ ନିୟନ୍ତ୍ରଣ ବ୍ୟବସ୍ଥା ବି ଖରାପ । କିନ୍ତୁ ଅତ୍ୟଧିକ ରାଜନୈତିକ ନିୟନ୍ତ୍ରଣ ସହ ଅନୁମତି ବ୍ୟବସ୍ଥା ସବୁଠାରୁ କ୍ଷତିକାରକ ।

ପ୍ରଶ୍ନ-୫ ଅଧିକାଂଶ ପ୍ରବାସୀ ଶ୍ରମିକ ସେମାନଙ୍କ ଘରକୁ ଫେରିଛନ୍ତି । ଦିନକୁ ଦିନ ସଂକ୍ରମଣ ବଢୁଥିବାରୁ ସେମାନେ ନିକଟ ଭବିଷ୍ୟତରେ ସହରକୁ ଫେରିବେ ନାହିଁ । ଏଭଳି ସ୍ଥିତି ଉଭୟ ସହର ଓ ଗ୍ରାମ୍ୟ ଅର୍ଥନୀତି ଉପରେ କୁପ୍ରଭାବ ପକାଇବ । ଏହି ସ୍ଥିତିର କିଭଳି ମୁକାବିଲା କରାଯାଇପାରିବ ?

ଏହି ସମସ୍ୟା କେବେ ବି ସୃଷ୍ଟି ହେବାର ନ ଥିଲା । ଲକଡାଉନ ବେଳେ କୌଣସି ସପୋର୍ଟିଂ ପଲିସି ନ ଥିବାରୁ ଏଭଳି ଘଟିଲା । ସମସ୍ତ ମହାମାରୀ ଦ୍ବାରା ଆସ୍ଥା ହ୍ରାସ ହୁଏ । ଭାରତରେ ସମାଜ ଉପରେ ଥିବା ଆସ୍ଥା ଅଧିକ ପ୍ରଭାବିତ ହୋଇଛି । ମୁଦ୍ରା ଓ ଆର୍ଥିକ ନୀତି କାର୍ଯ୍ୟକାରୀ କରି ଚାହିଦାକୁ ପ୍ରୋତ୍ସାହନ ଦେବା ସହ ଆମର ପ୍ରତିଷ୍ଠାନଗୁଡିକରେ ଆସ୍ଥା ଓ ଆତ୍ମବିଶ୍ବାସର ପୁନଃରୁଦ୍ଧାର ହୋଇପାରିବ ।

ପ୍ରଶ୍ନ-୬ ଭାରତରେ ଅସମାନତା ଆଗରୁ ହିଁ ଅଧିକ ରହିଛି , ଯାହା କି ଚିନ୍ତାର ବିଷୟ ବୋଲି ଆପଣ ନିକଟରେ ଏକ ସାକ୍ଷାତକାରରେ କହିଥିଲେ । କୋରୋନା ମହାମାରୀ ଦ୍ବାରା ଅସମାନତା ବୃଦ୍ଧି ପାଇବ ବୋଲି ଆପଣ ଆଶଙ୍କା ପ୍ରକାଶ କରିଥିଲେ । ପ୍ରକୃତରେ ଏହା ଏକ ଗମ୍ଭୀର ସମସ୍ୟା । ଏହି ସମସ୍ୟାର ସମାଧାନ କିପରି ହୋଇପାରିବ ?

ଭାରତରେ ଅସମାନତା ହାର ଢେର ଅଧିକ । ବର୍ଷକ ତଳେ କରାଯାଇଥିବା ଅକ୍ସଫାମର ଏକ ଅଧ୍ୟୟନ ଅନୁସାରେ ଭାରତରେ ମାତ୍ର ୧ ପ୍ରତିଶତ ଲୋକ ଦେଶର ୭୩ ପ୍ରତିଶତ ସଂପତିର ମାଲିକ । ଜଣେ ଅର୍ଥନୀତିଜ୍ଞ ଭାବେ ମୁଁ ଜାଣିଛି ଯେ, ଅର୍ଥନୈତିକ ଅସମାନତା ସୃଷ୍ଟି ହେବ । କିନ୍ତୁ ଏତେ ଉଚ୍ଚହାରରେ ଅସମାନତା ଆମେ ଚାହୁଁନୁ । ଯେଉଁ ଦେଶରେ ଆଜି ବି କୋଟି କୋଟି ଲୋକ ଦାରିଦ୍ର‌୍ୟ ସୀମାରେଖା ତଳେ ଅଛନ୍ତି, ସେଠାରେ ଧନସଂପତ୍ତିର ଏମିତି ବ୍ୟାପକ ଫରକର କୌମସି ନୈତିକ, ରାଜନୈତିକ ଓ ଅର୍ଥନୈତିକ ଔଚିତ୍ୟ ନାହିଁ ।

ପ୍ରଶ୍ନ -୭ ୨୦୨୫ ସୁଦ୍ଧା ଆମେ ୫ ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥନୀତି ପାଇଁ ସ୍ବପ୍ନ ଦେଖୁଛେ । କିନ୍ତୁ ମହାମାରୀ ଜନସ୍ବାସ୍ଥ୍ୟ କ୍ଷେତ୍ରରେ ଆମ ଦୁର୍ବଳତାକୁ ପଦାରେ ପକାଇ ଦେଇଛି । ଜିଡିପିର ମାତ୍ର ୩ ଦଶମିକ ୬ ପ୍ରତିଶତ ଆମେ ସ୍ବାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ କରୁଛେ, ଯାହା କି ବହୁତ କମ୍ । ବ୍ରିଟେନ ଓ ଜର୍ମାନୀ ପରି ବିକଶିତ ଦେଶ ଏ କ୍ଷେତ୍ରରେ ଯଥାକ୍ରମେ ୯ ଦଶମିକ ୮ ଓ ୧୧ ଦଶମିକ ୧ ପ୍ରତିଶତ ଖର୍ଚ୍ଚ କରୁଛନ୍ତି । ସ୍ବାସ୍ଥ୍ୟ କ୍ଷେତ୍ରରେ ଉଚିତ ବିନିଯୋଗ ବିନା କୌଣସି ଦେଶ ଅର୍ଥନୈତିକ ସଫଳତା ହାସଲ କରିପାରିବ କି ?

୨୦୨୫ ସୁଦ୍ଧା ୫ ଟ୍ରିଲିଅନ ଡଲାର ଅର୍ଥନୀତି ମହାମାରୀ ପୂର୍ବରୁ ବି ଅସମ୍ଭବ ମନେ ହେଉଥିଲା, ଯଦି ଆମେରିକୀୟ ଡଲାର ମୂଲ୍ୟରେ ଜୋରଦାର ପତନ ନ ଘଟେ । ହଁ, ବାସ୍ତବିକ ଟାଗେ ର୍ଟ କଥା କହିବା,ତାହା ହେଲେ ଆପଣ ଠିକ୍ କଥା କହିଛନ୍ତତି । ସ୍ବାସ୍ଥ୍ୟ କ୍ଷେତ୍ରରେ ଆମକୁ ଅଧିକରୁ ଅଧିକ ପୁଂଜି ଖଟାଇବାକୁ ପଡିବ। ଏହା ଭାରତର ଏକ ଦୀର୍ଘକାଳିନ ସମସ୍ୟା । ଦଶକ ଦଶକ ଧରି ପୂର୍ବ ସରକାରମାନେ ବି ଏଥିରେ ବିଫଳ ହୋଇଛନ୍ତି । ସ୍ବାସ୍ଥ୍ୟ କ୍ଷେତ୍ରରେ ଆମେ ଆବଶ୍ୟକୀୟ ବିନିଯୋଗ କରିନାହୁଁ । ଏପରିକି ବାଂଲାଦେଶ ଭଳି ଏକ ଗରିବ ଅର୍ଥନୀତି ଆମଠାରୁ ଏ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛି । ଏବେ ବାଂଲାଦେଶରେ ଜୀବନ ଧାରଣ ହାର ଭାରତଠାରୁ ତିନି ବର୍ଷ ଅଧିକ ।

ପ୍ରଶ୍ନ -୮ ଲଦ୍ଦାଖରେ ଚୀନର ଆକ୍ରମଣାତ୍ମକ ଆଭିମୁଖ୍ୟର ଜବାବରେ ଭାରତ ସେ ଦେଶଠାରୁ ଆମଦାନି ହାର ହ୍ରାସ କରିବାକୁ ଚେଷ୍ଟା କରୁଛି । ଏହା ଦ୍ବାରା ଭାରତୀୟ ମ୍ୟାନୁଫ୍ୟାକଚରିଂ ସେକ୍ଟର ଉପକୃତ ହୋଇପାରିବ କି ?

ଏହା କେବଳ ପ୍ରତୀକାତ୍ମକ କାମ । ଭଲ ହେଉ କି ଖରାପ, ଏହାର ସେମିତି ବଡ ପ୍ରଭାବ ପଡିବ ବୋଲ ମୁଁ ଭାବୁନାହିଁ ।

ପ୍ରଶ୍ନ-୯ ଶିଳ୍ପ ଜଗତର କିଛି ଲୋକଙ୍କ ମତରେ ଯଦି ସରକାର ଏବେକାର ସ୍ଥିତିକୁ ଦେଖି ଶିଳ୍ପ ନୀତି ପ୍ରସ୍ତୁତ କରନ୍ତି, ତାହା ହେଲେ ଅନେକ ବଡ ବିଦେଶୀ କଂପାନି ଚୀନରୁ ଆସି ଭାରତରେ ନିବେଶ କରିବେ । ଏହା କଣ ବାସ୍ତବରେ ସମ୍ଭବ ?

ଆନ୍ତର୍ଜାତିକ ପୁଂଜି ବିନିଯୋଗ ପାଇଁ ଭାରତରେ ସୁଯୋଗ ରହିଛି । ମୁଁ ଆଗରୁ କହିଛି ଯେ, ଭାରତର ମୌଳିକତା ଶକ୍ତି ରହିଛି, ଯାହା କି ଗ୍ଲୋବାଲ୍ କ୍ୟାପିଟାଲକୁ ଆକର୍ଷିତ କରିପାରିବା ସହ ଅଭିବୃଦ୍ଧି ଦୃଷ୍ଟିରୁ ଭାରତକୁ ଶୀର୍ଷ ତାଲିକାକୁ ନେଇପାରିବ । କିନ୍ତୁ ନୀତି ନିର୍ଧାରଣରେ ଆମର ପେଷାଦାର ମନୋଭାବର ଅଭାବ ରହିଛି । ବଜାର ଓ କଂପାନିଗୁଡିକ ଉପରେ ରାଜନୈତିକ ନିୟନ୍ତ୍ରଣ ବୃଦ୍ଧି ପାଉଥିବାରୁ ଓଲଟା ହିଁ ହେବାରେ ଲାଗିଛି । ଗତ ମାର୍ଚ୍ଚରେ ଭାରତର କ୍ୟାପିଟାଲ୍ ଆଉଟଫ୍ଲୋ ଥିଲା ୧୬ ବିଲିଅନ ଡଲାର । ଗୋଟିଏ ମାସରେ ଏହା ଥିଲା ବୃହତନ ଆଉଟଫ୍ଲୋ । ଚୀନ ଛାଡିଆସୁଥିବା ପୁଂଜି ଏବେ ଭିଏତନାମ, ମେକ୍ସିକୋ ଓ ଅନ୍ୟ ଦେଶକୁ ଯାଉଛି । ଭାରତକୁ ଏହି ପରିମାଣ ଅତି ନଗଣ୍ୟ । ଏବେ ମଧ୍ୟ ଭାରତ ପାଇଁ ଡେରି ହୋଇନାହିଁ । ପେଷାଦାର ନୀତି ନିର୍ଧାରଣ କରିବା ସହ ସଂକେତ ଦେବାକୁ ହେବ ଯେ, ଭାରତ ଏକ ଆଧୁନିକ ଦେଶ । ଆମେ ବିଜ୍ଞାନ ଓ ଇଂଜିନିୟରିଂକୁ ଅଧିକ ମୂଲ୍ୟବାନ ମନେ କରୁଛପ ବୋଲି ଦେଖାଇବାକୁ ହେବ । ଘୃଣା ପରିବର୍ତେ ବିଭିନ୍ନ ଗୋଷ୍ଠୀର ନାଗରିକଙ୍କ ମଧ୍ୟରେ ଆସ୍ଥା ଜନ୍ମାଇବାକୁ ପଡିବ । ଅଭିବୃଦ୍ଧିର ପ୍ରସାରରେ ଆସ୍ଥାର ସକାରାତ୍ମକ ଭୂମିକା ଭଲ ଭାବେ ପ୍ରମାଣିତ ହୋଇସାରିଛି । ଦୁର୍ଭାଗ୍ୟବଶତଃ ଭାରତ ଏ କ୍ଷେତ୍ରରୁ ପଳାୟନ କରିବାରେ ଲାଗିଛି ।

ପ୍ରଶ୍ନ-୧୦ କୋରୋନା ପରେ ଆପଣ ବିଶ୍ୱ ଅର୍ଥନୀତିରେ କି ପ୍ରକାର ପରିବର୍ତନ ଆଶା କରନ୍ତି ?

ବିଶ୍ବ ଅର୍ଥନୌତିକ ପରିଦୃଶ୍ୟରେ ଅନେକ ପରିବର୍ତନ ହେବାକୁ ଯାଉଛି । ଡିଜିଟାଲ ଟେକନୋଲୋଜିର ବ୍ୟବହାରରେ ଅତ୍ୟଧିକ ବୃଦ୍ଧି ଓ ସୂଚନା ପ୍ରଯୁକ୍ତି ସେକ୍ଟରରେ ଆହୁରି ବିକାଶ ହେବ ବୋଲି ମୁଁ ଭାବୁଛି । ସ୍ବାସ୍ଥ୍ୟ କ୍ଷେତ୍ର ଆହୁରି ବ୍ୟାପକ ହେବା ମୁଁ ଆସା କରୁଛି । ଅଧିକ ହସପିଟାଲ୍‌, ଉତ୍କୃଷ୍ଟ ଔଷଧ, ଔଷଧ ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ନୂଆ ନୂଆ ଗବେଷଣା, ଲୋକଙ୍କ ପାଇଁ ସ୍ବାସ୍ଥ୍ୟ ସେବାରେ ବ୍ୟାପକ ବ୍ୟବସ୍ଥା କରାଯିବ ବୋଲି ମୁଁ ଆଶା କରୋ ଆଇଟି ଓ ହେଲଥକେୟାର ହେଉଛି ଦୁଇ ସେକ୍ଟର, ଯେଉଁଠି ଭାରତର ସ୍ବାଭାବିକ ସାମର୍ଥ୍ୟ ରହିଛି । ଏହା ମୋତେ ଆପଣଙ୍କୁ ଆଉ କହିବାକୁ ପଡିବ ନାହିଁ । ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ ଓ କର୍ନାଟକ ଏସବୁ କ୍ଷେତ୍ରରେ ବେଶ୍ ଆଗୁଆ । ହେଲେ ଏସବୁ ସାମର୍ଥ୍ୟ ଓ ବିକାଶର ଫାଇଦା ଉଠାଇବା ପାଇଁ ଆମକୁ ଭାରତର ରାଜନୈତିକ ସ୍ଥିତି ଓ ପ୍ରତିଷ୍ଠାନଗୁଡିକୁ ଶୃଙ୍ଖଳିତ କରିବାକୁ ପଡିବ । ମାତ୍ର କିଛି ବର୍ଷ ତଳେ ଆନ୍ତର୍ଜାତିକ ଗଣମାଧ୍ୟମ ଭାରତକୁ ଏକ ଗ୍ଲୋବାଲ ଲିଡର ଭାବେ ଚିତ୍ରଣ କରୁଥିଲେ । କିନ୍ତୁ ଏବେ ତାହା ବଦଳିଯାଇଛି । ଭାରତର ସ୍ଥିତିକୁ ନେଇ ସାରା ବିଶ୍ବରେ ଏବେ ଅନେକ ଉଦବେଗ ପ୍ରକାଶ ପାଉଛି । ବିଶେଷ କରି ଭାରତରେ ବୃଦ୍ଧି ପାଉଥିବା ବିଭାଜନକାରୀ ରାଜନୀତି ଓ ବିଜ୍ଞାନକୁ ଅଣଦେଖା ଭଳି ମନୋବୃତ୍ତି ଏବଂ ପ୍ରଶ୍ନ ଓ ସମାଲୋଚନାର ପ୍ରତିରୋଧ ନେଇ ଉଦବେଗ ପ୍ରକାଶ ପାଇଛି । ଆମକୁ ଏ ବାବଦରେ ଆଲୋଚନା କରି ଆଗକୁ ବଢିବାକୁ ହେବ । ସମାଲୋଚନାକୁ ଏକ ପ୍ରକାର ଷଡଯନ୍ତ୍ର ଭାବେ ଅଗ୍ରାହ୍ୟ ନ କରାଯାଉ । ବିଶ୍ବର ଅଧିକାଂଶ ବିଫଳ ରାଷ୍ଟ୍ର କରିଥିବା ଭୁଲ ଭାରତ ନ କରୁ ।

ABOUT THE AUTHOR

...view details