ମୁମ୍ବାଇ: 2020-21 ଆର୍ଥିକ ବର୍ଷ ପାଇଁ ଭାରତର ଆର୍ଥିକ ବୃଦ୍ଧି ପୂର୍ବାନୁମାନକୁ 1.9 ପ୍ରତିଶତ ହ୍ରାସ କରିଛି ଇଣ୍ଡିଆ ରେଟିଂ ଆଣ୍ଡ ରିସର୍ଚ୍ଚ (INDRA)। ଯାହାକି 29 ବର୍ଷରେ ସର୍ବନିମ୍ନ ବୃଦ୍ଧି ହେବ । କୋଭିଡ -19 ମହାମାରୀରେ ପ୍ରଭାବିତ ଅର୍ଥନୀତିର ସ୍ଥିତିକୁ ଦର୍ଶାଇ INDRA ସୋମବାର ଏହି ରିପୋର୍ଟ ପ୍ରକାଶ କରିଛି ।
ରେଟିଂ ଏଜେନ୍ସିର କହିବା ଅନୁଯାୟୀ, କୋରୋନା କଟକଣା ଦ୍ବାରା ଭାରତର ବାଣିଜ୍ୟ, ନିବେଶ ଏବଂ ରପ୍ତାନି ଉପରେ ଗଭୀର ପ୍ରଭାବ ପଡିଛି । ଯଦି ଲକଡାଉନ ଅବଧି ଆହୁରୀ ବଢିବ ତେବେ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ନକରାତ୍ମକ ରହିପାରେ ।