ୱାସିଂଟନ: 2020ରେ ଭାରତର ଜିଡିପି 1.9 ପ୍ରତିଶତ ବୃଦ୍ଧି ନେଇ ଆକଳନ କରିଛି ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ । କାରଣ 1930 ଦଶକରେ ମହାମାନ୍ଦାବସ୍ଥା ପରେ ଏବେ ବିଶ୍ବ ଅର୍ଥନୀତି ସବୁଠାରୁ ଖରାପ ଅବନତିର ସମ୍ମୁଖୀନ ହୋଇଛି ।
କୋରୋନା ଭାଇରସ ସଂକ୍ରମଣ ସମଗ୍ର ବିଶ୍ବରେ ଅର୍ଥନୈତିକ କାର୍ଯ୍ୟକଳାପକୁ ଠପ କରିଦେଇଛି । ଏଥିସହ ବିଭିନ୍ନ ସେକ୍ଟର ଏବେ ପ୍ରବଳ କ୍ଷତି ସହୁଛନ୍ତି । ଏସବୁ ଅନୁମାନ କଲେ 1991 ଉଦାରୀକରଣ ପରେ ଏହା ଭାରତର ସବୁଠୁ ଖରାପ ଜିଡିପି ରେକର୍ଡ ରହିବ ବୋଲି ଆଶଙ୍କା ରହିଛି । ହେଲେ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ ବିଶ୍ବ ଅର୍ଥବ୍ୟବସ୍ଥା ରିପୋର୍ଟର ନୂଆ ଭର୍ସନରେ ଭାରତକୁ ଦୁନିଆର ସବୁଠୁ ଦ୍ରୁତ ବିକଶିତ ଅର୍ଥବ୍ୟବସ୍ଥା ରୂପେ ପରିଚିତ କରାଇଛି ।