ଓଡିଶା

odisha

ETV Bharat / business

ଚଳିତ ଆର୍ଥିକ ବର୍ଷରେ 2 ପ୍ରତିଶତ ଖସିବ ଜିଡିପି: ଇକ୍ରା

ଲକଡାଉନ ମଧ୍ୟରେ କୋରେନାରେ ପ୍ରଭାବିତ ହୋଇନଥିବା ଅଞ୍ଚଳକୁ ଆଶ୍ବସ୍ତି ଦିଆଯାଇଛି । ଏଥିଯୋଗୁଁ କିଛିଟା କ୍ଷେତ୍ରରେ କାମ ଆରମ୍ଭ ହୋଇଥିଲେ ବି ଅଭିବୃଦ୍ଧି ଫେରିବା ଆଶା କମ ରହିଛି । ଅଧିକ ପଢନ୍ତୁ...

icra expects gdp to contract by 20 percent in june quarter 2 percent fall in fy21
ଚଳିତ ଆର୍ଥିକ ବର୍ଷ 2 ପ୍ରତିଶତ ଖସିବ ଜିଡିପି : ଇକ୍ରା

By

Published : May 5, 2020, 10:21 PM IST

ମୁମ୍ବାଇ: ଜୁନ ତ୍ରୈୟମାସରେ ଭାରତର ଅର୍ଥବ୍ୟବସ୍ଥାରେ 20 ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇପାରେ । ଏଥିସହ ଲକଡାଉନ କୋହଳ ପରେ ବି ଚଳିତ ଆର୍ଥିକ ବର୍ଷ ମୋଟ ଘରୋଇ ଉତ୍ପାଦ(ଜିଡିପି) 2 ପ୍ରତିଶତ ଖସିପାରେ । ଘରୋଇ ରେଟିଙ୍ଗ ଏଜେନ୍ସି ଇକ୍ରା ଏ ନେଇ ଅନୁମାନ କରିଛି ।

କୋରୋନା ସଂକ୍ରମଣ ରୋକିବାକୁ ସମଗ୍ର ଦେଶରେ ଲାଗୁ ଲକଡାଉନ ରହିଛି । ତେବେ ସଂକ୍ରମଣ ବ୍ୟାପିନଥିବା ବିଭିନ୍ନ ସ୍ଥାନରେ କିଛିଟା କୋହଳ ନେଇ ସରକାର ଘୋଷଣା କରିବା ପରେ ଇକ୍ରା ଏହି ଆନୁମାନିକ ରିପୋର୍ଟ ପ୍ରକାଶ କରିଛି । ଏଜେନ୍ସି ଏହା ପୂର୍ବରୁ ନିଜ ଅନୁମାନରେ କହିଥିଲା ଯେ, ଆର୍ଥିକ ବର୍ଷ 2020-21ରେ ଜିଡିପି 1 ପ୍ରତିଶତ ବୃଦ୍ଧି ବା 1 ପ୍ରତିଶତ ହ୍ରାସ ସ୍ତରରେ ରହିପାରେ ।

ଏହା ପୂର୍ବରୁ ମଧ୍ୟ ସ୍ଥିତିକୁ ନଜରେର ରଖି ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଆର୍ଥିକ ଏଜେନ୍ସି ମଧ୍ୟ ପୂର୍ବରୁ ଅଭିବୃଦ୍ଧି ହାର ଅନୁମାନକୁ ହ୍ରାସ କରିଛନ୍ତି ।

ସମଗ୍ର ଦେଶରେ 40 ଦିନ ଜାରି ଲକଡାଉନକୁ ମେ 17 ଯାଏଁ ବଢାଇଦିଆଯାଇଛି । ତେବେ ସରକାର ସଂକ୍ରମଣରେ ପ୍ରଭାବିତ ହୋଇନଥିବା ଅଞ୍ଚଳ ଓ ଉଦ୍ୟୋଗ ଜଗତକୁ ସାମାାନ୍ୟ ଉପଶମ ଦେଇଛନ୍ତି ।

ABOUT THE AUTHOR

...view details