ଓଡିଶା

odisha

ETV Bharat / business

ଜିଏସଟି ଦୁର୍ନୀତି: ଆଦାୟ ଠୁ ଟପୁଛି ଠକେଇ ରାଶି

ଚଳିତ ଆର୍ଥିକ ବର୍ଷ 11 ମାସ(ଏପ୍ରିଲରୁ ଫେବୃଆରୀ) ମଧ୍ୟରେ ସରକାର 20ହଜାର କୋଟି ଟଙ୍କା ଜିଏସଟି(ଦ୍ରବ୍ୟ ଓ ସେବା କର) ହେରାଫେରୀର ଚିହ୍ନଟ କରିଛନ୍ତି ।

By

Published : Mar 1, 2019, 2:56 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ସରକାର ଯେତେ କଡା ନିୟମ କଲେ ବି ସୁଧୁରୁ ନାହାନ୍ତି କରଦାତା । ଫର୍ଜି ବିଲ ଦେଇ ହଡପ କରିଚାଲିଛନ୍ତି କୋଟି କୋଟି ଟଙ୍କାର କର । ଚଳିତ ଆର୍ଥିକ ବର୍ଷ 11 ମାସ(ଏପ୍ରିଲରୁ ଫେବୃଆରୀ) ମଧ୍ୟରେ ସରକାର 20ହଜାର କୋଟି ଟଙ୍କା ଜିଏସଟି(ଦ୍ରବ୍ୟ ଓ ସେବା କର) ହେରାଫେରୀର ଚିହ୍ନଟ କରିଛନ୍ତି ।

ଗୋଟିଏ ପଟେ ଜିଏସଟି ଆଦାୟ କୋଟିଏ ଟଙ୍କାରେ ପହଞ୍ଚିଥିବା ବେଳେ ଅନ୍ୟପଟେ ଠକେଇ ଡବଲ ହାରରେ ବଢିଚାଲିଛି । ଦିନକୁ ଦିନ ଏପରି ଜିଏସଟି ଠକେଇ ଘଟଣା ବଢିବାକୁ ଲାଗିଛି । ଏପ୍ରିଲରୁ ନଭେମ୍ବର ମଧ୍ୟରେ 12 ହଜାର କୋଟିର କର ଠକେଇର ଖୁଲାସା ହୋଇଥିବା ବେଳେ ଏବେ ଏହି ହାର ବୃଦ୍ଧି ପାଇ 20 ହଜାରରେ ପହଞ୍ଚିଛି । ଏଥିରୁ ସ୍ପଷ୍ଟ ଯେ, ମାତ୍ର 4 ମାସରେ ପାଖାପାଖି 8 ହଜାର କୋଟିର ଟିକସ ଚୋରି ହୋଇଛି । ତେବେ ଏହାକୁ ରୋକିବା ପାଇଁ କିଛି କଠୋର ପଦକ୍ଷେପ ନିଆଯିବ ବୋଲି ସିବିଆଇସି(ସେଣ୍ଟ୍ରାଲ ବୋର୍ଡ ଅଫ ଇନଡାଇରେକ୍ଟ ଟ୍ୟାକ୍ସଜ ଏଣ୍ଡ କଷ୍ଟମ)ର ସଦସ୍ୟ ଜାନ ଜୋସେଫ କହିଛନ୍ତି ।

2018-19 ଆର୍ଥିକ ବର୍ଷରର ପ୍ରଥମ 11 ମାସରେ 20 ହଜାର କୋଟି ଜିଏସଟି ଚୋରିର ଖବର ମିଳିଛି । ସେଥିମଧ୍ୟରୁ 10ହଜାର କୋଟି ଜବତ କରାଯାଇଛି । ମଙ୍ଗଳବାର 1500 କୋଟିର ନକଲି ଇନବାୟସ (ଫର୍ଜି ବିଲ) ସ୍ତମ୍ଭରେ ତଥ୍ୟ ମିଳିଛି । ଏହାକୁ ବ୍ୟବହାର କରି କରଦାତା 75ହଜାର କୋଟିର ଜିଏସଟି କ୍ରେଡିଟ କ୍ଷେତ୍ରରେ ବ୍ୟବହାର କରିଛନ୍ତି । ଯେଉଁଥିରୁ ବର୍ତ୍ତମାନ ସୁଦ୍ଧା 25ହଜାର କୋଟି ହାତକୁ ଆସିଛି ।

ପ୍ରକାଶ ଥାଉ ଯେ, ଜାନୁଆରୀରେ ଜିଏସଟି ଆଦାୟ କୋଟିଏ ପାର କରିଛି । ଏହା ପୂର୍ବରୁ ଅକ୍ଟୋବରରେ ମଧ୍ୟ ଏହି ସୀମା କୋଟିଏ ଟପିଥିଲା । ଜିଏସଟି ସାହାଯ୍ୟରେ ଅଧିକ ଆଦାୟ ସରକାର ମାଲାମାଲ ହେଉଥିବା ବେଳେ କର ଚୋରି ଉପରେ ଲଗାମ ଲଗାଇବାକୁ ଅକ୍ଷମ ହୋଇଛନ୍ତି ।

ତେବେ ଫେବୃଆରୀ 24ରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅଧ୍ୟକ୍ଷତାରେ ଜିଏସଟି ପରିଷଦ ନିର୍ମାଣଧୀନ ଘର ଉପରେ ଜିଏସଟି ସ୍ଲାବକୁ 5 ପ୍ରତିଶତକୁ ଖସାଇ ଦେଇଛନ୍ତି । ଏହା ଦ୍ବାରା ଯଦି ଓ ଟିକସ କମ ମିଳିବ ହେଲେ ରିଟର୍ଣ୍ଣ ଫାଇଲ ଠିକ ସମୟରେ ହେବ ବୋଲି ବିଭାଗ ପକ୍ଷରୁ ଆଶା ରହିଛି ।

For All Latest Updates

ABOUT THE AUTHOR

...view details