ଓଡିଶା

odisha

ETV Bharat / business

27 ରେ ଜିଏସଟି ପରିଷଦ ବୈଠକ, ରାଜ୍ୟ କ୍ଷତିପୂରଣ ଉପରେ ହେବ ଚର୍ଚ୍ଚା - GST Council to meet on August 27

ଅଗଷ୍ଟ 27 ରେ ରାଜ୍ୟର କ୍ଷତିପୂରଣ ବାବଦରେ ଆଲୋଚନା ହେବ । ଅନ୍ୟାନ ବିଷୟ ଉପରେ ସେପ୍ଟେମ୍ବର 19 ରେ ଜିଏସଟି ପରିଷଦ ପୂରା ବୈଠକରେ ବିଚାର କରାଯିବ । ଅଧିକ ପଢନ୍ତୁ..

27 ରେ ଜିଏସଟି ପରିଷଦର ବୈଠକ,  ରାଜ୍ୟ କ୍ଷତିପୂରଣ ଉପରେ ହେବ ଚର୍ଚ୍ଚା
27 ରେ ଜିଏସଟି ପରିଷଦର ବୈଠକ, ରାଜ୍ୟ କ୍ଷତିପୂରଣ ଉପରେ ହେବ ଚର୍ଚ୍ଚା

By

Published : Aug 19, 2020, 9:27 PM IST

ମୁମ୍ବାଇ: ଜିଏସଟି ପରିଷଦ ଆସନ୍ତା 27 ରେ ବୈଠକ କରିପାରେ । ଏଥିରେ ରାଜ୍ୟମାନଙ୍କୁ କ୍ଷତିପୂରଣ ଦେବା ନେଇ ଆଲୋଚନା ସହ ରାଜସ୍ୱ ଅଭାବ ପୂରଣ ପାଇଁ ନୂଆ ପଦକ୍ଷେପ ଉପରେ ଚର୍ଚ୍ଚା ହୋଇପାରେ ।


ପ୍ରକାଶ ଯେ, ଦ୍ରବ୍ୟ ଓ ସେବା କର ( ଜିଏସଟି) ପରିଷଦର 41 ତମ ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ହେବ । ଯେଉଁଥିରେ ରାଜ୍ୟର କ୍ଷତିପୂରଣ ଉପରେ ସିଙ୍ଗଲ ଏଜେଣ୍ଡା ଉପରେ ବିଚାର କରାଯିବ ।

ଏହା ବ୍ୟତିତ ପରିଷଦର ପୂର୍ଣ୍ଣ ବୈଠକ ସେପ୍ଟେମ୍ବର 19 ରେ ଆୟୋଜନ କରାଯିବ । ଆଉ ଏଥିପାଇଁ ନୂଆ ଏଜେଣ୍ଡା ପ୍ରସ୍ତୁତ କରାଯିବ । ଏଥିରେ ଅନ୍ୟାସ ସମସ୍ୟା ବିଷୟରେ ଆଲୋଚନା ହେବ । ସରକାରଙ୍କ ମୁଖ୍ୟ ଆଇନ ଅଧିକାରୀ ଆଟର୍ଣ୍ଣି ଜେନେରାଲ କହିଛନ୍ତି ଯେ, କେନ୍ଦ୍ର ପାଖରେ ରାଜ୍ୟର ଜିଏସଟି ରାଜସ୍ବ ହ୍ରାସ ନେଇ କୌଣସି ଆଇନଗତ ନାହିଁ । ଯାହାକି କେନ୍ଦ୍ରର ପାଣ୍ଠିରୁ ମିଳିପାରିବ ।

ଏଥିରୁ ସଙ୍କେତ ମିଳିଛି କି ରାଜ୍ୟକୁ ଏବେ ରାଜସ୍ବ ଅଭାବ ପୂରଣ ପାଇଁ ବଜାରରୁ ଋଣ ଉଠାଇବାକୁ ହେବ । ତେବେ ଜିଏସଟି ପରିଷଦର ବୈଠକରେ ଏ ନେଇ ଚୁଡାନ୍ତ ନିଷ୍ପତ୍ତି ନିଆଯାଇନାହିଁ ।

ଜିଏସଟି ପରିଷଦରେ ନିଷ୍ପତ୍ତି ନିଆଯିବ କି , ଏଭଳି ପରିସ୍ଥିତିରେ ରାଜ୍ୟ ରାଜସ୍ବ କ୍ଷତିକୁ କିଭଳି ପୂରଣ କରାଯିବ । 2019 ଅଗଷ୍ଟ ରୁ ସେସ ଲାଗୁ ଯୋଗୁଁ ରାଜସ୍ୱ ହ୍ରାସ ପରେ ରାଜ୍ୟମାନଙ୍କୁ ଜିଏସଟି କ୍ଷତିପୂରଣ ପ୍ରଦାନ ଏକ ପ୍ରମୁଖ ପ୍ରସଙ୍ଗ ହୋଇଛି। ଜିଏସଟି କ୍ଷତିପୂରଣ ବାବଦରେରେ କେନ୍ଦ୍ର 2019-20 ରେ 1.65 ଲକ୍ଷ କୋଟିରୁ ଅଧିକ ଟଙ୍କା ଜାରି କରିଛି।

ABOUT THE AUTHOR

...view details