ଓଡିଶା

odisha

ETV Bharat / business

ଜିଏସଟି ପରିଷଦର ଅପରାଗତା, ପୁଣି 24ରେ ବସିବ ବୈଠକ - ଜିଏସଟି

33ତମ ଜିଏସଟି ପରିଷଦର ବୈଠକରେ ରିୟଲିଷ୍ଟେଟ ଓ ଲଟେରି ଉପରେ ଲାଗିବାକୁ ଥିବା କର ବ୍ୟବସ୍ଥାକୁ ନେଇ କୌଣସି ନିଷ୍ପତ୍ତି ନିଆଯାଇ ପାରିଲାନି । ଏଣୁ ଏନେଇ ଆସନ୍ତା 24 ରେ ପୁଣି ଥରେ ବୈଠକ କରାଯିବ ।

ପ୍ରତିକାତ୍ମକ ଫଟୋ

By

Published : Feb 21, 2019, 12:31 PM IST


ନୂଆଦିଲ୍ଲୀ: ବିଫଳ ହେଲା ଜିଏସଟି ପରିଷଦର 33ତମ ବୈଠକ । ରିୟଲିଷ୍ଟେଟ ଓ ଲଟେରି ଉପରେ ଲାଗିବାକୁ ଥିବା କର ବ୍ୟବସ୍ଥାକୁ ନେଇ କୌଣସି ନିଷ୍ପତ୍ତି ନିଆଯାଇ ପାରିଲାନି । ମିଶିଲାନି ରାଜ୍ୟ ଗୁଡିକ ମତ । ଏଣୁ ଏନେଇ ଆସନ୍ତା 24 ରେ ପୁଣି ଥରେ କରାଯିବ ବୈଠକ ।
ଆଜି ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା 33ତମ ଜିଏସଟି କାଉନସିଲ ବୈଠକରେ ହୋଇପାରିଲାନି କିଛି ନିଷ୍ପତ୍ତି । ଆଶା ରହିଥିବା ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ କୌଣସି ଘୋଷଣା ହେଲାନାହିଁ । ଏଥିସହ ରିଟର୍ଣ୍ଣ ଭରିବା ତାରିଖକୁ ଆସନ୍ତା 22 ପର୍ଯ୍ୟନ୍ତ ବଢାଇ ଦିଆଗଲା ।


ବୈଠକ ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଗଣମାଧ୍ୟମକୁ ଜଣାଇଛନ୍ତି ଯେ, ଜମ୍ମୁ କାଶ୍ମୀର ଛାଡି ସମସ୍ତ ରାଜ୍ୟରେ ଜିଏସଟି ରିଟର୍ଣ୍ଣ ଭରିବାର ଅନ୍ତିମ ତାରିଖ 22କୁ ବୃଦ୍ଧି କରାଯାଇଛି । ପୁଲୱାମା ଆତଙ୍କବାଦୀ ଆକ୍ରମଣ ଯୋଗୁଁ ଜମ୍ମୁବାସୀ ଫେବୃଆରୀ 28 ପର୍ଯ୍ୟନ୍ତ ଜିଏସଟି ଭରିବା ନେଇ ସ୍ବାଧିନତା ଦିଆଯାଇଛି ।

For All Latest Updates

ABOUT THE AUTHOR

...view details