ନୂଆଦିଲ୍ଲୀ: ଭାରତର ପ୍ରଥମ ସ୍ୱଦେଶୀ ଯୁଦ୍ଧ ବିମାନ ନିର୍ମାତା ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (ହାଲ) ତାହାର 15 ପ୍ରତିଶତ ଅଂଶ ହ୍ରାସ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଅଫର ଫର୍ ସେଲ (OFS) ମାଧ୍ୟମରେ 15 ପ୍ରତିଶତ ଅଂଶଧନ ବିକ୍ରି କରି 5 ହଜାର କୋଟି ଟଙ୍କା ସଂଗ୍ରହ କରିବାର ସମ୍ଭାବନା ରହିଛି ବୋଲି କୁହାଯାଉଛି ।
OFS ପାଇଁ ଫ୍ଲୋର ମୂଲ୍ୟ ଇକ୍ୱିଟି ସେୟାର ପ୍ରତି 1001 ଟଙ୍କା ଧାର୍ଯ୍ୟ କରାଯାଇଛି । ବିକ୍ରୟ ପାଇଁ ଏହି ଅଫର 27-28 ଅଗଷ୍ଟରୁ ଖୋଲା ରହିବ ବୋଲି ସୂଚନା ମିଳିଛି । OSF ମାଧ୍ୟମରେ 34 ମିଲିୟନ 38 ହଜାର 750 ଇକ୍ୱିଟି ସେୟାର ବିକ୍ରି କରିବାକୁ ସରକାର ଯୋଜନା କରିଛନ୍ତି । କମ୍ପାନୀର 10 ପ୍ରତିଶତ ପେଡ୍ ଅପ୍ ସେୟାର ପୁଞ୍ଜି ରହିଛି । ଏହା ବ୍ୟତୀତ 5% ଅଂଶଧନ ବିକ୍ରୟ କରିବାର ଏକ ବିକଳ୍ପ ଅଛି ଯଥା ସଦସ୍ୟତା ବିକଳ୍ପ ମାଧ୍ୟମରେ ଏକ କୋଟି 67 ଲକ୍ଷ 19 ହଜାର 375 ଇକ୍ୱିଟି ସେୟାର ରହିଛି ।