ଓଡିଶା

odisha

By

Published : Jun 20, 2021, 9:31 PM IST

ETV Bharat / business

ଅର୍ଥବ୍ୟବସ୍ଥାକୁ ବୁଷ୍ଟର ଦେବାକୁ ସରକାର ନେବେ ପଦକ୍ଷେପ: CEA ସୁବ୍ରମଣ୍ୟମ

କୋରୋନା ଦ୍ବିତୀୟ ଲହରୀରେ ପ୍ରଭାବିତ ଅର୍ଥବ୍ୟବସ୍ଥାକୁ ଗତି ବୁଷ୍ଟର ଦେବା ପାଇଁ ସରକାର ଆହୁରି ଉପାୟ ବାହାର କରି କୌଣସି ପଦକ୍ଷେପ ନେଇପାରନ୍ତି ବୋଲି କହିଛନ୍ତି ମୁଖ୍ୟ ଆର୍ଥିକ ଉପଦେଷ୍ଟା (ସିଇଏ) କେ: ସୁବ୍ରମଣ୍ୟମ । ଅଧିକ ପଢନ୍ତୁ...

ଅର୍ଥବ୍ୟବସ୍ଥାକୁ ବୁଷ୍ଟର ଦେବାକୁ ସରକାର ନେବେ ପଦକ୍ଷେପ: CEA ସୁବ୍ରମଣ୍ୟମ
ଅର୍ଥବ୍ୟବସ୍ଥାକୁ ବୁଷ୍ଟର ଦେବାକୁ ସରକାର ନେବେ ପଦକ୍ଷେପ: CEA ସୁବ୍ରମଣ୍ୟମ

ନୂଆଦିଲ୍ଲୀ: କୋରୋନା ଲକଡାଉନ ଯୋଗୁଁ ଦେଶରେ ଭାଙ୍ଗିଛି ଅର୍ଥନୀତିର ଅଣ୍ଟା । ଅଧିକ ଆର୍ଥିକ ପ୍ୟାକେଜ ନେଇ ହେଉଛି ଦାବି । ଏହାରି ମଧ୍ୟରେ କୋରୋନା ଦ୍ବିତୀୟ ଲହରୀରେ ପ୍ରଭାବିତ ଅର୍ଥବ୍ୟବସ୍ଥାକୁ ଗତି ବୁଷ୍ଟର ଦେବା ପାଇଁ ସରକାର ଆହୁରି ଉପାୟ ବାହାର କରି କୌଣସି ପଦକ୍ଷେପ ନେଇପାରନ୍ତି ବୋଲି କହିଛନ୍ତି ମୁଖ୍ୟ ଆର୍ଥିକ ଉପଦେଷ୍ଟା (ସିଇଏ) କେ ସୁବ୍ରମଣ୍ୟମ ।

ସିଇଏ କେ ସୁବ୍ରମଣ୍ୟମ କହିଛନ୍ତି, 2021-22 ସାଧାରଣ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ପରିପ୍ରେକ୍ଷୀରେ ବୁଷ୍ଟର ପ୍ୟାକେଜର ଚାହିଦାକୁ ବିଚାର କରାଯିବ। କେତେକ ଶିଳ୍ପ ସଂଗଠନ ପରାମର୍ଶ ଦେଇଛନ୍ତି ଯେ ଏପ୍ରିଲ-ମେ ମାସରେ ମହାମାରୀର ଦ୍ବିତୀୟ ଲହରୀ ଯୋଗୁଁ ପ୍ରଭାବିତ ଅର୍ଥନୀତିକୁ ପୁନରୁଦ୍ଧାର କରିବା ପାଇଁ ସରକାର 3 ଲକ୍ଷ କୋଟି ଟଙ୍କାର ଏକ ପ୍ରୋତ୍ସାହନ ପ୍ୟାକେଜ ପ୍ରଦାନ କରନ୍ତୁ । ଏହି ପରାମର୍ଶ ଉପରେ ସୁବ୍ରମଣ୍ୟମଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ସୁବ୍ରମଣ୍ୟମ କହିଛନ୍ତି, ଗତ ବର୍ଷ ମଧ୍ୟ ଆମେ ବିଭିନ୍ନ ପଦକ୍ଷେପ ପାଇଁ ପ୍ରସ୍ତୁତ ଥିଲୁ। ହେଲେ ଯେତେବେଳେ ପ୍ରୋତ୍ସାହନ ପ୍ୟାକେଜର କଥା ଆସୁଥିବ, ସେବେ ଗତ ବର୍ଷ ଏବଂ ଚଳିତ ବର୍ଷ ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି । ସେ ସ୍ପଷ୍ଟ କରିଛନ୍ତି ଯେ ଗତ ବଜେଟ ମହାମାରୀ ପୂର୍ବରୁ ଉପସ୍ଥାପିତ ହୋଇଥିଲା । ହେଲେ ଏଥର ମହାମାରୀ ମଧ୍ୟରେ ବଜେଟ ଉପସ୍ଥାପିତ ହୋଇଛି। ଏଥିରେ ଅନେକ ବିଷୟ ଅନ୍ତର୍ଭୁକ୍ତ ହୋଇସାରିଛି ।

ସିଇଏ କହିଛନ୍ତି, ଭିତ୍ତିଭୂମି ଖର୍ଚ୍ଚ ଉପରେ ମୁଖ୍ୟତଃ ଅଧିକ ଧ୍ୟାନ ଦିଆଯାଉଛି । ଏହା ନିର୍ମାଣ ଗତିବିଧିକୁ ଆଗକୁ ବଢେ ଏବଂ ଅନ୍ତତଃପକ୍ଷେ ଅଣସଂଗଠିତ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି ହୁଏ | ଚତୁର୍ଥ ତ୍ରୟ ମାସିକରେ ନିର୍ମାଣ କ୍ଷେତ୍ରରେ 15 ପ୍ରତିଶତ ବୃଦ୍ଧି ଘଟିଥିବା କହିଛନ୍ତି ସୁବ୍ରମଣ୍ୟମ ।

ସୁବ୍ରମଣ୍ୟମ କହିଛନ୍ତି, ଅର୍ଥନୀତିର ପୁନରୁଦ୍ଧାର ସୁନିଶ୍ଚିତ କରିବା ହେଉଛି ଏହାର ମୂଳ ଉଦ୍ଦେଶ୍ୟ। ଏହା ନିଶ୍ଚିତ କରିବାକୁ ସରକାର ଯାହା କରିବା ଆବଶ୍ୟକ ତାହା କରିବେ ବୋଲି ସେ କହିଛନ୍ତି। ଗରିବଙ୍କ ପାଇଁ ଖାଦ୍ୟ ସୁରକ୍ଷା ଉପରେ ସିଇଏ କହିଛି ଯେ ସରକାର 80 କୋଟି ଲୋକଙ୍କ ପାଇଁ ମାଗଣାରେ ରାସନ ଦେବେ ।

ABOUT THE AUTHOR

...view details