ଓଡିଶା

odisha

ETV Bharat / business

ଓଡିଶା ବଜେଟ 2020: ‘ଚାଷୀଙ୍କୁ ଋଣପ୍ରଦାନ ସରକାରଙ୍କ ପ୍ରାଥମିକତା ହେଉ’ - ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ

ଆଉ ଦିନେ ପରେ ରାଜ୍ୟ ବିଧାନସଭାରେ ବଜେଟ ଉପସ୍ଥାପନ କରାଯିବ । ତେବେ ଏହି ବଜେଟକୁ ନେଇ ଚାଷୀଙ୍କ ଅନେକ ଆଶା ରହିଛି । ଅଧିକ ପଢନ୍ତୁ...

Govt give priority to sanction of more loans to the farmers in state budget
ଓଡିଶା ବଜେଟ 2020: ଚାଷୀଙ୍କୁ ଋଣପ୍ରଦାନ ସରକାରଙ୍କ ପ୍ରାଥମିକତା ହେଉ

By

Published : Feb 16, 2020, 10:35 PM IST

ଭୁବନେଶ୍ବର: ଓଡିଶା ସରକାର 2020-21 ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପିତ କରିବାକୁ ଥିବା ବେଳେ ଏଥିରେ ଚାଷୀଙ୍କୁ ଋଣପ୍ରଦାନକୁ ପ୍ରାଥମିକତା ଦିଆଯାଉ ବୋଲି ଯୁବଚାଷୀ ମନୋରଞ୍ଜନ ପରିଡା କହିଛନ୍ତି । ଓଡିଶାରେ ପ୍ରାକୃତିକ ବିପର୍ଯ୍ୟୟର ଭୟ ଲାଗି ରହିଥିବା ବେଳେ କ୍ଷତିଗ୍ରସ୍ତ ଚାଷୀକୁ ଋଣ ପ୍ରଦାନ କଲେ ସେ ଆଗକୁ ବଢିପାରନ୍ତା ବୋଲି ମତବ୍ୟକ୍ତ କରିଛନ୍ତି ।

ଓଡିଶା ବଜେଟ 2020: ଚାଷୀଙ୍କୁ ଋଣପ୍ରଦାନ ସରକାରଙ୍କ ପ୍ରାଥମିକତା ହେଉ

ଯୁବ ଚାଷୀ ମନୋରଞ୍ଜନ କହିଛନ୍ତି, ‘ରାଜ୍ୟ ସରକାର ଚାଷୀମାନଙ୍କ ପାଇଁ ଯେଉଁ ଅର୍ଥ ବଜେଟରେ ମଞ୍ଜୁର କରୁଛନ୍ତି ତାହା ଦେଖିବାକୁ ବଡ ହୋଇଥିଲେ ମଧ୍ୟ ସେଥିରେ ଚାଷୀ ଉପକୃତ ହୋଇପାରୁ ନାହାନ୍ତି । ବିଶେଷ କରି ଗ୍ରାମାଞ୍ଚଳର ଚାଷୀମାନେ ସର୍ବଦା ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ବେଳେ ତାର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଉଛି । ସେ ବ୍ୟାଙ୍କ ପାଖକୁ ଗଲେ ମଧ୍ୟ ଚାଷୀକୁ ଋଣ ଯୋଗାଇ ଦିଆଯାଉନାହିଁ । ତେଣୁ ସରକାର ଏଦିଗରେ ଦୃଷ୍ଟି ଦେଇ ଚାଷୀଙ୍କ ପାଇଁ କିଛି ଯୋଜନା ଘୋଷଣା କଲେ ସେମାନେ ଉପକୃତ ହୋଇପାରନ୍ତେ ।’

ସେହିପରି ଓଡିଶାର ଅନେକ ଭାଗରେ ଜଳସେଚନର ସୁବିଧା ନାହିଁ । ସରକାର ବିକାଶ ମୂଳକ କାର୍ଯ୍ୟକରୁଥିଲେ ମଧ୍ୟ ଚାଷୀ ପାଇଁ ସରକାରଙ୍କୁ ଅନେକ କିଛି ବ୍ୟବସ୍ଥା କରିବା ଆବଶ୍ୟକ ହୋଇପଡିଛି । ଏପରିକି ଚାଷୀମାନଙ୍କୁ ସବସିଡି ପ୍ରଦାନ କରାଯାଉନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି ।

ବ୍ୟାଙ୍କ ଚାଷୀ ପାଖରୁ ମୁହଁ ଫେରାଉଥିବା ବେଳେ କେବଳ ବ୍ୟବସାୟ ପାଇଁ ଋଣ ପ୍ରଦାନ କରୁଥିବା ସେ ଉଲ୍ଲେଖ କରିଛନ୍ତି । ଯଦି ଚାଷୀଟି ଋଣ ପରିଶୋଧ କରିପାରୁନାହିଁ ତେବେ ସରକାର ଏଥିପାଇଁ କିଛି ଯୋଜନା କରି ଚାଷୀର ସମସ୍ୟା ସମାଧାନ କଲେ ଚାଷୀମାନେ ବିଶେଷ ଉପକୃତ ହୋଇପାରନ୍ତେ ବୋଲି ସେ କହିଛନ୍ତି । ତେବେ ଆର୍ଥିକ ମାନଦଣ୍ଡ ବୃଦ୍ଧି ସକାଶେ ସରକାର ପଦକ୍ଷେପ ଗ୍ରହଣ କରିବା ଜରୁରୀ ବୋଲି ସେ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details