ଓଡିଶା

odisha

ETV Bharat / business

‘ଅର୍ଥନୀତିକୁ ବୁଷ୍ଟର ଦେବାକୁ ସରକାରଙ୍କ ଏସବୁ ଉପରେ ଫୋକସ’

ଧୀମା ଅର୍ଥବ୍ୟବସ୍ଥାକୁ ଗତିଶୀଳ କରିବା ପାଇଁ ସରକାରଙ୍କ ଉପଲବ୍ଧି ବଖାଣିଛି ମୁଖ୍ୟ ଆର୍ଥିକ ପରାମର୍ଶଦାତା । ଦେଶର ଆର୍ଥିକ ବିକାଶ ପାଇଁ ଲୋକଙ୍କ ଉପଯୋଗିତା(consumption) ବୃଦ୍ଧି ଉପରେ ଗୁରୁତ୍ବ ଦିଆଯାଉଛି ବୋଲି କହିଛନ୍ତି ସୁବ୍ରମଣ୍ୟମ ।

Govt focusing on increasing consumption to boost economic growth: CEA
ଅର୍ଥନୀତିକୁ ବୁଷ୍ଟର ଦେବାକୁ ସରକାର ନେଉଛନ୍ତି ଏସବୁ ପଦକ୍ଷେପ

By

Published : Dec 13, 2019, 5:39 PM IST

ନୂଆଦିଲ୍ଲୀ: ଦେଶର ଆର୍ଥିକ ବିକାଶ ପାଇଁ ଲୋକଙ୍କ ଉପଯୋଗିତା(consumption) ବୃଦ୍ଧି ଉପରେ ସରକାର ଧ୍ୟାନ ଦେଉଛନ୍ତି । ଶୁକ୍ରବାର ଅର୍ଥବ୍ୟବସ୍ଥାର ପ୍ରଗତି ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଆର୍ଥିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମ କହିଛନ୍ତି ।


6 ବର୍ଷର ସର୍ବନିମ୍ନରେ ରହିଥିବା ଦେଶର ଅର୍ଥନୀତିକୁ ବୁଷ୍ଟର ଦେବା ପାଇଁ ଗତ କିଛି ମାସରେ ସରକାର ବହୁ ନୂଆ ଘୋଷଣା କରିଛନ୍ତି । ମାନ୍ଦାବସ୍ଥାରେ ବୁଡିରହିଥିବା କମ୍ପାନୀକୁ ସୁଦୃଢ କରିବାକୁ କର୍ପୋରେଟ କର 30 ପ୍ରତିଶତରୁ ହ୍ରାସ କରି 22 ପ୍ରତିଶତ କରାଯାଇଛି । ଏଥିସହ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କର ପୁଞ୍ଜିକରଣ ଓ last-mileକୁ ଆର୍ଥିକ ସହଯୋଗ ପାଇଁ ଘୋଷଣା କରାଯାଇଛି ବୋଲି ସୁବ୍ରମଣ୍ୟମ ଜଣାଇଛନ୍ତି ।

ଖୁଚୁରା ଋଣ ଦେବା ପାଇଁ ଅଣ ବ୍ୟାଙ୍କିଙ୍ଗ ଆର୍ତିକ ସଂସ୍ଥା ଓ ହାଉସିଙ୍ଗ ଫାଇନାନ୍ସ କମ୍ପାନୀକୁ 4.7 ଲକ୍ଷ କୋଟି ମଞ୍ଜୁର । ଏହା ବ୍ୟାତିତ ଆଂଶିକ ଋଣ ଗ୍ୟାରେଣ୍ଟି ଯୋଜନା (କ୍ରେଡିଟ ଗ୍ୟାରେଣ୍ଟି ସ୍କିମ) ଅଧିନରେ 17 ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ଯାହାର ବ୍ୟୟ ଅଟକଳ 7657 କୋଟି ଟଙ୍କା ରହିଛି । ସେପଟେ ନଭେମ୍ବର 27 ଭିତରେ 70,000 କୋଟି ଟଙ୍କାର 8 ଲକ୍ଷରୁ ଉର୍ଦ୍ଧ ରେପୋ -ଲିକ୍ଡ( repo-linked ) ଋଣ ମଞ୍ଜୁର ହୋଇଛି ।

ସେହିପରି ଡିସେମ୍ବର 31 ସୁଦ୍ଧା ରେଲୱେ ଓ ସଡକ ମନ୍ତ୍ରାଣଳୟ 2.46 ଲକ୍ଷ କୋଟି ଟଙ୍କାର କ୍ୟାପସେଟ ଆଣିବେ । ଏଥିସହ ,ଏମଏସଇ ସେକ୍ଟର ଉପରେ ଫୋକସ, ନିବେଶ ବୃଦ୍ଧି ପାଇଁ ପ୍ରୟାସ, ଅର୍ଥନୀତିର ଅଭିବୃଦ୍ଧି ପାଇଁ ବିନିବେଶକୁ ଗୁରୁତ୍ବ ଦିଆଯାଇଛି ବୋଲି ସୁବ୍ରମଣ୍ୟମ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details