ଓଡିଶା

odisha

ETV Bharat / business

କୋରୋନା ପ୍ରଭାବିତ ସେକ୍ଟର ପାଇଁ 1.1 ଲକ୍ଷ କୋଟି ଘୋଷଣା - impact of covid on economy

ଅର୍ଥବ୍ୟବସ୍ଥାକୁ ବୁଷ୍ଟର ଦେବାକୁଯାଇ କୋରୋନା ପ୍ରଭାବିତ ସେକ୍ଟର ପାଇଁ 1.1 ଲକ୍ଷ କୋଟି ଟଙ୍କା ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅଧିକ ପଢନ୍ତୁ...

ଅର୍ଥନୀତିକୁ କେନ୍ଦ୍ରର ବୁଷ୍ଟର, କୋରୋନା ପ୍ରଭାବିତ ସେକ୍ଟର ପାଇଁ 1.1 ଲକ୍ଷ କୋଟି ଘୋଷଣା
ଅର୍ଥନୀତିକୁ କେନ୍ଦ୍ରର ବୁଷ୍ଟର, କୋରୋନା ପ୍ରଭାବିତ ସେକ୍ଟର ପାଇଁ 1.1 ଲକ୍ଷ କୋଟି ଘୋଷଣା

By

Published : Jun 28, 2021, 4:11 PM IST

Updated : Jun 28, 2021, 5:09 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ସଙ୍କଟ ମଧ୍ୟରେ ମୋଦି ସରକାରଙ୍କ ଆଉ ଏକ ବଡ ରିଲିଫ ପ୍ୟାକେଜ । କୋରୋନା ଦ୍ବିତୀୟ ଲହରି ମାଡରେ ବିପର୍ଯ୍ୟସ୍ତ ଅର୍ଥନୀତିକୁ ସୁଧାରିବାକୁ ପ୍ରୟାସ କରୁଛନ୍ତି ସରକାର । ଏହି କ୍ରମରେ ଅର୍ଥବ୍ୟବସ୍ଥାକୁ ବୁଷ୍ଟର ଦେବାକୁଯାଇ କୋରୋନା ପ୍ରଭାବିତ ସେକ୍ଟର ପାଇଁ 1.1 ଲକ୍ଷ କୋଟି ଟଙ୍କା ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

କୋରୋନା କାଳରେ ବଢିଥିବା ଆର୍ଥିକ ସଙ୍କଟକୁ ରିଲିଫ ଦେବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ପ୍ୟାକେଜ ଆଣିଛନ୍ତି । ପ୍ୟାକେଜ ଅନ୍ତର୍ଗତ 1.1 ଲକ୍ଷ କୋଟିର ଲୋନ୍‌ ଗ୍ୟାରେଣ୍ଟି ଦେବେ ସରକାର । ସେହିପରି ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ 50 ହଜାର କୋଟି ଟଙ୍କା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଏହି ଅର୍ଥ ଅଣମେଟ୍ରୋ ମେଡିକାଲ ଭିତ୍ତିପ୍ରସ୍ତର ପାଇଁ ଖର୍ଚ୍ଚ କରାଯିବ ।

କ୍ଷୁଦ୍ର ଉଦ୍ୟୋଗକୁ ଆର୍ଥିକ ଭିଟାମିନ

କ୍ଷୁଦ୍ର ଉଦ୍ୟୋଗଗୁଡିକୁ ଆର୍ଥିକ ଭିଟାମିନ ଦେବାକୁ ଏମରଜେନ୍ସି କ୍ରେଡିଟ ଲାଇନ ସ୍କିମ(ECLGS )ର ବିସ୍ତାର ପାଇଁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ବର୍ତ୍ତମାନ ଏହି ସ୍କିମ୍‌ 3 ଲକ୍ଷ କୋଟି ଟଙ୍କା ରହିଛି, ଯାହାକୁ ବଢାଇ 4.5 ଲକ୍ଷ ଟଙ୍କା କରାଯାଇଛି । ଏହି ଯୋଜନା ଅନ୍ତର୍ଗତ ଏବେସୁଦ୍ଧା ଏମଏସଏମଇ, ହସ୍ପିଟାଲିଟି ସେକ୍ଟରଗୁଡିକୁ 2.69 କୋଟି ଟଙ୍କା ବଣ୍ଟାଯାଇସାରିଛି ।

ECLGS ସ୍କିମ୍‌ରୁ ଲାଭ ପାଇବେ 25 ଲକ୍ଷ ବ୍ୟବସାୟୀ

ମାଇକ୍ରୋଫାଇନାନ୍ସ ସଂସ୍ଥା ମାଧ୍ୟମରେ ଦିଆଯାଉଥିବା ଋଣ ପାଇଁ ନିଶ୍ଚିତ ଋଣ ଯୋଜନା ଘୋଷଣା କରାଯାଇଛି । ଏହା ଏକ ନୂଆ ଯୋଜନା । ଏହା ଅନ୍ତର୍ଗତ ବ୍ୟବସାୟୀକ ବ୍ୟାଙ୍କର ଏମଏଫଆଇକୁ ଦିଆଯାଇଥିବା ନୂଆ ଆଉ ବର୍ତ୍ତମାନ ଋଣ ପାଇଁ ଗ୍ୟାରେଣ୍ଟି ଦିଆଯିବ । ଏହି ଯୋଜନା ଯୋଗୁଁ 25 ଲକ୍ଷ ବ୍ୟବସାୟୀ ଲାଭାନ୍ବିତ ହେବାର ଆଶା ରହିଛି ।

କ୍ରେଡିଟ ଗ୍ୟାରେଣ୍ଟି ସ୍କିମ ତଥା ନିଶ୍ଚିତ ଋଣ ଯୋଜନା ଅନ୍ତର୍ଗତ କୋଭିଡ ପ୍ରଭାବିତ 25 ଲକ୍ଷରୁ ଊର୍ଦ୍ଧ୍ବ କ୍ଷୂଦ୍ର ବ୍ୟବସାୟୀଙ୍କୁ 3 ବର୍ଷ ପାଇଁ 1.25 ଲକ୍ଷ ଟଙ୍କାର ଋଣ ଦିଆଯିବ । ଏହି ଋଣ ଉପରେ ସୁଧ ହାର ବ୍ୟାଙ୍କ ପାଇଁ ନିର୍ଦ୍ଧାରିତ MCLRରୁ 2% ଅଧିକ ରହିବ ।

ଟୁରିଷ୍ଟ ଗାଇଡଙ୍କୁ ସହାୟତା

୧୦, ୭୦୦ ପଞ୍ଜୀକୃତ ଟୁରିଷ୍ଟ ଗାଇଡଙ୍କ ପାଇଁ ମଧ୍ୟ ସହାୟତା ଘୋଷଣା କରାଯାଇଛି। ଏମାନେ ୧ ଲକ୍ଷ ପର୍ଯ୍ୟନ୍ତ ବ୍ୟକ୍ତିଗତ ଋଣ ନେଇ ଅର୍ଥ ବିନିଯୋଗ କରିପାରିବେ ବୋଲି ସୂଚନା ମିଳିଛି।

ମାଗଣା ଭିସା

କୋଭିଡ ପରେ ପ୍ରଥମ ୫ ଲକ୍ଷ ପର୍ଯ୍ୟଟକଙ୍କୁ ଭାରତ ଦେବ ମାଗଣା ଭିସା । ୨୦୨୨ ମାର୍ଚ ୩୧ ମଧ୍ୟରେ ଜଣେ ପର୍ଯ୍ୟଟକଙ୍କୁ ଥରେ ମିଳିବ ମାଗଣା ଭିସା ।

ଶିଶୁ ଓ ଚାଷୀଙ୍କ ପାଇଁ ପ୍ୟାକେଜ

ପିଲାଙ୍କ ସ୍ବାସ୍ଥ୍ୟ ପାଇଁ ୨୩ ହଜାର ୨୨୦ କୋଟିର ପ୍ୟାକେଜ୍‌ ଘୋଷଣା । ଏହାସହ ଚାଷୀଙ୍କୁ ୧୪, ୭୭୫ କୋଟି ଟଙ୍କାର ଅତିରିକ୍ତ ସବସିଡି ମଧ୍ୟ ଦିଆଯିବ।

ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାର ବିସ୍ତାର

31 ମାର୍ଚ୍ଚ 2022 ପର୍ଯ୍ୟନ୍ତ ଆତ୍ମନିର୍ଭର ଭାରତ ଯୋଜନାର ବିସ୍ତାର କରାଯାଇଛି । ଏହି ଯୋଜନା ଅନ୍ତର୍ଗତ 1000 କର୍ମଚାରୀ ଥିବା କମ୍ପାନୀରେ ପିଏଫର ସମସ୍ତ ଅଂଶ ସରକାର ଭରଣା କରିବେ । ଅନ୍ୟପକ୍ଷେ 1000ରୁ ଊର୍ଦ୍ଧ୍ବ କର୍ମଚାରୀ ଥିବା କମ୍ପାନୀର ପିଏଫ ପାଇଁ ଏମ୍ପ୍ଲୋଇ ଅଂଶ 12% ସରକାର ବହନ କରିବେ ।

ନଭେମ୍ବର ପର୍ଯ୍ୟନ୍ତ ମାଗଣା ରାସନ ଯୋଜନା

ଅର୍ଥମନ୍ତ୍ରୀ କହିଛନ୍ତି, ପୂର୍ବରୁ ପ୍ରଧାନମନ୍ତ୍ରୀ ଘୋଷଣା କରିସାରିଛନ୍ତି ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ବିସ୍ତାର ନଭେମ୍ବର 2021 ପର୍ଯ୍ୟନ୍ତ କରିଦିଆଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ଏହି ଯୋଜନା ମେ ଓ ଜୁନ ପାଇଁ ଘୋଷଣା କରାଯାଇଥିଲା ।

ଏଥର 8ଟି ଆର୍ଥିକ ରିଲିଫ ପ୍ୟାକେଜ ଘୋଷଣା କରାଯିବ । ଏଥିରୁ 4ଟି ସମ୍ପୂର୍ଣ୍ଣ ନୂଆ ଓ ଖାସକରି ସ୍ବାସ୍ଥ୍ୟ ଭିତ୍ତିଭୂମି ପାଇଁ ରହିଛି । କୋରୋନାର ଦ୍ବିତୀୟ ଲହରୀରେ ଅନେକ ସେକ୍ଟର ସଙ୍କଟରେ ରହିଛି । ଆଉ ସରକାରଙ୍କଠାରୁ କ୍ରମାଗତ ସହୟାୟତାର ଦାବି କରାଯାଇଆସୁଛି । ତେବେ କିଛିଦିନ ପୂର୍ବେ ସବୁଠୁ ଅଧିକ ସଙ୍କଟରେ ଥିବା କ୍ଷେତ୍ରଗୁଡିକ ପାଇଁ ସରକାର ବିଚାର କରୁଥିବା ସଙ୍କେତ ମିଳିଥିଲା ।

ଗତ ବର୍ଷ ମହାମାରୀ ଯୋଗୁଁ ପ୍ରଭାବିତ ଅର୍ଥନୀତିର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ଆତ୍ମନିର୍ଭିର ଭାରତ ପ୍ୟାକେଜ ଘୋଷଣା କରିଥିଲେ । ସରକାରଙ୍କ ଏହି ଆର୍ଥିକ ରିଲିଫ ପ୍ୟାକେଜ ମୋଟ 27.1 ଲକ୍ଷ କୋଟି ଟଙ୍କାର ଥିଲା । ଏହା ମୋଟ ଜିଡିପିର 13 ପ୍ରତିଶତ ରହିଥିଲା ।

Last Updated : Jun 28, 2021, 5:09 PM IST

ABOUT THE AUTHOR

...view details