ଓଡିଶା

odisha

ETV Bharat / business

ସରକାରୀ ବ୍ୟାଙ୍କକୁ ସରକାରଙ୍କ ସହାୟତା ବର୍ଷା

ଦେଶର 12ଟି ସରକାରୀ ବ୍ୟାଙ୍କକୁ ମୋଟ 48,239 କୋଟି ଟଙ୍କା ଦେବା ପାଇଁ ସରକାର ମଞ୍ଜୁରୀ ଦେଇଛନ୍ତି। ଅନାଦେୟ ଋଣ ବୋଝରେ ଚାପଗ୍ରସ୍ତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସମେତ ବହୁ ରାଷ୍ଟ୍ରାୟତ ଓ କର୍ପୋରେଟ ବ୍ୟାଙ୍କକୁ ସାହାଯ୍ୟ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି।

By

Published : Feb 21, 2019, 3:11 PM IST

ପ୍ରତିକାତ୍କ ଫଟୋ

ନୂଆଦିଲ୍ଲୀ: ଠକାମୀ ଭାରରେ ବୁଡିବାକୁ ବସିଥିବା ରାଷ୍ଟ୍ରାୟତ ବ୍ୟାଙ୍କକୁ ସରକାରଙ୍କ ସହୟତା ବର୍ଷା । ପର୍ଯ୍ୟାୟ କ୍ରମେ ଦେଇ ଚାଲିଛନ୍ତି କୋଟିକୋଟି ଟଙ୍କା । ଏବେ ଦେଶର 12ଟି ସରକାରୀ ବ୍ୟାଙ୍କକୁ ମୋଟ 48,239 କୋଟି ଟଙ୍କା ଦେବା ପାଇଁ ମଞ୍ଜୁରୀ ଦିଆଯାଇଛି।

ଅନାଦେୟ ଋଣ ବୋଝରେ ଚାପଗ୍ରସ୍ତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସମେତ ବହୁ ରାଷ୍ଟ୍ରାୟତ ଓ କର୍ପୋରେଟ ବ୍ୟାଙ୍କକୁ ସାହାଯ୍ୟ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଯେପରି ଗ୍ରାହକଙ୍କୁ କମ ସୁଧରେ ଋଣ ପ୍ରାପ୍ତ ହୋଇପାରିବ। ଏହି ଉଦ୍ଦେଶ୍ୟରେ ସରକାର ବ୍ୟାଙ୍କ ଗୁଡିକୁ 4ଟି ଭାଗରେ ବିଭକ୍ତ କରି ଟଙ୍କା ବଣ୍ଟନ କରିବେ।

ଆହ୍ଲାବାଦ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ,ବ୍ୟାଙ୍କ ଅଫ ମହାରାଷ୍ଟ୍ର, ଆନ୍ଧ୍ର ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ଯଥାକ୍ରମେ 6 ହଜାର 896 କୋଟି, 4ହଜାର112 କୋଟି, 4ହଜାର638 କୋଟି, 205 କୋଟି, 3ହଜାର 325 କୋଟି, 5ହଜାର 098 କୋଟି ଦେବାକୁ ସରକାର ସବୁଜ ସଙ୍କେତଦେଇଛନ୍ତି।

ବ୍ୟାଙ୍କର ଆର୍ଥିକ ସ୍ବଚ୍ଛଳତାକୁ ମଜବୁତ କରିବା ପାଇଁ ସରକାର ଏହି ଟଙ୍କା ଯୋଗାଇବା ଯୋଜନା ଆରମ୍ଭ କରିଛନ୍ତି। ଦେଶର ଆର୍ଥିକ ଅଭିବୃଦ୍ଧି ପାଇଁ ଆସନ୍ତା ବର୍ଷେ ଭିତରେ ରାଷ୍ଟ୍ରାୟତଃ ବ୍ୟାଙ୍କକୁ 2.11ଲକ୍ଷ କୋଟି ଯୋଗାଇ ଦେବେ ବୋଲି 2017 ଅକ୍ଟୋବରରେ ସରକାର ଟଙ୍କା ଏହି ଯୋଜନାର ଘୋଷଣା କରିଥିଲେ। ଆଉ ଏହି 48 ହଜାର କୋଟି ଟଙ୍କା ଉକ୍ତ ଯୋଜନାର(2017 ଘୋଷଣା)ଅନ୍ତଭୁକ୍ତ ରହିଛି।

ABOUT THE AUTHOR

...view details