ନୂଆଦିଲ୍ଲୀ: ସଙ୍କଟରେ ଥିବା ରାଷ୍ଟ୍ରାୟାତ ଟେଲିକମ ସେବା କମ୍ପାନୀ ବିଏସଏନଏଲକୁ ଆଶ୍ବସ୍ତି । ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ଓ ମହାନଗର ଟେଲିଫୋନ ଲିମିଟେଡ(ଏମଟିଏନଏଲ) ପୁନଃଉଦ୍ଧାର ଯୋଜନାକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ।
BSNL ଓ MTNL ନବୀକରଣକୁ କେନ୍ଦ୍ରର ମଞ୍ଜୁରୀ, ମିଳିବ 15 ହଜାର କୋଟି - BSNL, MTNL to be merged
ଦେବାଳିଆ ସ୍ଥିତିରେ ଗତି କରୁଥିବା ରାଷ୍ଟ୍ରାୟାତ ଟେଲିକମ ସେବା କମ୍ପାନୀ ବିଏସଏନଏଲକୁ କେନ୍ଦ୍ର ସରକାରଙ୍କ ଆର୍ଥିକ ବୁଷ୍ଟର । ମଙ୍ଗଳବାର କମ୍ପାନୀର ପୁନଃଉଦ୍ଧାର ଯୋଜନା ମିଳିଲା କ୍ୟାବିନେଟର ମଞ୍ଜୁରୀ । ଏହା ଜରିଆରେ ସରକାର 2 କମ୍ପାନୀଙ୍କୁ 15 ହଜାର କୋଟି ଟଙ୍କା ଦେବେ ।

ପ୍ରତିକାତ୍ମକ ଫଟୋ
ଏହି ଯୋଜନାରେ କେନ୍ଦ୍ର ସରକାର 2 କମ୍ପାନୀଙ୍କୁ ମିଶାଇବା ସହ 15 ହଜାର କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଦେବେ । ଏହି ଟଙ୍କାଙ୍କୁ କର୍ମଚାରୀଙ୍କ ଭିଆରଏସ (ଇଚ୍ଛାକୃତ ଅବସର) ପାଇଁ ଖର୍ଚ୍ଚ କରାଯିବ । ଏଥିସହ ଦୀପାବଳୀ ପୂର୍ବରୁ କର୍ମଚାରୀଙ୍କୁ ବକେୟା ଟଙ୍କା ପ୍ରଦାନ ହେବ ।
ସେବା ପ୍ରଦାନ ଜରିଆରେ ପ୍ରତି ମାସରେ କମ୍ପାନୀର 16 ହଜାର କୋଟି ଟଙ୍କା ଆମଦାନୀ ହୋଇଥାଏ । ସେପଟେ ଦରମା ଖର୍ଚ୍ଛ 850 କୋଟି ଟଙ୍କା । କିନ୍ତୁ କମ୍ପାନୀର ବ୍ୟୟ ବହୁତ ଅଧିକ ହେଉଛି । ଯେଉଁଥିପାଇଁ ଆର୍ଥିକ ବର୍ଷ 2019ରେ ବିଏସଏନଏଲକୁ 13,804 କୋଟି ଟଙ୍କା କ୍ଷତି ସହିବାକୁ ପଡିଛି ।