ଓଡିଶା

odisha

By

Published : Jun 13, 2020, 6:04 PM IST

ETV Bharat / business

ଲକଡାଉନ ଛାଟ, ଏପ୍ରିଲର IIP ରିପୋର୍ଟ ଜାରି କଲେନି ସରକାର

ଲକଡାଉନରେ ଏପ୍ରିଲ ମାସ କଟିଥିବା ବେଳେ ଆର୍ଥିକ ଗତିବିଧି ଠପ ରହିଛି । ଏଥିଯୋଗୁଁ ଏପ୍ରିଲ ମାସର ଆଇଆଇପି ରିପୋର୍ଟ ଜାରି କରିନାହାନ୍ତି ସରକାର । ଅଧିକ ପଢନ୍ତୁ...

Government holds back full IIP data for April
ଲକଡାଉନ ଛାଟ, ଏପ୍ରିଲର IIP ରିପୋର୍ଟ ଜାରି କଲେନି ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର 2020 ଏପ୍ରିଲ ମାସ ପାଇଁ ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ (ଆଇଆଇପି) ରିପୋର୍ଟ ଜାରି କରିନହାନ୍ତି । ଏଥିସହ ମେ ମାସ ଉପଭୋକ୍ତା ମୁଲ୍ୟ ସୂଚକାଙ୍କ ଆଧାରିତ ଖୁଚୁରା ମୁଦ୍ରାସ୍ପୀତି ଗ୍ରୋଥ ନେଇ ମଧ୍ୟ ତଥ୍ୟ ପ୍ରକଶ କରିନାହାନ୍ତି । ଦେଶରେ ମାର୍ଚ୍ଚ 25ରୁ ଲକଡାଉନ ଲାଗୁ ହୋଇଛି । ଏପ୍ରିଲ ମାସ ଲକଡାଉନରେ ଯାଇଛି । ଏଥିମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ ଦେଲେ ଆର୍ଥିକ ଗତିବିଧି ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଛି ।

ସାଧାରଣତଃ ସରକାର ପ୍ରତି ମାସରେ 12 ତାରିଖରେ ସିପିଆଇ ଓ ଆଇଆଇପି ରିପୋର୍ଟ ଜାରି ହୋଇଥାଏ । ତେବେ ଅର୍ଥନୀତିଜ୍ଞଙ୍କ ଆକଳନ ଅନୁସାରେ 2020 ମେ ମାସରେ ମୁଦ୍ରାସ୍ପୀତି ବୃଦ୍ଧି 5.65 ପ୍ରତିଶତ ରହିପାରେ । ସେହିପରି ଏପ୍ରିଲରେ ଆଇଆଇପି ଗ୍ରୋଥ -49.36 ରହିବା ନେଇ କୁହାଯାଇଛି । ଏହା ପୂର୍ବରୁ ମାର୍ଚ୍ଚରେ ଆଇଆଇପି ଗ୍ରୋଥ -16.7 ପ୍ରତିଶତ ଥିଲା ।

ABOUT THE AUTHOR

...view details