ମୁମ୍ବାଇ: କୋଭିଡ-19 ସଂକ୍ରମଣ ପ୍ରଭାବ ହ୍ରାସ ଓ ଲୋକଙ୍କ ମନରୁ ଏହାର ଭୟ ଦୂରେଇବା ପରେ ସରକାର ଦ୍ବିତୀୟ ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ ଜାରି କରିପାରନ୍ତି । ଅର୍ଥମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ଏ ନେଇ ସୂଚନା ଦଇଛନ୍ତି ।
ଅର୍ଥମନ୍ତ୍ରାଳୟ ବ୍ୟୟ ସଚିବ ଟି . ଭି ସୋମନାଥନ କହିଛନ୍ତି କି, ସରକାର ପ୍ରତ୍ୟକ୍ଷ ଲାଭ ଟ୍ରାନ୍ସଫର ଦ୍ବାରା ବ୍ଯାଙ୍କ ଖାତାକୁ ଯେତେ ଟଙ୍କା ଆସିଛି , ସେଥିରେ ଦେଖିବାକୁ ମିଳିଛି କି 40 ପ୍ରତିଶତ ବ୍ୟୟ କରାଯାଇନାହିଁ । ବରଂ ତାହାକୁ ସଞ୍ଚୟ କରି ରଖାଯାଇଛି । ଏଥିରୁ ଜଣାପଡିଛି କି ପ୍ରୋତ୍ସାହନ ପଦକ୍ଷେପର ଲିମିଟ ରହିଛି । ସମୟ ଅନୁସାର ଏହାକୁ ବଣ୍ଟନ କରାଯିବ ।
ଡୁନ ଆଣ୍ଡ ବ୍ରେଡଷ୍ଟ୍ରିଟ ଇଣ୍ଡିଆର ଏକ କାର୍ଯ୍ୟକ୍ରମରେ ସୋମନାଥନ କହିଛନ୍ତି କି, ବର୍ତ୍ତମାନ ସମୟରେ ସ୍ବାଭାବିକ ଆର୍ଥିକ ଗତିବିଧି ଥମିଯାଇଛି । ଏଭଳି ସମୟରେ କୋରୋନା ସଙ୍କଟ ଭୟ ଲୋକଙ୍କୁ ଅଧିକ ଘାରିଛି । ଦେଶର ବିଭିନ୍ନ ଭାଗରେ ସ୍ବାସ୍ଥ୍ୟ ସ୍ଥିତି ବହୁତ ଦୁର୍ବଳ ରହିଛି । ଆର୍ଥିକ ଓ ବୀମା କ୍ଷେତ୍ର ବ୍ୟତିତ ସିନେମାହଲ , ମଲ, ଓ ରେସ୍ତେରା ଭଳି ଘରୋଇ ସେବା ଗଭୀର ଭାବେ ପ୍ରଭାବିତ ।