ଓଡିଶା

odisha

ETV Bharat / business

ଲଗାତାର ୪ ଦିନ ବନ୍ଦ ରହିବ ସରକାରୀ ବ୍ୟାଙ୍କ, ଜାଣନ୍ତୁ କେଉଁ କେଉଁ ଦିନ

ଆଗାମୀ ୯ ଦିନ ମଧ୍ୟରେ ବ୍ୟାଙ୍କରେ କେବଳ ୪ଦିନ କାର୍ଯ୍ୟ ଦିବସ ରହିବ । ଏଣୁ ଜରୁରୀ ବ୍ୟାଙ୍କ କାର୍ଯ୍ୟ ଥିଲେ ତାହାକୁ ମାର୍ଚ୍ଚ ୨୫ ସୁଦ୍ଧା ଶେଷ କରିବାକୁ ଚେଷ୍ଟା କରନ୍ତୁ । ଅଧିକ ପଢ଼ନ୍ତୁ

ଲଗାତାର ୪ ଦିନ ବନ୍ଦ ରହିବ ସରକାରୀ ବ୍ୟାଙ୍କ, ଜାଣନ୍ତୁ କାରଣ
ଲଗାତାର ୪ ଦିନ ବନ୍ଦ ରହିବ ସରକାରୀ ବ୍ୟାଙ୍କ, ଜାଣନ୍ତୁ କାରଣ

By

Published : Mar 24, 2022, 7:57 PM IST

ହାଇଦ୍ରାବାଦ: ବ୍ୟାଙ୍କ୍‌ରେ ଆପଣଙ୍କ କିଛି ଜରୁରୀ କାମ ରହିଛି କି ? ତାହେଲେ ଡେରି ନକରି ମାର୍ଚ୍ଚ ୨୫ ତାରିଖ ସୁଦ୍ଧା ସମସ୍ତ କାମ ସାରି ଦିଅନ୍ତୁ । କାରଣ ଆଗାମୀ ଦଶ ଦିନରେ କେବଳ ୩ ବ୍ୟାଙ୍କ କାର୍ଯ୍ୟ ଦିବସ ରହିଛି । ମାର୍ଚ୍ଚ ୨୬ ତାରିଖରୁ ଲଗାତାର ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ ।

୪ଦିନ ବ୍ୟାଙ୍କ ବନ୍ଦ

ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ(All India Bank Employees Association)ର ଆହ୍ବାନରେ ମାର୍ଚ୍ଚ ୨୮ ତାରିଖ ଓ ୨୯ ତାରିଖରେ ଧର୍ମଘଟରେ ବସିବେ ବ୍ୟାଙ୍କ କର୍ମଚାରୀ । ତା ପୂର୍ବରୁ ମାର୍ଚ୍ଚ ୨୬ ତାରିଖ ମାସର ଚତୁର୍ଥ ଶନିବାର ପଡ଼ୁଥିବା ବ୍ୟାଙ୍କ ଛୁଟି ରହିବ । ଏହାପରେ ମାର୍ଚ୍ଚ ୨୭ ତାରିଖ ରବିବାର ପଡ଼ୁଛି । ଏହାପରେ ସୋମବାର ଓ ମଙ୍ଗଳବାର ଧର୍ମଘଟ ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ ।

ତାରିଖ ଦିନ ବନ୍ଦ/ଖୋଲା
26 ମାର୍ଚ୍ଚ ରବିବାର ବନ୍ଦ
27 ମାର୍ଚ୍ଚ ରବିବାର ବନ୍ଦ
28 ମାର୍ଚ୍ଚ ସୋମବାର ଧର୍ମଘଟ
29 ମାର୍ଚ୍ଚ ମଙ୍ଗଳବାର ଧର୍ମଘଟ
30 ମାର୍ଚ୍ଚ ବୁଧବାର ଖୋଲିବ
31 ମାର୍ଚ୍ଚ ଗୁରୁବାର ଖୋଲିବ
01 ଅପ୍ରେଲ ଶୁକ୍ରବାର କ୍ଲୋଜିଂ ଡେ
02 ଅପ୍ରେଲ ଶନିବାର ଖୋଲିବ
03 ଅପ୍ରେଲ ରବିବାର ବନ୍ଦ

୯ ଦିନରେ ମାତ୍ର ୩ ଦିନ କାର୍ଯ୍ୟ ଦିବସ

ମାର୍ଚ୍ଚ ୨୮ ଓ ୨୯ ତାରିଖରେ ଧର୍ମଘଟ ପରେ ମାର୍ଚ୍ଚ ୩୦ ଓ ୩୧ ତାରିଖରେ ବ୍ୟାଙ୍କ ଖୋଲିବ । କିନ୍ତୁ ଏହା ପରେ ଅପ୍ରେଲ ୧ ତାରିଖରେ ବ୍ୟାଙ୍କରେ କୌଣସି ପବ୍କିକ ଡିଲିଂ(Public Dealing) ହେବ ନାହିଁ । କାରଣ ଏହି ଦିନ କ୍ଲୋଜିଂ ଡେ ରହୁଛି । ଏହାପରେ ଅପ୍ରେଲ ୨ ତାରିଖରେ ଶନିବାର ପଡ଼ୁଛି । ଏହାପରେ ଅପ୍ରେଲ ୩ ତାରିଖ ରବିବାର ଥିବାରୁ ବ୍ୟାଙ୍କ ବନ୍ଦ ରହିବ ।

ବ୍ୟାଙ୍କିଂ କ୍ଷେତ୍ରର ଘରୋଇକରଣ ଓ ଅନ୍ୟାନ୍ୟ ଦାବିକୁ ନେଇ ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି । ଏହି କ୍ରମରେ ରାଜ୍ୟ ବ୍ୟାଙ୍କ କର୍ମଚାରୀ ସଂଘ ମଧ୍ୟ ଧର୍ମଘଟରେ ବସିବ । ଏହି ଧର୍ମଘଟକୁ ସଫଳ କରାଇବା ପାଇଁ ଏବେଠାରୁ କର୍ମଚାରୀ ସଂଘ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

  • ବ୍ୟାଙ୍କ କର୍ମଚାରୀଙ୍କ ଦାବି
  • ବ୍ୟାଙ୍କର ଘରୋଇକରଣ ଉପରେ ପ୍ରତିବନ୍ଧକ ଲଗାଯାଉ
  • ବ୍ୟାଙ୍କିଂ କ୍ଷେତ୍ରରେ ଆଉଟସୋର୍ସିଂ ବନ୍ଦ କରିବା ସହ ସମସ୍ତ ଠିକା କର୍ମଚାରୀଙ୍କୁ ନିୟମିତ କରାଯାଉ
  • ବ୍ୟାଙ୍କର ଲୋନ୍‌ ବା NPA ଆଦାୟ କରାଯାଉ କିମ୍ବା ବୁଝାମଣା କରାଯାଉ
  • ଜାତୀୟ ପେନ୍‌ସନ୍‌ ଯୋଜନାରେ ବ୍ୟାଙ୍କ୍‌ କର୍ମଚାରୀଙ୍କୁ ବାର୍ଦ୍ଧକ୍ୟ କାଳୀନ ପେନ୍‌ସନ୍‌ ଦିଆଯାଉ
  • ମହଙ୍ଗା ଭତ୍ତା ଲାଭ ବ୍ୟାଙ୍କ କର୍ମଚାରୀ ପେନସନଭୋଗୀଙ୍କୁ ମଧ୍ୟ ଦିଆଯାଉ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details