ମୁମ୍ବାଇ: କୋରୋନା ଭାଇରସ ମହାମାରୀରେ ପ୍ରଭାବିତ ଆର୍ଥିକ ଗତିବିଧି । ଏଥିଯୋଗୁଁ 2020-21 ଆର୍ଥିକ ବର୍ଷରେ ଭାରତ ମୋଟ ଘରୋଇ ଉତ୍ପାଦ(ଜିଡିପି) ନକରାତ୍ମକ ରହିବ । ଶୁକ୍ରବାର ଆରବିଆଇ ଏନେଇ ଆଶଙ୍କା ପ୍ରକାଶ କରିଛି ।
ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ବିଶ୍ବ ଅର୍ଥବ୍ୟବସ୍ଥା ମାନ୍ଦା ଆଡକୁ ପ୍ରବେଶ କରୁଛି । ଏଥିସହ ମୁଦ୍ରାସ୍ପୀତି ଅନୁମାନ ଅତ୍ୟନ୍ତ ଅନିଶ୍ଚିତ ।
2 ମାସ ଲକଡାଉନ ଘରୋଇ ଅର୍ଥବ୍ୟବସ୍ଥାକୁ ଗୁରୁତର କରି ରଖିଛି । ଏଥିସହ ଦେଶର ଟପ୍ 6 ରାଜ୍ୟ କୋରୋନା ମହାମାରୀରେ ଅଧିକ ପ୍ରଭାବିତ ହୋଇଛି । ଆଉ ଏହି 6ଟି ରାଜ୍ୟ ଦେଶର ଅର୍ଥବ୍ୟବସ୍ଥାରେ ପ୍ରାୟ 60 ପ୍ରତିଶତ ଯୋଗାଦାନ ରଖନ୍ତି । ହେଲେ ଏବେ ଏସବୁ ରାଜ୍ୟର ଅଧିକାଂଶ ଅଞ୍ଚଳ ରେଡ ଓ ଅରେଞ୍ଜ ମଧ୍ୟରେ ରହିଛି ବୋଲି ଶକ୍ତିକାନ୍ତ ନିଜ ବିବୃତ୍ତିରେ କହିଛନ୍ତି ।